
ଭୁବନେଶ୍ୱର: ଶନିବାର ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଏନେଇ ବିଧିବଦ୍ଧଭାବେ ଘୋଷଣା କରିଛନ୍ତି । ତେବେ ବିଜେଡି ପକ୍ଷରୁ ଦୁଇ ଜଣଙ୍କ ନାମ ଘୋଷଣା କରାଯାଇଛି । ବିଜେଡିର ତୃତୀୟ ପ୍ରାର୍ଥୀଭାବେ ଡ. ସନ୍ତୃପ୍ତ ମିଶ୍ର ଓ କମନ କ୍ୟାଣ୍ଡିଡେଟଭାବେ ଡ. ଦତ୍ତେଶ୍ୱର ହୋତାଙ୍କ ନାମ ଘୋଷଣା କରାଯାଇଛି ।
ତେବେ ରାଜ୍ୟସଭା ପ୍ରାର୍ଥୀ ଡ. ଦତ୍ତେଶ୍ୱର ହୋତାଙ୍କୁ କଂଗ୍ରେସ ସମର୍ଥନ କରିବ । ଏନେଇ ପିସିସି ସଭାପତି ଭକ୍ତଚରଣ ଦାସ ସୂଚନା ଦେଇଛନ୍ତି । ଶ୍ରୀ ଦାସ କହିଛନ୍ତି ଯେ ଗତ ସୋମବାର ନବୀନ ବାବୁଙ୍କ ସହ ମୋର ସାକ୍ଷାତ ଆଲୋଚନା ହୋଇଛି । ନବୀନ ବାବୁ ଜଣେ କମନ କ୍ୟାଣ୍ଡିଡେଟ ଦେବା ସ୍ୱାଗତ ଯୋଗ୍ୟ । ଡା. ଦତ୍ତେଶ୍ୱର ଜଣେ ଯୋଗ୍ୟ ପ୍ରାର୍ଥୀ । ସେ ଭଲ କାମ କରିଛନ୍ତି ।


