ଦମ୍ପତିଙ୍କ ହାତ ବାନ୍ଧି ଲୁଟ୍‌

ବାଲେଶ୍ୱର: ସ୍ୱାମୀ ସ୍ତ୍ରୀଙ୍କ ହାତ ବାନ୍ଧି, ଆଖିରେ ପଟି ବାନ୍ଧିବା ସହ ମୁଣ୍ଡରେ ଲୁହା ରଡ୍‌ ଲଗାଇ ୫ ଲକ୍ଷ ଟଙ୍କା, ସୁନା ହାର, ଦୁଇ ହଳ କାନଫୁଲ ଓ ୨ ଶହ ଗ୍ରାମ ସୁନା ଲୁଟ୍‌ । ବାଲେଶ୍ୱର ଜିଲ୍ଲା ଅନନ୍ତପୁର ଫାଣ୍ଡି ତେଣ୍ଟେଇ ଗ୍ରାମର ପୋଷ୍ଟ ମାଷ୍ଟର ବାଟକୃଷ୍ଟ ମଳିକ ଘରୁ ଡକାୟତି ହୋଇଛି ।
ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ୪ ଜଣ ଡକାୟତ ମୁହଁରେ କପଡା ବାନ୍ଧି ଦୁଇ ଘଣ୍ଟା ଧରି ବାଟକୃଷ୍ଟ ଘରେ ଲୁଟପାଟ କରିଥିଲେ । ଘରେ ପଶି ପୋଷ୍ଟ ମାଷ୍ଟର ବାଟକୃଷ୍ଟ ଓ ସ୍ତ୍ରୀ ସୁରତୀଙ୍କୁ ହାତ ବାନ୍ଧି ଆଖିରେ ପଟି ବାନ୍ଧିବା ପରେ ହତ୍ୟା ଧମକ ଦେଇ ଲୁଟ୍‌ କରିଥିଲେ । ତେବେ ଗତ ଦୋଳ ପୂର୍ଣ୍ଣିମା ଦିନ ସେହି ଗାଁ ରାମଚନ୍ଦ୍ର କର ଘରେ ଡକାୟତ ପସି ହାତ ଗୋଡ଼ ବାନ୍ଧି ସୁନା ଗାହଣ ଓ ଟଙ୍କା ଲୁଟ କରି ନେଇଥିଲେ । ଦୁଇଟି ଘଟଣାରେ ପୋଲିସ ହାତ ଖାଲିକରି ବସିଛି । ଉଭୟ ଘଟଣା ପରେ ଗାଁ ଲୋକେ ଭୟଭୀତ ହୋଇପଡିଛନ୍ତି । ପୋଲିସ ଉଭୟ ଘଟଣାରେ ଡକାୟତଙ୍କୁ ନ ଧରିଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ବାପର କାଠ ଫାଳିଆ ମାଡ଼ରେ ପୁଅର ମୃତ୍ୟୁ

    ଭବାନୀପାଟଣା: କଳାହାଣ୍ଡି ଜିଲା କଲମପୁର ଥାନା ନୂଆଗୁଡ଼ାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାପର କାଠ ଫାଳିଆ ମାଡରେ ଭେଣ୍ଡିଆ ପୁଅର ମୃତ୍ୟୁ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ନୁଆଗୁଡା ଗାଁ ର ମାନସିଂହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ