ଦଳୀୟ କର୍ମୀଙ୍କୁ ଚାପୁଡ଼ା ମାରିଲେ ମମତା

କଲକାତା:ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଟିଏମସି ରାଲିକୁ ନେଇ ରାଜନୈତିକ ଉତ୍ତେଜନା ମଧ୍ୟରେ ଏବେ ଆଉ ଏକ ଘଟଣା ଚର୍ଚ୍ଚାରେ ରହିଛି। ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜଣେ ଦଳୀୟ କର୍ମୀଙ୍କୁ ସର୍ବସମ୍ମୁଖରେ ଚାପୁଡ଼ା ମାରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।ବାରୁଇପୁରରେ ଜଣେ ୧୧ ବର୍ଷୀୟା ନାବାଳିକାଙ୍କ ବଳାତ୍କାର ଓ ହତ୍ୟା ଘଟଣାର ପ୍ରତିବାଦରେ ଟିଏମସି ପକ୍ଷରୁ ଏକ ରାଲି ଆୟୋଜନ କରାଯାଇଥିଲା। ହାଇକୋର୍ଟଙ୍କ ଅନୁମତି ପରେ ଏହି ରାଲି ହୋଇଥିଲା। ରାଲି ସମୟରେ ଟିଏମସି ଓ ବିଜେପି କର୍ମୀଙ୍କ ମଧ୍ୟରେ ବିବାଦ ଓ ଧସ୍ତାଧସ୍ତି ହୋଇଥିବା ଅଭିଯୋଗ ଆସିଥିଲା।ସୂଚନା ଅନୁସାରେ, ରାଲି ମମତା ବାନାର୍ଜୀଙ୍କ କାଳିଘାଟସ୍ଥିତ ବାସଭବନ ନିକଟରେ ପହଞ୍ଚିବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଗଣ୍ଡଗୋଳ ଖବର ପାଇ ମମତା ନିଜେ ବାହାରକୁ ଆସିଥିଲେ। ଏହି ସମୟରେ ସେ ରାଗରେ ଜଣେ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିଥିବା ଭିଡିଓ ଭାଇରାଲ ହୋଇଛି। ଉକ୍ତ ବ୍ୟକ୍ତି ତାଙ୍କ ଦଳର ଜଣେ କର୍ମୀ ବୋଲି କୁହାଯାଉଛି।ଭିଡିଓକୁ ନେଇ ବିଜେପି ପକ୍ଷରୁ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରାଯାଇଛି। ବିଜେପି ନେତାମାନେ ଘଟଣାକୁ ନେଇ ସମାଲୋଚନା କରିବା ସହ ମମତାଙ୍କ ବ୍ୟବହାର ଉପରେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ମମତା ବାନାର୍ଜୀ କହିଛନ୍ତି ଯେ, ତାଙ୍କ ଆଇଟି ସେଲ୍ ଅଧ୍ୟକ୍ଷଙ୍କୁ ଘେରି ଆକ୍ରମଣ କରାଯାଉଥିବା ସୂଚନା ପାଇ ସେ ଘଟଣାସ୍ଥଳକୁ ଯାଇଥିଲେ। ରାଲି କରିବା ଏକ ଗଣତାନ୍ତ୍ରିକ ଅଧିକାର ଏବଂ ଏହାକୁ କେହି ରୋକିପାରିବେ ନାହିଁ ବୋଲି ସେ କହିଛନ୍ତି।

ମମତା ପୋଲିସ ଓ ପ୍ରଶାସନ ଉପରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ପୋଲିସ ନିଜ କାମ ଠିକ୍ ଭାବେ କରୁନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।ଘଟଣା ପରେ ଦକ୍ଷିଣ କୋଲକାତାରେ ଉତ୍ତେଜନା ସହ ଟ୍ରାଫିକ୍ ସମସ୍ୟା ମଧ୍ୟ ଦେଖାଦେଇଥିଲା। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠିଚାର୍ଜ କରିଥିଲା। ବର୍ତ୍ତମାନ ଏହି ଘଟଣାକୁ ନେଇ ରାଜନୈତିକ ଆରୋପ-ପ୍ରତ୍ୟାରୋପ ଜାରି ରହିଛି।

  • Related Posts

    ଦିଲ୍ଲୀ ବନ୍ଦ: ମୋବାଇଲ ନେଟ୍, ମେଟ୍ରୋ, ରାସ୍ତା ଅବରୋଧ

    ନୂଆଦିଲ୍ଲୀ: ଦିଲ୍ଲୀର ସୀମାରେ ଯାଞ୍ଚ ଏବଂ ଭିତରେ ବ୍ୟାରିକେଡ୍ ରାସ୍ତା, ମୋବାଇଲ ଇଣ୍ଟରନେଟ୍ ବନ୍ଦ ଏବଂ ମେଟ୍ରୋ ଷ୍ଟେସନ ବନ୍ଦ — ଶନିବାର ସକାଳେ ଜନ୍ତର ମନ୍ତରରେ ପ୍ରତିବାଦକାରୀମାନଙ୍କୁ ଏକାଠି ହେବାରୁ ରୋକିବା ପାଇଁ ଦିଲ୍ଲୀ ପୋଲିସ କଡ଼ା ପଦକ୍ଷେପ ଗ୍ରହଣ…

    Continue reading
    ହଜାର ହଜାର ‘ସିଜେପି’ କର୍ମୀ ଅଟକ

    ଶନିବାର ଦିନ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି କକ୍ରୋଚ୍ ଜନତା ପାର୍ଟି-ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ ଦ୍ୱାରା ଡାକରା ଦିଆଯାଇଥିବା ପ୍ରତିବାଦ ପୂର୍ବରୁ ରାଜଧାନୀରେ ରାତାରାତି ଅତି କମରେ 1000 ଲୋକଙ୍କୁ ଅଟକ ରଖାଯାଇଥିଲା। ଶନିବାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ