ଇଂଲଣ୍ଡଠାରୁ ୧୨୫ ରନରେ ହାରିଲା ଟିମ୍ ଇଣ୍ଡିଆ

ନଟିଂହାମ: ଲଜ୍ଜାଜନକ, ଶୋଚନୀୟ । କିଛି ମାସ ପୂର୍ବରୁ ଟି-ଟ୍ବେଣ୍ଟି ବିଶ୍ବକପ୍ ଚାମ୍ପିୟନ ହୋଇଥିବା ଭାରତର ଦୟନୀୟ ପ୍ରଦର୍ଶନ । ପ୍ରଥମେ ଆୟର୍ଲାଣ୍ଡଠାରୁ ୦-୨ରେ ସିରିଜ୍ ହାରିବା ପରେ ଏବେ ଇଂଲଣ୍ଡ ବିପକ୍ଷରେ ସବୁଠାରୁ ବଡ଼ ପରାଜୟ । ଅନ୍ତର୍ଜାତୀୟ ଟି-ଟ୍ବେଣ୍ଟିରେ ସବୁଠାରୁ ବଡ ରନ ବ୍ୟବଧାନରେ ହାରିଯାଇଛି ମେନ୍ ଇନ୍ ବ୍ଲୁ।

ଗତକାଲି ନଟିଂହାମରେ ଖେଳାଯାଇଥିବା ତୃତୀୟ ଟିଟ୍ବେଣ୍ଟିରେ ଇଂଲଣ୍ଡଠାରୁ ୧୨୫ ରନରେ ପରାସ୍ତ ହୋଇଛି ଆୟାରଙ୍କ ଟିମ୍ । ଆଉ ଟିମ୍ ଇଣ୍ଡିଆର ଏହି ପ୍ରଦର୍ଶନ ପରେ ଆୟରଙ୍କ ନେତୃତ୍ବକୁ ନେଇ ଉଠିଛି ପ୍ରଶ୍ନ । କାରଣ ନୂଆ ଅଧିନାୟକ ଶ୍ରେୟସ୍ ଆୟରଙ୍କ ଅଧୀନରେ ଭାରତ ଲଗାତାର ଚାରିଟି ମ୍ୟାଚ୍ ହାରିସାରିଛି। ଗତକାଲି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଇଂଲିଶ୍ ଟିମ୍ ୭ ୱିକେଟ ହରାଇ ୨୦୧ ରନ୍ କରିଥିଲା । ୨୦୨ ରନ୍ ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ଆରମ୍ଭରୁ ପ୍ରଭାବହୀନ ବ୍ୟାଟିଂ କରିଥିଲା।

ଦୁଇ ଓପନର୍ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ସହ ପାୱାର ପ୍ଲେ’ ଭିତରେ ଅଧା ଦଳ ହରାଇ ଘୋର ସଙ୍କଟରେ ପଡ଼ିଥିଲା ଭାରତ। ଦଳର ୬ଜଣ ବ୍ୟାଟର୍ ଏକ ଅଙ୍କ ଆଗକୁ ବଢ଼ି ପାରି ନଥିଲେ। ଶେଷରେ ଭାରତର ପାଳି ୧୧.୪ ଓଭରରେ ମାତ୍ର ୭୬ ରନ୍ ରେ ଅଟକି ଯାଇଥିଲା। ୭ ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁବାରେ ବିଫଳ ହୋଇଥିଲେ ।

ଏହି ଏକତରଫା ମୁକାବିଲାରେ ଭାରତ ମଧ୍ୟ ନିଜ ସର୍ବନିମ୍ନ ଟ୍ବେଣ୍ଟି-୨୦ ସ୍କୋର୍ କରିବାରୁ ଅଳ୍ପକେ ବର୍ତ୍ତି ଯାଇଛି। ପୂର୍ବରୁ ୨୦୦୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୭୪ ରନ୍ କରି ଅଲ୍ ଆଉଟ ହୋଇଥିଲା ।

  • Related Posts

    ବନ୍ଦେ ଭାରତ ଟ୍ରେନରେ ଗଲା ଜୀବନ୍ତ ମାନବ ହୃତପିଣ୍ଡ

    ଅହମ୍ମଦାବାଦ: ପ୍ରଥମ ଥର ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଯୋଗେ ଏକ ଜୀବନ୍ତ ମାନବ ହୃତପିଣ୍ଡ ସଫଳତାର ସହ ପରିବହନ କରାଯାଇଛି । ଅଙ୍ଗ ପ୍ରତିରୋପଣ ଏବଂ ଜରୁରୀକାଳୀନ ଚିକିତ୍ସା କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବା ସହ…

    Continue reading
    ପେରୁରେ ପ୍ଲେନ୍ କ୍ରାସ୍‌, ୧୩ ମୃତ

    ନୂଆଦିଲ୍ଲୀ: ଭୟଙ୍କର ବିମାନ ଦୁର୍ଘଟଣା । ମଝି ଆକାଶରୁ ଖସି ପଡିଲା ପ୍ଲେନ୍ । ହୁତୁ ହୁତ ହୋଇ ଜଳିଲା । ଚାଲିଗଲା ୧୩ ଜୀବନ । ପେରୁର ଦକ୍ଷଣ ଅଞ୍ଚଳ ନାଜକା ସହରରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ହୋଇଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ