ଦାରା ମୁକ୍ତି ମାମଲା: ସୁପ୍ରିମକୋର୍ଟରେ ୩ ସପ୍ତାହ ଘୁଞ୍ଚିଲା ଶୁଣାଣି

ଗ୍ରାହାମ ଷ୍ଟେନ୍ସ ହତ୍ୟା ଘଟଣାରେ ଦାରା ସିଂଙ୍କ ମୁକ୍ତି ନେଇ ସୁପ୍ରିମକୋର୍ଟରେ ଚାଲିଥିବା ମାମଲାର ଶୁଣାଣି ଘୁଞ୍ଚିଲା। ୩ ସପ୍ତାହ ପର୍ଯ୍ୟନ୍ତ ଶୁଣାଣି ଘୁଞ୍ଚାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଦାରା ସିଂଙ୍କ ଓକିଲ ଏ.ପି ସିଂହ ସମୟ ମାଗିବାରୁ ଏହାର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି।ଦାରାଙ୍କ ଆଗୁଆ ମୁକ୍ତି ଆବେଦନକୁ ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡ (SSRB) ଖାରଜ କରିଥିବା ନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି ରାଜ୍ୟ ସରକାର। ସମାଜ ଉପରେ ଏହାର ପ୍ରଭାବ ପଡ଼ିବା ସହ ଆଗକୁ ସାମ୍ପ୍ରଦାୟିକ ଅଶାନ୍ତିର ଆଶଙ୍କା ଥିବା ଦର୍ଶାଇ ବୋର୍ଡ ଦାରାଙ୍କ ଆବେଦନ ଖାରଜ କରିଥିଲେ୧୯୯୯ ମସିହାରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅ ଗାଡ଼ି ଭିତରେ ଶୋଇଥିବା ବେଳେ ଗାଡ଼ିକୁ ନିଆଁ ଲଗାଇ ଦିଆଯାଇଥିଲା। ଏଥିରେ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁଅଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଦାରା ସିଂହଙ୍କୁ ମୁଖ୍ୟ ଦୋଷୀ ଭାବେ ଦଣ୍ଡିତ କରାଯାଇଥିଲା। ୨୦୦୩ରେ ଦାରା ସିଂହଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ CBI କୋର୍ଟ। ପରେ ୨୦୦୫ରେ ଓଡ଼ିଶା ହାଇକୋର୍ଟ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଥିଲେ। ସୁପ୍ରିମ କୋର୍ଟରେ ବି ଏହା କାଏମ ରହିଥିଲା।୬୭ ବର୍ଷୀୟ ଦାରା ସିଂହ ୨୬ ବର୍ଷ ୬ ମାସରୁ ଅଧିକ ସମୟ ଜେଲରେ କାଟି ସାରିଲେଣି। ଓଡ଼ିଶା ସରକାରଙ୍କ ୨୦୨୨ର ରିମିସନ ବା ମୁକ୍ତି ନିୟମାବଳୀ ନୀତି ଆଧାରରେ ସେ ଆଗୁଆ ମୁକ୍ତି ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ରାଜ୍ୟ ସରକାରଙ୍କ ରିମିସନ ନୀତି ଅନୁସାରେ, ଫାଶୀ ଦଣ୍ଡରୁ ଆଜୀବନ କାରାଦଣ୍ଡ ପାଇଥିବା କଏଦୀମାନେ ୨୫ବର୍ଷ ଜେଲ୍ ଦଣ୍ଡ ଅବଧି ପୂରଣ କରିବା ପରେ ସେମାନଙ୍କ ସମୟ ପୂର୍ବ ମୁକ୍ତି ଆବେଦନ ଉପରେ ବିଚାର କରାଯାଇପାରିବ।
ସୂଚନାଯୋଗ୍ୟ, ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡ (SSRB) ରିପୋର୍ଟ ଦେବାରେ ବିଳମ୍ବ କରିଥିବାରୁ କ୍ଷୁବ୍ଧ ହୋଇଥିଲେ କୋର୍ଟ । ଆଗୁଆ ମୁକ୍ତି ନେଇ ପୂର୍ବରୁ ୫ ଥର ଦାରାଙ୍କ ପିଟିସନ୍‌କୁ ଖାରଜ କରିଛି SSRB । ୨୦୧୬, ୨୦୧୯, ୨୦୨୦, ୨୦୨୨ ଓ ୨୦୨୩ରେ ତାଙ୍କ ଆବେଦନ ଖାରଜ ହୋଇଥିଲା।

  • Related Posts

    ୧୧ ଛାତ୍ରଛାତ୍ରୀଙ୍କ ନାମାଙ୍କନ ପତ୍ର ଦାଖଲ: ୫ଜଣଙ୍କ କାଏମ

    ଦେବଗଡ଼:୮ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଛାତ୍ର ସଂସଦ ନିର୍ବାଚନ ହେଉଛି।ଯାହାକୁ ନେଇ ବର୍ତ୍ତମାନ ଦେବଗଡ ଜିଲ୍ଲାର ବିଭିନ୍ନ କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇପଡିଛି।ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ଥିବା‌ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ…

    Continue reading
    ଦେବଗଡ ଜିଲ୍ଲା ନୋଡାଲ ଅଧିକାରୀଙ୍କ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ

    ଦେବଗଡ଼:ଦେବଗଡ ଜିଲ୍ଲା ନୋଡାଲ ଅଧିକାରୀ ତଥା ରାଜ୍ୟ ଯୋଗାଣ ବିଭାଗର ଏମଡି କେ ସୁଦର୍ଶନ ଚକ୍ରବର୍ତ୍ତୀ ୨ ଦିନିଆ ଦେବଗଡ ଗସ୍ତରେ ଆସି ଆଜି ପୌରାଚଂଳ,ତିଲେଇବଣି ଏବଂ ବାରକୋଟ ବ୍ଲକର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଶ୍ରୀ ଚକ୍ରବର୍ତ୍ତୀ ଜିଲ୍ଲା ମୁଖ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ