
ନୂଆଦିଲ୍ଲୀ: ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ। ମେଟ୍ରୋ ରେଳ ନିଗମ ସୂଚନା ଦେଇଛି ଯେ, ଜାତୀୟ ରାଜଧାନୀରେ ସୁରକ୍ଷା କାରଣରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ୧୬ଟି ମେଟ୍ରୋ ଷ୍ଟେଶନକୁ ବନ୍ଦ ରଖାଯାଇଛି। ଏଥିରେ ଲୋକକଲ୍ୟାଣ ମାର୍ଗ, ରାଜୀବ ଚୌକ, ପଟେଲ ଚୌକ, ରାମକୃଷ୍ଣ ଆଶ୍ରମ ମାର୍ଗ, ବାରଖମ୍ଭ ରୋଡ୍, ସୁପ୍ରିମକୋର୍ଟ, ସେବା ତୀର୍ଥ, ଜନପଥ, ମଣ୍ଡି ହାଉସ, କେନ୍ଦ୍ରୀୟ ସଚିବାଳୟ, ଆଇଟିଓ, ଦିଲ୍ଲୀ ଗେଟ୍, ଇନ୍ଦ୍ରପ୍ରସ୍ଥ, ଖାନ ମାର୍କେଟ, ଜୋର ବାଗ ଏବଂ ଶିବାଜୀ ଷ୍ଟାଡିୟମ ଅନ୍ତର୍ଭୁକ୍ତ। ମେଟ୍ରୋ ରେଳ ନିଗମ ଉଲ୍ଲେଖ କରିଛି ଯେ, ରାଜୀବ ଚୌକ, ମଣ୍ଡି ହାଉସ ଏବଂ କେନ୍ଦ୍ରୀୟ ସଚିବାଳୟରେ ଇଣ୍ଟରଚେଞ୍ଜ ସୁବିଧା ଉପଲବ୍ଧ ରହିବ।




