ଦେବଗଡ଼ରେ ବିଶାଳ ତ୍ରିରଙ୍ଗା ପଦଯାତ୍ରା

ଦେବଗଡ଼: ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଧବାର ସହରରେ ହର ଘର ତ୍ରିରଙ୍ଗା ଅଭିଯାନ ଅବସରରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳଙ୍କ ଅଫିସ୍‌ରୁ ଇଣ୍ଡୋର ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇଥିବା ଏହି ପଦଯାତ୍ରାରେ ଜିଲ୍ଲାପାଳ କବୀନ୍ଦ୍ର ସାହୁ ମୁଖ୍ୟ ଅତିଥି, ଏସ୍‌ପି କିଶୋର ଚନ୍ଦ୍ର ମୁଣ୍ଡ, ସାଂସଦଙ୍କ ପ୍ରତିନିଧି ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଭାରପ୍ରାପ୍ତ ପୌରାଧ୍ୟକ୍ଷ ପ୍ରଜିତ ଭୋଜ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ପ୍ରଶାନ୍ତ ବେହେରା, ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ମିଞ୍ଜ, ଉପଜିଲ୍ଲାପାଳ ପରିକ୍ଷିତ ସାହୁ ଓ ଜିଲ୍ଲା ବିଜେପି ସଭାପତି ଅରୁଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ରାଲିରେ ଅଂଶଗ୍ରହଣକାରୀମାନେ ୧୨୦ ଫୁଟ୍ ଲମ୍ବ ବିଶିଷ୍ଟ ଆକର୍ଷଣୀୟ ବିଶାଳ ଜାତୀୟ ପତାକା ଧରି ଦେଶପ୍ରେମର ନାରା ଦେଇ ନଗର ପରିକ୍ରମା କରିଥିଲେ। ଏହି ପଦଯାତ୍ରାରେ ଜିଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ, ଛାତ୍ରଛାତ୍ରୀ,ଏନ୍‌ସିସି କ୍ୟାଡେଟ୍, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ, ସ୍ୱେଚ୍ଛାସେବୀ ଓ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

  • Related Posts

    ନାବାଳିକାଙ୍କୁ ଗଣଦୁଷ୍କର୍ମ , ଦୁଇ ନାବାଳକଙ୍କୁ ଧରିଲା ପୁଲିସ

    କଟକ : କଟକର ବାଦାମବାଡ଼ିରେ ଏକ ଲଜ୍ଜାଜନକ କାଣ୍ଡ ଘଟିଛି । ଜଣେ ନାବାଳିକାଙ୍କୁ ଦୁଇ ଜଣ ନାବାଳକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ କେନ୍ଦ୍ର କରି ବାଦାମବାଡ଼ି ଥାନାରେ ମାମଲା ରୁଜୁ ପରେ ପୁଲିସ ଦୁଇ…

    Continue reading
    ପ୍ରବଳରୁ ଅତି ପ୍ରବଳ ବର୍ଷା: ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ

    ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏ ନେଇ ଦିଲ୍ଲୀସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି। ସେହିପରି ଆସନ୍ତା ୧୪ରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ