ଦେବଗଡ ଜିଲ୍ଲାର ଶତାୟୁ ନିର୍ବାଚକଙ୍କୁ ପରିଗଣନା ଫର୍ମ ପ୍ରଦାନ ଓ ସମ୍ବର୍ଦ୍ଧନା

ଦେବଗଡ଼:ସ୍ଵତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ପାଇଁ ଦେବଗଡ ଜିଲ୍ଲାର ଶତାୟୁ ନିର୍ବାଚକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିଗଣନା ଫର୍ମ ପ୍ରଦାନ ଓ ସମ୍ବର୍ଦ୍ଧନା ଦିଆଯାଇଛି। ତେବେ ବାରକୋଟ ବ୍ଲକର କାଲକାଠ ଗ୍ରାମର ଶୈଳ ପ୍ରଧାନ(୧୦୨) ଶତାୟୁ ନିର୍ବାଚକ ଭାବରେ ପଞ୍ଜୀକୃତ ହୋଇ ନିରବିଚ୍ଛିନ୍ନ ଭାବେ ମତଦାନ ପ୍ରକ୍ରିୟାରେ ଭାଗନେଇ ଆସୁଛନ୍ତି। ତେଣୁ ଭୋଟର ତାଲିକାରେ ସଂଶୋଧନ ପାଇଁ ଚାଲିଥିବା ଏହି ସ୍ଵତନ୍ତ୍ର ସଘନ ସଂଶୋଧନ ମହା ଅଭିଯାନରେ ସାମିଲ ହୋଇ ଥିବାରୁ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ତଥା ନିର୍ବାଚକ ପଞ୍ଜୀକରଣ ଅଧିକାରୀ ପରୀକ୍ଷିତ ସାହୁ,ବୁଥସ୍ତରୀୟ ଅଧିକାରୀ ବୈଦ୍ୟନାଥ କିଷାନ ଓ ବରିଷ୍ଠ ରାଜସ୍ଵ ସହାୟକ ସୌମିତ୍ରୀ ପ୍ରସାଦ ଦେହୁରୀ ପରିଗଣନା ଫର୍ମ ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ରିଆମାଳ ବ୍ଲକର କୁଣ୍ଢେଇଗୋଳା ଗ୍ରାମର ଶତାୟୁ ନିର୍ବାଚକ ବିଶିକେଶନ ପ୍ରଧାନ(୧୦୩)ଙ୍କୁ ରିଆମାଳ ବ୍ଲକ ବିଡିଓ ଆଦିତ୍ୟ ପଣ୍ଡା,ବୁଥ ସ୍ତରୀୟ ଅଧିକାରୀ ଚନ୍ଦ୍ର ଶେଖର ସାହୁ ଓ ସୁପରଭାଇଜାର ବାଉରୀ ବନ୍ଧୁ ସାହୁ ପରିଗଣନା ଫର୍ମ ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଥିଲେ।

  • Related Posts

    କମିଶନ ରିପୋର୍ଟ ଚୋରି ଅଭିଯୋଗ ଆସିଲେ ସରକାର ତଦନ୍ତ କରିବେ-ମୁଖ୍ୟମନ୍ତ୍ରୀ

    ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କ କାର୍ଯ୍ୟାଳୟରୁ ଗୁରୁତ୍ବପୂର୍ଣ୍ଣ ତଦନ୍ତ କମିଶନ ରିପୋର୍ଟ ଚୋରି ଅଭିଯୋଗକୁ ନେଇ ରାଜ୍ୟ ରାଜନୀତିରେ ଝଡ଼। ଗତକାଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓଟିଭିକୁ ଏକ୍ସକ୍ଲୁସିଭ୍ ଇଣ୍ଟର୍ଭ୍ୟୁରେ କହିଛନ୍ତି, ନବୀନଙ୍କ ମୁଖ୍ୟମନ୍ତ୍ରିତ୍ବ ସମୟରେ ତାଙ୍କ…

    Continue reading
    ମାଗଣା ସ୍ୱାସ୍ଥ୍ୟ ଶିବିର ଉଦଘାଟିତ

    ଦେବଗଡ଼:ଦେବଗଡ ଜିଲ୍ଲା ବାରକୋଟ ସ୍ଥିତ ଦୟାନନ୍ଦ ପବ୍ଲିକ ସ୍କୁଲ ପରିସରରେ ଆଜି ଦ୍ୱିଦିବସୀୟ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ଶିବିର ଉଦଘାଟିତ ହୋଇଯାଇଛି।ଭୁବନେଶ୍ୱର ସାଇ ସବୁରି ହସ୍ପିଟାଲ ଏବଂ ଜଳ ସୁରେଖା ଚାରିଟେବୁଲ ଟ୍ରଷ୍ଟର ମିଳିତ ସହଯୋଗରେ ଅନୁଷ୍ଠିତ ସ୍ବାସ୍ଥ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ