ମାଗଣା ସ୍ୱାସ୍ଥ୍ୟ ଶିବିର ଉଦଘାଟିତ

ଦେବଗଡ଼:ଦେବଗଡ ଜିଲ୍ଲା ବାରକୋଟ ସ୍ଥିତ ଦୟାନନ୍ଦ ପବ୍ଲିକ ସ୍କୁଲ ପରିସରରେ ଆଜି ଦ୍ୱିଦିବସୀୟ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ଶିବିର ଉଦଘାଟିତ ହୋଇଯାଇଛି।ଭୁବନେଶ୍ୱର ସାଇ ସବୁରି ହସ୍ପିଟାଲ ଏବଂ ଜଳ ସୁରେଖା ଚାରିଟେବୁଲ ଟ୍ରଷ୍ଟର ମିଳିତ ସହଯୋଗରେ ଅନୁଷ୍ଠିତ ସ୍ବାସ୍ଥ୍ୟ ଶିବିର ଦୁଇ ଦିନ ଧରି ଅନୁ‌ଷ୍ଠିତ ହେବ। ଶିବିରକୁ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଉକ୍ତ ଶିବିରରେ ଅସ୍ଥିଶଲ୍ୟ, ଚର୍ମ, ସାଧାରଣ ଔଷଧ, ସ୍ତ୍ରୀ ଓ ପ୍ରସୂତୀ ଏବଂ ଶାରୀରିକ ଚିକିତ୍ସା ବିଭାଗର ଡାକ୍ତର ଉପସ୍ଥିତ ରହି ରୋଗୀମାନଙ୍କୁ ଚିକିତ୍ସା ସେବା ଓ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ହୀରାଲାଲ ସାହୁ,ସଞ୍ଜିବ ଶତପଥି,କୃତାର୍ଥ ସାହୁ,ରାଜକିଶୋର ସାହୁ,ମାନସ ରଞ୍ଜନ ସାହୁ, ଲିଙ୍କନ ସାହୁ,ସୁବ୍ରତ ପ୍ରଧାନ ସହଯୋଗ କରିଥିଲେ।

  • Related Posts

    କମିଶନ ରିପୋର୍ଟ ଚୋରି ଅଭିଯୋଗ ଆସିଲେ ସରକାର ତଦନ୍ତ କରିବେ-ମୁଖ୍ୟମନ୍ତ୍ରୀ

    ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କ କାର୍ଯ୍ୟାଳୟରୁ ଗୁରୁତ୍ବପୂର୍ଣ୍ଣ ତଦନ୍ତ କମିଶନ ରିପୋର୍ଟ ଚୋରି ଅଭିଯୋଗକୁ ନେଇ ରାଜ୍ୟ ରାଜନୀତିରେ ଝଡ଼। ଗତକାଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓଟିଭିକୁ ଏକ୍ସକ୍ଲୁସିଭ୍ ଇଣ୍ଟର୍ଭ୍ୟୁରେ କହିଛନ୍ତି, ନବୀନଙ୍କ ମୁଖ୍ୟମନ୍ତ୍ରିତ୍ବ ସମୟରେ ତାଙ୍କ…

    Continue reading
    ଦେବଗଡ ଜିଲ୍ଲାର ଶତାୟୁ ନିର୍ବାଚକଙ୍କୁ ପରିଗଣନା ଫର୍ମ ପ୍ରଦାନ ଓ ସମ୍ବର୍ଦ୍ଧନା

    ଦେବଗଡ଼:ସ୍ଵତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ପାଇଁ ଦେବଗଡ ଜିଲ୍ଲାର ଶତାୟୁ ନିର୍ବାଚକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିଗଣନା ଫର୍ମ ପ୍ରଦାନ ଓ ସମ୍ବର୍ଦ୍ଧନା ଦିଆଯାଇଛି। ତେବେ ବାରକୋଟ ବ୍ଲକର କାଲକାଠ ଗ୍ରାମର ଶୈଳ ପ୍ରଧାନ(୧୦୨) ଶତାୟୁ ନିର୍ବାଚକ ଭାବରେ ପଞ୍ଜୀକୃତ ହୋଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ