ଦେଶ ଓ ଗଣତନ୍ତ୍ର ପାଇଁ ସବୁଠୁ ବଡ଼ ବିପଦ ରାହୁଲ ଗାନ୍ଧୀ : ଡ.ସୁଧାଂଶୁ ତ୍ରିବେଦୀ

ଭୁବନେଶ୍ୱର: ବିଶ୍ୱର ପ୍ରମୁଖ ବିକଶିତ ରାଷ୍ଟ୍ରଗୁଡିକ ଆଜି ଘୋର ଆର୍ଥିକ ଦୁର୍ଗତି, ସାମାଜିକ ବିଶୃଙ୍ଖଳା ଓ ରାଜନୈତିକ ଅସ୍ଥିରତା ଭଳି ସମସ୍ୟା ଘେରରେ ଛନ୍ଦି ହୋଇପଡିଥିବାବେଳେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତର ଆର୍ôଥକ, ସାମାଜିକ ପ୍ରଗତି ଓ ଗରିବକଲ୍ୟାଣ କାର୍ଯ୍ୟକ୍ରମଗୁଡିକ ଦ୍ରୁତ ଗତିରେ ଆଗେଇ ଚାଲିଛି । ଭାରତ ଏବେ ବିଶ୍ୱର ଦ୍ରୁତ ଆର୍ଥିକ ବିକାଶ କରୁଥିବା ଦେଶ ହୋଇଛି ଓ ଅନେକ କ୍ଷେତ୍ରରେ ‘ଆତ୍ମନିର୍ଭର ଭାରତ’ ଆହ୍ୱାନକ୍ରମେ ରପ୍ତାନି କ୍ଷେତ୍ରରେ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ପ୍ରଗତି ସହ ତାଳ ଦେଇ ଓଡିଶା ବର୍ତ୍ତମାନ ଭାରତବର୍ଷର ସେମି-କଣ୍ଡକ୍‌ଟର୍ ହବ, କୃତ୍ରିମ ବୁଦ୍ଧିମତ୍ତା, ଡାଟା ସେଂଟର, ପ୍ରତିରକ୍ଷା ଉତ୍ପାଦନ, ନୂତନ ପ୍ରଯୁକ୍ତିବିଦ୍ୟା ଏବଂ ସୁରକ୍ଷା କ୍ଷେତ୍ରରେ ନିଜର ନୂତନ ପରିଚୟ ସୃଷ୍ଟି କରିଛି । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ଓଡ଼ିଶାରେ ବିଜେପିର ଡବଲ ଇଞ୍ଜିନ ସରକାର ମିଳିତ ଭାବେ କାର୍ଯ୍ୟ କରିବା ଦ୍ୱାରା ରାଜ୍ୟର ଅର୍ଥନୀତି, ଗରିବ କଲ୍ୟାଣ ଯୋଜନା ଏବଂ ଭିତ୍ତିଭୂମିର ଉନ୍ନତି ଦ୍ରୁତ ଗତିରେ ହେଉଛି । ମୋଦୀଙ୍କ ‘ବିକଶିତ ଭାରତ ୨୦୪୭’ ସଂକଳ୍ପ ସହ ଓଡ଼ିଶାର ‘ଭିଜନ ୨୦୩୬’ ସମ୍ପୂର୍ଣ୍ଣ ରୂପେ ଜଡ଼ିତ । ଓଡିଶା ସରକାର ୨୦୩୬ ସୁଦ୍ଧା ରାଜ୍ୟ ଅର୍ଥନୀତିକୁ ୫୦୦ ବିଲିଅନ ଡଲାର ଓ ୨୦୪୭ରେ ୧୫୦୦ ବିଲିୟନରେ ପରିଣତ କରିବାର ଲକ୍ଷ୍ୟ ରଖିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଓଡ଼ିଶାର ସଂସ୍କୃତି ଓ ଅସ୍ମିତାକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଉପଯୁକ୍ତ ସମ୍ମାନ ମିଳିଛି । ଭାରତ ମଂଡପମ୍‌ରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀର ପୃଷ୍ଠଭୂମିରେ କୋଣାର୍କ ମନ୍ଦିର ପ୍ରଦର୍ଶନ କରାଯାଇଥିଲାସେହିପରି ନିକଟରେ ପ୍ରଧାନମନ୍ତ୍ରୀ ଜର୍ମାନୀ ଚାନ୍ସେଲରଙ୍କୁ କୋଣାର୍କ ମନ୍ଦିରର ପ୍ରତିକୃତି ପ୍ରଦାନ କରାଯାଇଥିଲା । ମୋଦିଜୀଙ୍କ ୨୦୪୭ ରେ ବିକଶିତ ଭାରତ ସ୍ୱପ୍ନ ଓ କ୍ରିୟାନ୍ୱୟନ ତଥା ଭାରତର ଅଗ୍ରଗତି ହେଉଛି, ଯାହାକୁ କିଛି ବାହ୍ୟ ଶକ୍ତି ବିରୋଧ କରୁଛନ୍ତି । ଏଥିରେ ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଓ ଏହାର ନେତା ଶ୍ରୀ ରାହୁଲ ଗାନ୍ଧୀଙ୍କ ଭୂମିକା ଓ ପ୍ରତ୍ୟକ୍ଷ ସଂପୃକ୍ତି ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ରାଷ୍ଟ୍ରହିତ ପାଇଁ ଅତ୍ୟନ୍ତ କ୍ଷତିକାରକ । ବାସ୍ତବରେ ରାହୁଲ ଗାନ୍ଧୀ ବିଦେଶୀ ବିଭାଜନକାରୀ ଶକ୍ତିମାନଙ୍କ ଇସାରାରେ କାମ କରୁଛନ୍ତି ବୋଲି ରାଜ୍ୟସଭା ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡ.ସୁଧାଂଶୁ ତ୍ରିବେଦୀ କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ.ତ୍ରିବେଦୀ କହିଛନ୍ତି ଯେ, ଭାରତବର୍ଷ ଓ ଏହାର ସଶକ୍ତ ଗଣତନ୍ତ୍ର ପାଇଁ ସବୁଠୁ ବଡ଼ ବିପଦ ରାହୁଲ ଗାନ୍ଧୀ । ୨୦୧୨ ଠାରୁ ଆଜି ପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ଭାରତର ସମସ୍ତ ସାମ୍ବିଧାନିକ ସଂସ୍ଥା ଏବଂ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଓ ଏଲ୍‌ଆଇସି ଭଳି ରାଷ୍ଟ୍ରାୟତ ଅର୍ଥନୈତିକ ସଂସ୍ଥା ସଂପର୍କରେ ଜନମାନସରେ ସନ୍ଦେହପୂର୍ଣ୍ଣ ଧାରଣା ସୃଷ୍ଟି କରିବାର ବିଫଳ ପ୍ରୟାସ ପଦାରେ ପଡିଛି । ଗତ ୧୨ ବର୍ଷର ମୋଦିଙ୍କ ସରକାର ସମୟରେ ଦେଶରେ ଅତି ଦରିଦ୍ରଙ୍କ ସଂଖ୍ୟା ୨୭.୧% ରୁ ୨.୬% କୁ ଖସି ଆସିଛି । ପ୍ରାୟ ୫୦ କୋଟି ଲୋକ ଅତି ଉତ୍କଟ ଦାରିଦ୍ର‌ ସୀମାରେଖାର ଉର୍ଦ୍ଧ୍ୱକୁ ଉଠିଛନ୍ତି । ଆର୍ଥିକ ବିକାଶ ସହିତ ଦେଶରେ ଦାରିଦ୍ୟ ହ୍ରାସ ପାଉଛି ।
ବିଶ୍ୱର ବିଭିନ୍ନ ସଂସ୍ଥାଗୁଡିକ ଯେଉଁ ଦେଶମାନଙ୍କୁ ‘ହାପିନେସ୍ ଇଣ୍ଡେକ୍ସ’ ବା ‘ଖୁସି ସୂଚନାଙ୍କ’ର ଶୀର୍ଷ ସ୍ଥାନରେ ଥିବାର ଦେଖାଉଥିଲା, ବର୍ତ୍ତମାନ ସେହି ଦେଶମାନଙ୍କରେ ଏବେ ବ୍ୟାପକ ହିଂସା ଓ ଅରାଜକତା ଘଟୁଥିବାବେଳେ ଭାରତରେ ଜନସାଧାରଣ ମୋଦିଜୀଙ୍କ ନେତୃତ୍ୱାଧିନ ବିଜେପି ସରକାରରେ ଖୁସିରେ ଅଛନ୍ତି । କିନ୍ତୁ କଂଗ୍ରେସ ଓ କେତେକ ବିରୋଧୀ ଦଳ ଦେଶର ଏହି ପ୍ରଗତିକୁ ସହି ନପାରି ଅରାଜକତା ସୃଷ୍ଟି କରିବାର ଅପଚେଷ୍ଟା କରୁଛନ୍ତି । ସେମାନେ ନିର୍ବାଚନକୁ ନେଇ ଇଭିଏମ୍ ଓ ନିର୍ବାଚନ କମିଶନ ଭଳି ଗଣତାନ୍ତ୍ରିକ ଅନୁଷ୍ଠାନକୁ ବଦନାମ କରୁଛନ୍ତି, ସୁପ୍ରିମକୋର୍ଟକୁ ଅସମ୍ମାନ କରୁଛନ୍ତି, ଆକାଶବାଣୀ କେନ୍ଦ୍ର ଭିତରକୁ ଧସେଇ ପଶୁଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଘର ଆଗରେ ଧାରଣା ଦେଇ ଅରାଜକତା ସୃଷ୍ଟି କରିବା ସହ ଭାରତୀୟ ଗଣତାନ୍ତ୍ରୀକ ବ୍ୟବସ୍ଥାକୁ ଦୁର୍ବଳ କରିବାର ଘୃଣ୍ୟ ପ୍ରୟାସ କରୁଛନ୍ତି । କଂଗ୍ରେସର ଏହି ଭଳି ଆଚରଣକୁ ଦେଶବାସୀ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖାନ କରିଛନ୍ତି ବୋଲି ଡ.ତ୍ରିବେଦୀ କହିଛନ୍ତି ।
କଂଗ୍ରେସ କାହିଁକି ନିର୍ବାଚନ ହାରୁଛି ତାହାର ସମୀକ୍ଷା ନକରି ନିର୍ବାଚନ କମିଶନଙ୍କୁ ଓ ଏସ୍‌ଆଇଆର୍ ପ୍ରକ୍ରିୟାକୁ ଦୋଷ ଦେଉଛି । ଭାରତୀୟ ଜନତା ପାର୍ଟି ୨୦୧୪ ମସିହାରେ କେନ୍ଦ୍ରରେ ସରକାର ଗଠନ ପୂର୍ବରୁ କଂଗ୍ରେସ ଦୀର୍ଘ ସମୟ ଧରି କ୍ଷମତାରୁ ବାହାର ରହିଆସିଛି । ୨୦୦୦ ରୁ ଓଡ଼ିଶାରେ, ୧୯୯୫ ରୁ ଗୁଜରାଟରେ, ୧୯୯୦ରୁ ଉତ୍ତର ପ୍ରଦେଶ ଏବଂ ବିହାରରେ ସରକାର ଗଠନ କରିନାହିଁ । ୭୦ ଦଶକରୁ ତାମିଲନାଡୁରେ, ୧୯୭୭ରୁ ବେଙ୍ଗଲରେ କ୍ଷମତାରେ ନାହିଁ । କେରଳରେ ମୁସଲିମ ଲିଗ୍ ଏବଂ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟିର ସାହାଯ୍ୟ ନେଇ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଯଥାକ୍ରମେ ୱାଇନାଡ୍ ଓ ରାଇବରେଲୀର ଲୋକସଭା ଆସନରୁ ଜିତୁଥିବାବେଳେ ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ବିଜେପିକୁ ଆହ୍ୱାନ ଦେବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ ବୋଲି ଡ.ତ୍ରିବେଦୀ କହିଛନ୍ତି ।
ଏସ୍‌ଆଇଆର୍‌କୁ ନେଇ ବିରୋଧୀଙ୍କ ଅପପ୍ରଚାର ଅତ୍ୟନ୍ତ ଅମୂଳକ, ଅଯୌକ୍ତିକ ଏବଂ ଭ୍ରମାତ୍ମକ । ଏହା ଦୀର୍ଘ ଦିନର କ୍ଷମତାରୁ ବାହାରେ ରହିବାର ଓ ହତାଶାର ପ୍ରଳାପ । କଂଗ୍ରେସର ଅଭିଯୋଗ ଅନୁଯାୟୀ ଯେଉଁ ପ୍ରାୟ ୧୩ କୋଟି ଭୋଟରଙ୍କ ନାମ ନୂଆ ଭୋଟର ତାଲିକାରୁ କଟାଯାଇଛି ସେଥିରୁ ୨.୮ କୋଟି ମୃତ, ୬.୩୦ କୋଟି ଭୋଟର ସ୍ଥାୟୀ ଭାବେ ସ୍ଥାନାନ୍ତରିତ, ୧ କୋଟି ଏକାଧିକ ସ୍ଥାନରେ ପଂଜୀକୃତ ଏବଂ ୩.୦୧ କୋଟି ଭୋଟର ନିଜ ଠିକଣାରେ ଅନୁପସ୍ଥିତ । ଏହି ଭୋଟରମାନଙ୍କୁ ନିର୍ବାଚନ କମିଶନଙ୍କ ତରଫରୁ ଆଇନ ଅନୁଯାୟୀ ନୋଟିସ୍ ଦିଆଯାଇଛି । ଏଭଳି ଭୋଟରଙ୍କ ପାଇଁ କଂଗ୍ରେସ ଦଳ କୁମ୍ଭୀର କାନ୍ଦଣା କାନ୍ଦି ଅନୁପ୍ରବେଶକାରୀଙ୍କୁ ଭୋଟର ତାଲିକାରେ ବେନିୟମ ଭାବେ ସାମିଲ କରିବାର ଉଦ୍ୟମ ଭାରତବର୍ଷର ଏକତା ଓ ଅଖଣ୍ଡତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଡ.ତ୍ରିବେଦୀ ସିଧାସଳଖ ଅଭିଯୋଗ କରିଛନ୍ତି ।
କଂଗ୍ରେସ ଶାସିତ କେରଳ ରାଜ୍ୟର ଗୃହମନ୍ତ୍ରୀ ରମେଶ ଚେନିଥେଲିବାଲା, ତିରୁଅନନ୍ତପୁରମର ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଶଶୀ ଥରୁର ଏବଂ କର୍ଣ୍ଣାଟକର ସରକାର ମନ୍ତ୍ରୀମାନେ ସଂପ୍ରତି ଏସ୍‌ଆଇଆର୍ ପ୍ରକ୍ରିୟା ଯୋଗୁଁ ଉକ୍ତ ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ସମ୍ଭବ ହୋଇଛି ବୋଲି ଭୂୟସୀ ପ୍ରଶଂସା କରିଛନ୍ତି । ଭୋଟର ତାଲିକାରେ ନାମ ଯୋଡ଼ିବା କିମ୍ବା ବାଦ୍ ଦେବା ପ୍ରକ୍ରିୟାରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଏଲ୍‌ଓ ନିଯୁକ୍ତ ହୋଇଥାନ୍ତି । ସେହିପରି ରାଜନୈତିକ ଦଳଗୁଡ଼ିକ ନିଜ ପକ୍ଷରୁ ବିଏଲ୍‌ଏ ନିଯୁକ୍ତି କରିଥାନ୍ତି । ଦେଶରେ ୧୨ ଲକ୍ଷ ବିଏଲ୍‌ଓ ଏବଂ ୨୨ ଲକ୍ଷ ବିଏଲ୍‌ଏ ନିଯୁକ୍ତି ହୋଇଛନ୍ତି । ତେବେ କଂଗ୍ରେସର ବିଏଲ୍‌ଏମାନେ କ’ଣ ଶୋଇପଡ଼ିଥିଲେ ନା ଅନ୍ୟ କିଛି ନିଶାରେ ଥିଲେ ବୋଲି କଟାକ୍ଷ କରିଛନ୍ତି ସୁଧାଂଶୁ । ଭୋଟର ତାଲିକା ଯାଞ୍ଚ ସମୟରେ ସେମାନେ ତାଲିକାରେ ସ୍ୱାକ୍ଷର କରିଥିଲେ କି ନାହିଁ ଏବଂ ଆପତ୍ତି ଥିଲେ କାହିଁକି ଅଭିଯୋଗ ଉଠାଇନଥିଲେ? ସେହିଭଳି ଜିଲ୍ଲା ଓ ରାଜ୍ୟସ୍ତରରେ କଂଗ୍ରେସର ପ୍ରାଧିକୃତ ଅଧିକାରୀମାନେ କୌଣସି ଅଭିଯୋଗ ଦାଖଲ କରିନଥିବାବେଳେ ରାହୁଲ ଗାନ୍ଧୀଙ୍କ ଏଭଳି ଉଦ୍ଭଟ ଓ ଅବାସ୍ତବ ଅଭିଯୋଗ ତାଙ୍କ ବାଲ୍ୟ ଚପଳତା ନା ଭାରତ ବିରୋଧୀ ଶକ୍ତିର କ୍ରିଡନକ ବୋଲି ଡ.ତ୍ରିବେଦୀ ପ୍ରଶ୍ନ କରିଛନ୍ତି ।
କଂଗ୍ରେସ ଶାସନ କାଳରେ ମୁଖ୍ୟ ନିର୍ବାଚନ କମିଶନଙ୍କୁ ପ୍ରଶାସନିକ ସୁପାରିଶ ଆଧାରରେ ନିଯୁକ୍ତି ମିଳୁଥିଲା । ନରେନ୍ଦ୍ର ମୋଦିଙ୍କ ସରକାର ଆସିବା ପରେ ଏଥିରେ ସଂସ୍କାର କରାଯାଇ ଏକ ତିନିଜଣିଆ କମିଟିରେ ପ୍ରଧାନମନ୍ତ୍ରୀଙ୍କ ସହ ବିରୋଧୀ ଦଳ ନେତାଙ୍କୁ ଅନ୍ତଭୁର୍କ୍ତ କରାଯାଇଛି । କଂଗ୍ରେସ ବଡ଼ ବଡ଼ କଥା କହୁଥିବା ବେଳେ ନିଜ ଶାସିତ ରାଜ୍ୟମାନଙ୍କରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିଯୁକ୍ତି କମିଟିରେ ବିରୋଧୀ ଦଳ ନେତାଙ୍କୁ କହିଁକି ରଖୁନାହିଁ ? ଟି.ଏନ.ଶେଷାନ, ଏମ.ଏସ.ଗିଲଙ୍କ ଭଳି ମୁଖ୍ୟ ନିର୍ବାଚନ କମିଶନମାନେ କିଭଳି କଂଗ୍ରେସ ଦଳ ପାଇଁ କାମ କରି ପରେ କଂଗ୍ରେସରୁ ନିର୍ବାଚନ ଲଢ଼ି ମନ୍ତ୍ରୀ ପଦ ହାତେଇଥିଲେ, ତାହା ସମସ୍ତେ ଜାଣିଛନ୍ତି । ସେହିପରି ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ପରେ ନିର୍ବାଚନ କମିଶନ କିପରି ସାରା ଦେଶରେ ନିର୍ବାଚନକୁ ଘୁଂଚାଇ କଂଗ୍ରେସ ସପକ୍ଷରେ ଭୋଟ କରାଇବାକୁ ଚେଷ୍ଟା କରିଥିଲେ ତାହା ମଧ୍ୟ ଦେଶବାସୀ ଭୁଲିନାହାନ୍ତି । ସେହି କଂଗ୍ରେସ ଦଳ ଆଜି ନିର୍ବାଚନ ଓ ନିର୍ବାଚନ କମିଶନଙ୍କୁ ଆକ୍ଷେପ କରିବା ପୂର୍ବରୁ ନିଜକୁ ନିଜେ ଆତ୍ମଚିନ୍ତନ କରିବାକୁ ଡ.ତ୍ରିବେଦୀ ପରାମର୍ଶ ଦେଇଛନ୍ତି ।

  • Related Posts

    ଏପ୍ରିଲରେ ପଞ୍ଚାୟତ, ମେ’ରେ ପୌର ନିର୍ବାଚନ

    ଭୁବନେଶ୍ୱର: ଆସନ୍ତା ବର୍ଷ ଏପ୍ରିଲ ମାସରେ ପଞ୍ଚାୟତ ନିର୍ବାଚନ ହେବ । ମେ ମାସରେ ପୌର ନିର୍ବାଚନ ପାଇଁ ଲକ୍ଷ୍ୟ ଅଛି । ଆସନ୍ତା ଜାନୁୟାରୀ ୧ ତାରିଖରେ ଚିଠା ଭୋଟର ତାଲିକା ବାହାରିବ । ଫେବ୍ରୁଆରୀ ୧୫ ତାରିଖ ସୁଦ୍ଧା…

    Continue reading
    ‘ଅର୍ଣ୍ଣବ’ ପ୍ରଭାବିତ ୩ ଜିଲ୍ଲାରେ ଘରକୁ ଘର ସର୍ଭେ ଅବଧି ବୃଦ୍ଧି

    ଭୁବନେଶ୍ୱର: ସାମ୍ପ୍ରତିକ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ସାଧାରଣ ଜନଜୀବନ ବ୍ୟାହତ ହେବା ସହ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗ ପରିସ୍ଥିତି ଯୋଗୁଁ ଚାଲୁ ରହିଥିବା ଘରକୁ ଘର (Door-to-Door) ସର୍ଭେ କାର୍ଯ୍ୟ ପ୍ରଭାବିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି