ନବୀନଙ୍କୁ ଶ୍ରୀମୟୀ ମିଶ୍ରଙ୍କ ସମାଲୋଚନା

ପ୍ରବାଦପୁରୁଷ ବିଜୁବାବୁଙ୍କ ୧୧୦ତମ ଜୟନ୍ତୀରେ ବିଜେଡି ଏବଂ ନବୀନଙ୍କୁ ଶ୍ରୀମୟୀ ମିଶ୍ରଙ୍କ ସମାଲୋଚନା। ନିଜ ସୋସିଆଲ ମିଡିଆ ପୋଷ୍ଟରେ ସମାଲୋଚନା କଲେ ଶ୍ରୀମୟୀ ମିଶ୍ର। ଦୀର୍ଘ ତିନି ଦଶନ୍ଧି ଧରି ଯେଉଁ ବ୍ୟକ୍ତି କ୍ଷମତାରେ ରହିଛନ୍ତି, ନିଜେ କେତେଥର ଦିଲ୍ଲୀ ଦରବାରରେ ବିଜୁବାବୁଙ୍କୁ ଭାରତରତ୍ନ ସମ୍ମାନ ଦେବା ପାଇଁ ଚେଷ୍ଟା କରିଛନ୍ତି? ଅବଶ୍ୟ ଦଳର ନେତାଙ୍କୁ ଲଗେଇ, ଭାଷଣରେ ଅନ୍ୟର Script ପଢ଼ି, ଧର୍ମକୁ ଆଖିଠାର କଲା ଭଳି ଏ ପ୍ରସଙ୍ଗ ଉଠାନ୍ତି। କ’ଣ ଖାଲି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ଆଉ ଖଣ୍ଡି ଓଡ଼ିଆରେ ଭାଷଣ ଦେବା ହିଁ ଦେଶର ଜଣେ ପ୍ରଭାବଶାଳୀ ପୁତ୍ରର କର୍ତ୍ତବ୍ୟ?
ଓଡ଼ିଶାବାସୀ ଓ ଦିଲ୍ଲୀରେ ଥିବା ବିଜୁବାବୁଙ୍କ ପାଖ ଲୋକେ କୁହନ୍ତି କି, ବିଜୁବାବୁଙ୍କର ଶେଷ ସମୟରେ ତାଙ୍କୁ ନିଜ ଘରେ ରଖି ବାପାଙ୍କ ଭଳି ପାଖରେ ରହି ସବୁ କଥା ବୁଝୁଥିଲେ ଶ୍ରୀ ଦିଲୀପ ରାୟ । ବାପା ମାଆଙ୍କ ସେବା କରୁଥିବା ବ୍ୟକ୍ତିଙ୍କ ପ୍ରତି ସବୁ ପିଲାମାନେ କୃତଜ୍ଞ ରୁହନ୍ତି। ରାଜ୍ୟସଭା ନିର୍ବାଚନରେ ବାପାଙ୍କ ପ୍ରିୟ ଲୋକଙ୍କୁ ସମର୍ଥନ କରି କୃତଜ୍ଞତା ଜାହିର କରିବା ଉଚିତ୍ ନୁହଁ କି ? ଏମିତି କେତେ ନିର୍ବାଚନ ଆସିବ, ଯେଉଁଥିରେ ଅନ୍ୟ ପ୍ରାର୍ଥୀଙ୍କୁ ସମର୍ଥନ ଦେଇ ହେବ, କିନ୍ତୁ ବିଜୁ ଜୟନ୍ତୀରେ ବିଜୁବାବୁଙ୍କ ସେବା କରିଥିବା ବ୍ୟକ୍ତିଙ୍କୁ ଯଦି ସମ୍ମାନ ଓ ସମର୍ଥନ,ନ’ଦେଇପାରିବେ, ତେବେ ସେ ପୁତ୍ର କୃତଜ୍ଞ ନା କୃତଘ୍ନ? ବିଜୁବାବୁଙ୍କୁ ଆଦର୍ଶ ମାନୁଥିବା ବହୁ ବିଧାୟକ ମଧ୍ୟ ନିଜ ବିବେକାନୁମୋଦିତ ନିଷ୍ପତ୍ତି ନେବେ, ନା ଭଣ୍ଡ ଅନୁଗାମୀ ହେବେ, ତାହା ସମୟ କହିବ।

  • Related Posts

    ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

    ଭୂବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ବିଜେପି ଅନୁସୁଚୀତ ଜନଜାତି ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ସଂପର୍କରେ ସୂଚନା ଦେଇ ବିଜେପି ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ କାନ୍ଦ୍ରା ସୋରେନ କହିଛନ୍ତି ଯେ, ନିଜ…

    Continue reading
    ୧୧ ବର୍ଷ ପରେ ମଧ୍ୟ ଅଧୁରା ରହିଲା ଓଡ଼ିଶାର କୋଷ୍ଟାଲ ହାଇୱେ ପ୍ରକଳ୍ପ: ବିଜେଡି

    ଭୁବନେଶ୍ୱର: ଦୀର୍ଘ ୧୧ ବର୍ଷ ପରେ ଓଡ଼ିଶାର କୋଷ୍ଟାଲ ହାଇୱେ ପ୍ରକଳ୍ପ ସମ୍ପର୍କରେ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ମିଳିଥିବା ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । କିନ୍ତୁ ଗତକାଲିର ଘୋଷଣା ଓଡ଼ିଶାବାସୀଙ୍କ ଆଶା ଓ ଆକାଂକ୍ଷାକୁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ