ନବୀନବାବୁ ତାଙ୍କର ସମସ୍ତ ନୀତି, ନିୟମ ଓ ନୈତିକତା ଭୁଲିଗଲେ କି: ଭାଜପା

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସାମାଜିକ ଗଣମାଧ୍ୟମ ‘x’ରେ ଏକ ପୋଷ୍ଟକରି ସିଜେପି ଆନ୍ଦୋଳନର ମୁଖ୍ୟ କର୍ଣ୍ଣଧାର ଆଶୁତୋଷ ରାଙ୍କା ଏବଂ ସୌରଭ ଦାସଙ୍କ ଗିରଫଦାରିକୁ ନିନ୍ଦାକରିବା ସହ ସେମାନଙ୍କ ମୁକ୍ତି ପାଇଁ ଦାବି କରିଥିଲେ। ଏପରିକି ନ୍ୟାୟିକ ପ୍ରକ୍ରିୟାକୁ ଆକ୍ଷେପ କରିବା ସହ ପ୍ରଶାସନିକ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ। ନିଷିଦ୍ଧାଞ୍ଚଳରେ ଜାତୀୟ ପତାକା ଉତ୍ତୋଳନ କରିବା କୌଣସି ଅପରାଧ ନୁହେଁ ବୋଲି ବିଚାରାଳୟକୁ ପରାମର୍ଶ ଦେବା ସହ ଉଭୟଙ୍କୁ ଶୀଘ୍ର ମୁକ୍ତକରିବା ଲାଗି ପ୍ରଶାସନିକ ବ୍ୟବସ୍ଥାକୁ ଉପଦେଶ ଦେଇଥିଲେ। ଗତ ୨୪ ବର୍ଷ ଧରି ଆଇନ ତା’ ବାଟରେ ଯିବ ବୋଲି କହି ଆସୁଥିବା ନବୀନଙ୍କ ପ୍ରକୃତରେ ନ୍ୟାୟିକ ଓ ପ୍ରଶାସନିକ ବ୍ୟବସ୍ଥା ଉପରେ ବିଶ୍ୱାସ ନ ଥିଲା। ଯଦି ପୂର୍ବରୁ ନ୍ୟାୟିକ ଓ ପ୍ରଶାସନିକ ବ୍ୟବସ୍ଥା ଉପରେ ବିଶ୍ୱାସ ଥିଲା ବୋଲି ତାଙ୍କର ହୃଦୟଙ୍ଗମ ହେଉଥିଲା ତେବେ ଆଜି ଏ ହୃଦୟ ପରିବର୍ତ୍ତନ କାହିଁକି ବୋଲି ଭାଜପା ପ୍ରଶ୍ନ କରିଛି। ଭାଜପା ଉପସଭାପତି ଜତୀନ ମହାନ୍ତି କହିଛନ୍ତି, ଏବେ ଅରାଜକତା ସୃଷ୍ଟିକାରୀ ଶକ୍ତିମାନଙ୍କୁ ସମର୍ଥନ କରିବାକୁ ଯାଇ ନବୀନବାବୁ ତାଙ୍କର ସମସ୍ତ ନୀତି, ନିୟମ ଓ ନୈତିକତା ଭୁଲିଗଲେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଜତୀନ କହିଛନ୍ତି, ଯେଉଁମାନେ ନିଷିଦ୍ଧାଞ୍ଚଳରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ସେମାନଙ୍କ ଉଦ୍ଦେଶ୍ୟ ବାସ୍ତବରେ କ’ଣ ବୋଲି ଦିଲ୍ଲୀ କୋର୍ଟ ପ୍ରଶ୍ନ କରିଥିଲେ। ବର୍ତ୍ତମାନ ଫ୍ରାନ୍ସଠାରୁ ଆରମ୍ଭକରି ଇଟାଲୀ, ସ୍ପେନ୍‌ ପର୍ଯ୍ୟନ୍ତ ବ୍ୟାପିଥିବା ଆନ୍ଦୋଳନରେ ବ୍ୟାପକ ହିଂସା ଏବଂ ଅରାଜକତା ଦେଖିବାକୁ ମିଳୁଛି। ଗଣତନ୍ତ୍ର ଓ ପ୍ରଶାସନିକ ବ୍ୟବସ୍ଥାକୁ ଜୋରଜବରଦସ୍ତ ପରିବର୍ତ୍ତନକରି ନିଜର ଅରାଜକତାକୁ ଏଠାରେ ଚଳାଇବାକୁ ପ୍ରଚେଷ୍ଟା କରାଯାଉଛି। ସେମାନେ କହୁଛନ୍ତି , ବାଂଲାଦେଶ ଘଟଣା ତାଙ୍କ ପାଇଁ ଆଦର୍ଶ ଓ ପ୍ରେରଣା। ନବୀନବାବୁଙ୍କ ପୋଷ୍ଟରୁ ଜଣାପଡୁଛି ତାଙ୍କର ବାର୍ଦ୍ଧକ୍ୟଜନିତ ସମସ୍ୟା ସହ ତାଙ୍କ ଦଳ ବିଜେଡିର ଆଭିମୁଖ୍ୟ ମଧ୍ୟ ସମାନ ବୋଲି ସେ କହିଛନ୍ତି।

  • Related Posts

    ରବିବାର ଆସିବେ ପ୍ରଧାନମନ୍ତ୍ରୀ

    ଭୁବନେଶ୍ୱର: ରବିବାର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଖୋର୍ଦ୍ଧାରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଗ୍ରୀନ୍ ଫିଲ୍ଡ୍ ଡାଟା ସେଣ୍ଟର ଓ ପ୍ରଶିକ୍ଷଣ ସଂସ୍ଥାର ଉଦଘାଟନ କରିବେ । ତେଣୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସଜେଇ ହେଉଛି ଆରବିଆଇ ଗ୍ରୀନ୍…

    Continue reading
    କୋଟିଆ ଯିବେ ବିଜେଡି ପ୍ରତିନିଧିମଣ୍ଡଳୀ

    ଭୁବନେଶ୍ବର : ଶୁକ୍ରବାର ବିଜେଡିର ଏକ ପ୍ରତିନିଧି ଦଳ କୋଟିଆ ଯିବ। ଆନ୍ଧ୍ରପ୍ରଦେଶ ପକ୍ଷରୁ କୋଟିଆରେ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପର ବିରୋଧ କରିବା ଉଦ୍ଦେଶ୍ୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ପ୍ରତିନିଧିମଣ୍ଡଳୀ କୋଟିଆ ପଞ୍ଚାୟତ ଗସ୍ତ କରିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି