ନିଜର ଦୁଇଟି ରେକର୍ଡକୁ ଭାଙ୍ଗିଲେ କୋହଲି

ଧର୍ମଶାଳା:ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍‌) ୨୦୨୬ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବିସ୍ପୋରକ ବ୍ୟାଟର ବିରାଟ କୋହଲି ଦମଦାର ପ୍ରଦର୍ଶନ କରୁଛନ୍ତି। ରବିବାର ପଞ୍ଜାବ କିଙ୍ଗ୍‌ସ ବିପକ୍ଷରେ ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ବିସ୍ଫୋରକ ବ୍ୟାଟିଂ କରି ଚଳିତ ଆଇପିଏଲ୍‌ରେ ନିଜର ଦୁଇଟି ରେକର୍ଡକୁ ବିରାଟ କୋହଲି ନିଜେ ଭାଙ୍ଗିଛନ୍ତି। ରବିବାର ପଞ୍ଜାବ କିଙ୍ଗସ୍ ବିପକ୍ଷ ମ୍ୟାଚ୍ ରେ କୋହଲି ଆଇପିଏଲ୍‌ରେ ଗୋଟିଏ ଦଳ ବିପକ୍ଷରେ ସର୍ବାଧିକ ରନ୍ କରିଛନ୍ତି। ଏହି ମ୍ୟାଚ୍ ପୂର୍ବରୁ ଚେନ୍ନଇ ସୁପର କିଙ୍ଗସ୍ ବିପକ୍ଷରେ କୋହଲି ୧,୧୭୪ ରନ୍ କରିଥିଲେ ଓ ରବିବାର ପଞ୍ଜାବ ବିପକ୍ଷରେ କୋହଲି ୩୭ ବଲ୍‌ରୁ ୫୮ ରନ୍ କରିଥିଲେ। ପଞ୍ଜାବ ଦଳ ବିପକ୍ଷରେ କୋହଲି ସର୍ବାଧିକ ୧,୨୧୭ ରନ୍ ସ୍କୋର୍ କରିଛନ୍ତି। ପଞ୍ଜାବ ବିପକ୍ଷରେ ୧,୨୧୭ ଓ ସିଏସକେ ବିପକ୍ଷରେ ୧,୧୭୪ ରନ୍ ପରେ ଦିଲ୍ଲୀ କ୍ୟାପିଟାଲ୍‌ସ ବିପକ୍ଷରେ କୋହଲି ୧,୧୭୨ ରନ୍ ମଧ୍ୟ କରିଛନ୍ତି। ପୁଣି ଚଳିତ ସଂସ୍କରଣରେ କୋହଲି ୫୦୦ ରନ୍ ଅତିକ୍ରମ କରିଛନ୍ତି। ଫଳରେ ସର୍ବାଧିକ ୯ଟି ସଂସ୍କରଣରେ କୋହଲି ୫୦୦ରୁ ଅଧିକ କରିଛନ୍ତି। ଚଳିତ ସଂସ୍କରଣରେ କୋହଲି ଗୋଟିଏ ଶତକ ଓ ୪ଟି ଅର୍ଦ୍ଧଶତକ ସହ ୫୪୨ ରନ୍ କରିସାରିଲେଣି।

  • Related Posts

    ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତକୁ ପ୍ରଥମ ସ୍ବର୍ଣ୍ଣପଦକ ଜିତାଇଛନ୍ତି ମୀରାବାଈ ଚାନୁ

    ଗ୍ଲାସ୍‌ଗୋ : ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ବର୍ଣ୍ଣପଦକ ଜିତାଇଛନ୍ତି ମୀରାବାଈ ଚାନୁ। ରବିବାର ମହିଳା ୪୮ କିଗ୍ରା ଭାରୋତ୍ତୋଳନ ବର୍ଗରେ ପ୍ରଥମ ସ୍ଥାନରେ ରହି ମୀରାବାଈ ସ୍ବର୍ଣ୍ଣପଦକ ଜିତି ପାରିଛନ୍ତି। ମଣିପୁରର ୩୨ ବର୍ଷ ବୟସ୍କା ମୀରାବାଈ ମୋଟ…

    Continue reading
    ଲର୍ଡସରେ ଭାରତକୁ ହରାଇ ଇଂଲଣ୍ଡ ଜିତିଲା ଦିନିକିଆ ସିରିଜ୍

    ଲର୍ଡସ: ଲର୍ଡସର ଐତିହାସିକ ମଇଦାନରେ ରବିବାର ଏଭଳି ଏକ ମ୍ୟାଚ୍ ଦେଖିବାକୁ ମିଳିଥିଲା, ଯେଉଁଥିରେ ରନ୍ ର ବର୍ଷା ହୋଇଥିଲା, ନୂତନ ରେକର୍ଡ ସୃଷ୍ଟି ହୋଇଥିଲା ଏବଂ ଶେଷରେ ଇଂଲଣ୍ଡ ବିଜୟୀ ହୋଇଥିଲା। ରୋହିତ ଶର୍ମାଙ୍କ ଚମତ୍କାର ୧୩୮ ରନ୍, ବିରାଟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ