ନିଟ୍ ପେପର ଲିକ୍ ମାମଲା: ସରକାର ଛାତ୍ରମାନଙ୍କ ସହ ଛିଡା ହୋଇଛନ୍ତି-ମୋଦି

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନର ଆଜି ଦ୍ୱୀତିୟ ଦିନ । ବିଭିନ୍ନ ପ୍ରସଙ୍ଗକୁ ନେଇ ଜୋରଦାର ହଙ୍ଗାମା ଭିତରେ ଉଭୟ ସଦନର କାର୍ଯ୍ୟ ମଧ୍ୟାହ୍ନ 12ଟା ଯାଏ ମୁଲତବୀ ରହିଥିଲା । ତେବେ ଦ୍ୱୀତିୟ ଦିନର କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଏନଡିଏର ମଙ୍ଗଳ ମିଳନ ବୈଠକ ବସିଥିଲା । ଏହି ବୈଠକରେ ଏନଡିଏର ସମସ୍ତ ସହଯୋଗୀ ଦଳ ନେତା ସାମିଲ ହୋଇଥିଲେ । ବୈଠକକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିିଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ବୈଠକରେ ପ୍ରଧାନମନ୍ତ୍ରୀ ନିଟ୍ ପେପର ଲିକ ଉପରେ ତାଙ୍କର ବୟାନ ରଖିଥିଲେ । କେନ୍ଦ୍ରୀୟ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବୈଠକ ସମାପ୍ତ ହେବା ପରେ ସୂଚନା ପ୍ରଦାନ କରିଥିଲେ । ସେ ସୂଚନା ଦେଇଥିଲେ, ‘ପ୍ରଧାନମନ୍ତ୍ରୀ ମୋଦି ବୈଠକରେ କହିଥିଲେ, ନିଟ୍ ପରୀକ୍ଷା ପେପର ଲିକ୍ ଜନିତ ଚିନ୍ତା ମଧ୍ୟରେ ସରକାର ଛାତ୍ରମାନଙ୍କ ସହ ଅଛନ୍ତି । ନିଟ ଅବ୍ୟବସ୍ଥା ସହ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।’ ଆଜି ଏନଡିଏ ପାର୍ଲାମେଣ୍ଟ୍ରି ପାର୍ଟିର ମଙ୍ଗଳ ମିଳନ ମିଟିଂ ପରେ ରିଜିଜୁ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ସ୍ପଷ୍ଟ କହିଛନ୍ତି, ନିଟ ପେପର ଲିକ୍ ଦେଶର ଚିନ୍ତା । ଏହାକୁ ନେଇ ରାଜନୀତି କରିବା ଉଚିତ ନୁହେଁ ।’

ରିଜିଜୁ କହିଛନ୍ତି, ‘ନିଟ୍ ପରୀକ୍ଷାକୁ ନେଇ ମୋଦି କହିଛନ୍ତି, ଆମେ ଛାତ୍ରଙ୍କ ସହ ଛିଡା ହୋଇଛୁ । ପେପର ଲିକ୍ ମାମଲାରେ ବରିଷ୍ଠ ଓକିଲଙ୍କ ପରାମର୍ଶ କ୍ରମେ କଠୋର କାର୍ଯାନୁଷ୍ଠାନ ନିଆଯିବ । ଯେଉଁଠି ବି ପେପର ଲିକ୍ ହେଉଛି, କେବଳ କେନ୍ଦ୍ର ନୁହେଁ, ରାଜ୍ୟ ସରକାର ମଧ୍ୟ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଉଚିତ ।’

ନିଟ୍-ୟୁଜି 2026 ପେପର ଲିକକୁ ନେଇ କକରୋଚ ଜନତା ପାର୍ଟି ସୋମବାର ବିରୋଧ ପ୍ରଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀଙ୍କର ଏହି ଟିପ୍ପଣୀ ସାମ୍ନାକୁ ଆସିଛି । ଦାବି ପୂରଣ ପାଇଁ ଦଳର ଦୁଇଜଣ ନେତା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ସାକ୍ଷାତ କରିଥିଲେ । ସିଜେପି ଆନ୍ଦୋଳନକାରୀମାନେ ସଂସଦ ଭବନ ଆଡକୁ ଆସୁଥିବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ । ଯାହା ଫଳରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ତେବେ ବୈଠକକୁ ନେଇ ରିଜିଜୁ କହିଛନ୍ତି, ‘ଏନଡିଏ ସଂସଦୀୟ ଦଳ ବୈଠକ ସଫଳ ହୋଇଛି । ପ୍ରଧାନମନ୍ତ୍ରୀ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସମସ୍ତ ସଦସ୍ୟଙ୍କୁ ମାର୍ଗଦର୍ଶନ କରାଇଥିଲେ । ଏହା ଏକ ଖୁବ ସକାରାତ୍ମକ ବୈଠକ ଥିଲା । ଗତ କିଛି ମାସ ମଧ୍ୟରେ ଦେଶକୁ ମିଳିଥିବା ସଫଳତା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଏଥିସହିତ ଭିନ୍ନ ଭିନ୍ନ ଦେଶ ସହିତ ସ୍ୱାକ୍ଷରିତ ହୋଇଥିବା ଏଫଟିଏ ଉପରେ ଆଲୋଚନା କରିଥିଲେ ।’

  • Related Posts

    ଆଶାରାମ ବାପୁଙ୍କୁ ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଇଛନ୍ତି। ୮୫ ବର୍ଷୀୟ ବୃଦ୍ଧ ସ୍ବାସ୍ଥ୍ୟଗତ ସମସ୍ୟା…

    Continue reading
    ଘର ଭୁଶୁଡ଼ି ଗୋଟିଏ ପରିବାରର ୬ ମୃତ

    ପ୍ରତାପଗଡ: ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାର ମହୁଲି ବଜାର ଅଞ୍ଚଳରେ ଗୁରୁବାର ଭୋର ସମୟରେ ପ୍ରବଳ ବର୍ଷା ଯୋଗୁଁ ଏକ ପୁରୁଣା କୋଠା ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇଜଣ କୋମଳମତି ଶିଶୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ