
ନିମାପଡା: ଭାଣପୁର ସ୍ଥିତ ମାତୃକୃପା ରିସୋର୍ଟଠାରେ ନିମାପଡ଼ା ବ୍ଲକର କଂଗ୍ରେସ ସଭାପତି କାଳନ୍ଦୀ ଚରଣ ବାରିକ ଙ୍କ ସଭାପତିତ୍ୱରେ (ଏସ୍.ଆଇ. ଆର୍) କୁ ନେଇ ଏକ ଗୁରୁତ୍ୱପୁର୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ
ପିସିସି ପର୍ଯ୍ୟବେକ୍ଷକ ଚିନ୍ମୟ ସୁନ୍ଦର ଦାଶ ଓ ନିମାପଡ଼ା କଂଗ୍ରେସ ନେତା ସତ୍ୟବ୍ରତ ପାତ୍ର(ରମୁ)ଙ୍କ ଉପସ୍ଥିତିରେ ସମସ୍ତ ବିଏଲ୍ଏ-୨ ଏବଂ ଜିଲ୍ଲା କଂଗ୍ରେସ ର ପ୍ରମୁଖ କର୍ମକର୍ତ୍ତାଙ୍କୁ ନେଇ ଏକ ସମୀକ୍ଷା ବୈଠକ ସଫଳତାର ସହ ଶେଷ ହୋଇଛି।
ନିମାପଡ଼ା ବ୍ଲକର ବୁଥ୍ ସ୍ତରକୁ ଆହୁରି ସୁଦୃଢ଼ ଓ ସକ୍ରିୟ କରିବା ସହିତ ସଠିକ ଭୋଟର ଯେପରି ଭୋଟର ତାଲିକାରୁ ବାଦ୍ ନ ପଡ଼ିବେ ସେଥିପାଇଁ ଏହି ବୈଠକରେ ବ୍ୟାପକ ଆଲୋଚନା ଓ ରଣନୀତି ପ୍ରସ୍ତୁତ କରାଯାଇଥିଲା। ଉକ୍ତ ବୈଠକରେ ପୁରୀ ଜିଲ୍ଲା ଦଳିତ ସେଲ୍ ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ମଲ୍ଲିକ, ପୁରୀ ଜିଲ୍ଲା କଂଗ୍ରେସ କମିଟି ଉପ ସଭାପତି ଅସିତ୍ ମହାନ୍ତି , ପୁରୀ ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ, ସମୀର ସାମନ୍ତରାୟ, ନରେନ୍ଦ୍ର ବେହେରା, ଦେବେନ୍ଦ୍ର ପ୍ରଧାନ , ନିଶିକାନ୍ତ ସ୍ୱାଇଁ, ଜୟନ୍ତ ପଣ୍ଡା, ନବଘନ ମଲ୍ଲିକଙ୍କ ସମେତ ଶତାଧିକ କଂଗ୍ରେସ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।
ନିମାପଡ଼ାରୁ ବସନ୍ତ ନାୟକଙ୍କ ରିପୋର୍ଟ




