
ଭୁବନେଶ୍ୱର: ଗତ ୨୪ ନିର୍ବାଚନରେ ଖର୍ଚ୍ଚ ହୋଇଛି ୧୧୫ କୋଟି ୯୪ ଲକ୍ଷ ୨୬ ହଜାର ଟଙ୍କା । ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉତ୍ତର । ମୁଖ୍ୟମନ୍ତ୍ରୀ କହିଛନ୍ତି, ଗାଡ଼ି ବାବଦକୁ ୮୦ କୋଟି ୯୩ ଲକ୍ଷ, ଟେଣ୍ଟ, ସାଉଣ୍ତ ଓ ବାରିକେଡ୍ ପାଇଁ ୩୫ କୋଟି ଖର୍ଚ୍ଚ ହୋଇଛି । ସିଭିଲ ୱାର୍କ ଖର୍ଚ୍ଚର ବକେୟା ରାଶି ନିର୍ମାଣ ବିଭାଗ ତର୍ଜମା କରି ପ୍ରଦାନ କରିବା ପାଇଁ ଅନୁରୋଧ କରାଯାଇଛି ।







