
ପୁରୀ: ବିଶିଷ୍ଟ କବି, ଅବସରପ୍ରାପ୍ତ ପ୍ରଶାସକ ରମାକାନ୍ତ ରଥଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି । ଆଜି ରାଷ୍ଟ୍ରୀୟ ମର୍ୟ୍ୟାଦାରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁଅ ପିନାକୀ ରଥ ମୁଖାଗ୍ନି ଦେଇଥିବାବେଳେ ଶେଷକୃତ୍ୟରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ । ଆଜି ସକାଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିବଂଗତ ରମାକାନ୍ତ ରଥଙ୍କ ଘରେ ପହଂଚି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ଉଲ୍ଲେଖ ଥାଉ କି ଏହି ମହାନ ସାହିତ୍ୟ ସ୍ରଷ୍ଟାଙ୍କର ୯୧ ବର୍ଷ ବୟସରେ ରବିବାର ସକାଳେ ପରଲୋକ ଘଟିଥିଲା । ସ୍ବର୍ଗତ ରଥଙ୍କ ପରଲୋକ ଖବର ପାଇ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ରାଜନେତା, ପ୍ରଶାସକ ଓ ସାହିତ୍ୟିକ ଶୋକପ୍ରକାଶ କରିଥିଲେ। ରାଜନୀତି ଓ ସାରସ୍ବତ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଆଜି ତାଙ୍କ ଖାରବେଳନଗରସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ।







