
ନୂଆପଡ଼ା: ମୋର ବାପା ରାଜେନ୍ଦ୍ର ଢୋଲକିଆ ସିନା ଆଉ ନାହାନ୍ତି। ହେଲେ ନୂଆପଡ଼ାରେ ମୋର ଲକ୍ଷ ଲକ୍ଷ ବାପାଅଛନ୍ତି। ଆଉ ସେମାନଙ୍କ ପାଇଁ କାମ କରିବି। ଆଜି ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବା ପରେ ଏଭଳି କହିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।
ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆହୁରି ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଯେ ସମସ୍ତ ଭୋଟର ନୂଆପଡ଼ାର ବିକାଶ ପାଇଁ ଭୋଟ୍ ଦିଅନ୍ତୁ। ଅଞ୍ଚଳର ବିକାଶ ଲାଗି ମତଦାନ କରନ୍ତୁ। ଜୟ ଢୋଲକିଆ କହିଛନ୍ତି, ଡବଲ ଇଞ୍ଜିନ ସରକାରରେ ରହି ନିଜ କାମ ଭାବି ନୂଆପଡ଼ାବାସୀଙ୍କ ସମସ୍ୟାର ସମାଧାନ କରିବା ମୋର ଏକମାତ୍ର ଲକ୍ଷ୍ୟ। ର୍ସ୍ବଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ହେଉଛନ୍ତି।ଉପନିର୍ବାଚନ ଲାଗି ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ଲମ୍ବାଧାଡ଼ିରେ ଠିଆ ହୋଇ ଜୟ ସାଧାରଣ ମତଦାତାଙ୍କ ଭଳି ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି ଜୟ ଢୋଲକିଆ। ପୂର୍ବରୁ ସେ ସକାଳେ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଏହାପରେ ଢୋଲକିଆ ପରିବାର ସେମାନଙ୍କର ମତଦାନ କରିଥିଲେ।
ଏଣେ ଆଜି ସକାଳେ ମତଦାନଲାଗି ଲମ୍ବାଧାଡ଼ି ଦେଖିବାକୁ ମିଳିଛି। ବହୁ ପ୍ରତୀକ୍ଷିତ ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ମତଦାନ ଜାରି ରହିଛି ମତଦାତାମାନେ ଉତ୍ସାହର ସହିତ ମତଦାନ କରୁଛନ୍ତି। ବୁଥ ସାମ୍ନାରେ ଯୁବପିଢ଼ି, ମହିଳା ଓ ନବାଗତ ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ମତଦାତାମାନେ ଲାଇନ୍ ଲଗାଇଛନ୍ତି। ପୂର୍ବାହ୍ଣ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ଅପରାହ୍ଣ ୫ଟା ଯାଏଁ ଜାରି ରହିବ। ଅତି ସମ୍ବେଦନଶୀଳ ସ୍ଥାନରେ ମତଦାନ ଅପରାହ୍ଣ ୪ଟାରେ ଶେଷ କରାଯିବାର ଲକ୍ଷ୍ୟ ରହିଛି। ତେବେ ନିର୍ଦ୍ଧାରିତ ସମୟ ସରିଗଲା ପରେ ଯଦି ମତଦାତାମାନେ ବୁଥ ପରିସରରେ ଥିବେ ସେମାନେ ତାଙ୍କର ଅଧିକାର ସାବ୍ୟସ୍ତ କରିପାରିବେ।




