
ନୂଆପଡା : କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ନୂଆପଡା ସ୍ଥିତ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଲୟର ୧୨୦ ନମ୍ବର ବୁଥରେ ଭୋଟ ଦେଇଛନ୍ତି । ନିର୍ବାଚନ ବିଜୟୀ ନେଇ ମନରେ ଉତ୍ସାହ ଉଦ୍ଦୀପନା ଦେଖାଦେଇଥିଲେ ଘାସିରାମ । ମତଦାନ କେନ୍ଦ୍ରରେ ସମସ୍ତ ପ୍ରକାର ସୁବିଧା କରାଯାଇଛି । ବହୁତ ସୁନ୍ଦର ବ୍ୟବସ୍ଥା କହିବା ସହିତ ୨୦୦୦ ପ୍ରତିଶତ ନିର୍ବାଚନ ବିଜୟୀ ହେବି ବୋଲି କହିଛନ୍ତି । ନୂଆପଡା ଭୋଟର ଆଉ ଅବହେଳିତ ନୁହଁନ୍ତି । ବହୁତ ସଚେତନ ରହିଛନ୍ତି, ଭଲ ଉପଯୁକ୍ତ ପ୍ରାର୍ଥୀ ଦେଖୀ ବହୁମୂଲ୍ୟ ଭୋଟ ଦେବେ ବୋଲି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ କହିଛନ୍ତି । ଅପରପକ୍ଷେ ସୁରକ୍ଷା ବ୍ୟବସ୍ଥାକୁ କଡା କଡ଼ି କରାଯାଇଛି । କେନ୍ଦ୍ରୀୟ ସଶସ୍ତ୍ର ବନ୍ଧୁକ ଧାରୀ ସୁରକ୍ଷା ବାହିନୀ ପ୍ରତ୍ୟେକ ବୁଥରେ ମୁତୟନ ରହିଛନ୍ତି । ଯେକୌଣସି ଅସୁବିଧାକୁ ଦୂରେଇବା ପାଇଁ ପ୍ରସ୍ତୁତ ରହିଛି ନୂଆପଡା ଜ଼ିଲ୍ଲା ପ୍ରଶାସନ ।
ଭୋଟ ଦେଉଛି ନୂଆପଡା । ମକ୍ ପୋଲ ସରିବା ପରେ ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ୨ ଲକ୍ଷ ୫୩ ହଜାର ୬୨୪ ଜଣ ଭୋଟର ବାଛିବେ ନୂଆ ବିଧାୟକ । ୧୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ଜନତା । ୩୫୮ଟି ମତଦାନ କେନ୍ଦ୍ରରୁ ୪୭ଟି ସମ୍ବେଦନଶୀଳ ଏବଂ ୮ ଅତି ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି । ସୁନାବେଡାର ୮ଟି ବୁଥରେ ୪ଟାରେ ସରିବ ଭୋଟିଂ । ଅନ୍ୟ ସବୁ ମତଦାନ କେନ୍ଦ୍ରରେ ସନ୍ଧ୍ୟା ୫ଟା ସରିବ ଭୋଟିଂ । ସୁରକ୍ଷା ଦାୟିତ୍ବରେ ୧୪ କମ୍ପାନୀ କେନ୍ଦ୍ରୀୟ ଫୋର୍ସ । ସମ୍ବେଦନଶୀଳ ବୁଥରେ ସଶସ୍ତ୍ର ସୁରକ୍ଷାବଳ ନିୟୋଜିତ । ଆସନ୍ତା ୧୪ ତାରିଖରେ ପ୍ରକାଶ ପାଇବ ଫଳାଫଳ ।ନୂଆପଡା ଉପନିର୍ବାଚନ; ପୂର୍ବାହ୍ନ ୧୧ ସୁଦ୍ଧା ୩୨.୫୧% ମତଦାନ ହୋଇଥିବା ସୂଚନା ଦେଇଛନ୍ତି ନିର୍ବାଚନ ଆୟୋଗ ।




