
ନୂଆପଡା : ନୂଆପଡା ଉପନିର୍ବାଚନରେ ବିପୁଳ ମତଦାନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିବେଦନ । ଆଜି ଭୋଟିଂ ଡେ’ରେ ସୋସିଆଲ ମିଡିଆ ଏକ୍ସରେ ଲୋକଙ୍କୁ ଭୋଟଦାନ ପାଇଁ ଅପିଲ୍ କରିଛନ୍ତି ଧର୍ମେନ୍ଦ୍ର । ଲେଖିଛନ୍ତି, ପ୍ରଜାତନ୍ତ୍ରରେ ଭୋଟ୍ ମୂଲ୍ୟବାନ । “ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ସମସ୍ତ ଗୁରୁଜନ, ମାଆ ଭଉଣୀ ଓ ଯୁବ ବନ୍ଧୁମାନଙ୍କୁ ଭୋଟ୍ ଦେବାକୁ ନିବେଦନ କରୁଛି । ନୂଆପଡ଼ାର ବିକାଶ ଓ ସୁଶାସନ ପାଇଁ ନିଶ୍ଚୟ ଭୋଟ୍ ଦିଅନ୍ତୁ ।”




