
ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟରେ ନୂଆପଡା ଉପନିର୍ବାଚନ ପାଇଁ ଏକ କଣ୍ଟ୍ରୋଲ୍ ରୁମ୍ ସ୍ଥାପନ କରାଯାଇଛି । ସିଇଓଙ୍କ କାର୍ୟ୍ୟାଳୟର ବରିଷ୍ଠ ଅଧିକାରୀମାନେ ନିର୍ବାଚନ ସମ୍ବନ୍ଧୀୟ କାର୍ୟ୍ୟକଳାପ ଉପରେ କଡ଼ା ନଜର ରଖିଛନ୍ତି ଏବଂ ମତଦାନ ପ୍ରକ୍ରିୟାର ସୁପରିଚାଳନା ସୁନିଶ୍ଚିତ କରୁଛନ୍ତି ।
ଭୋଟ ଦେଉଛି ନୂଆପଡା । ମକ୍ ପୋଲ ସରିବା ପରେ ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ୨ ଲକ୍ଷ ୫୩ ହଜାର ୬୨୪ ଜଣ ଭୋଟର ବାଛିବେ ନୂଆ ବିଧାୟକ । ୧୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ଜନତା । ୩୫୮ଟି ମତଦାନ କେନ୍ଦ୍ରରୁ ୪୭ଟି ସମ୍ବେଦନଶୀଳ ଏବଂ ୮ ଅତି ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି । ସୁନାବେଡାର ୮ଟି ବୁଥରେ ୪ଟାରେ ସରିବ ଭୋଟିଂ । ଅନ୍ୟ ସବୁ ମତଦାନ କେନ୍ଦ୍ରରେ ସନ୍ଧ୍ୟା ୫ଟା ସରିବ ଭୋଟିଂ । ସୁରକ୍ଷା ଦାୟିତ୍ବରେ ୧୪ କମ୍ପାନୀ କେନ୍ଦ୍ରୀୟ ଫୋର୍ସ । ସମ୍ବେଦନଶୀଳ ବୁଥରେ ସଶସ୍ତ୍ର ସୁରକ୍ଷାବଳ ନିୟୋଜିତ । ଆସନ୍ତା ୧୪ ତାରିଖରେ ପ୍ରକାଶ ପାଇବ ଫଳାଫଳ ।ନୂଆପଡା ଉପନିର୍ବାଚନ; ପୂର୍ବାହ୍ନ ୧୧ ସୁଦ୍ଧା ୩୨.୫୧% ମତଦାନ ହୋଇଥିବା ସୂଚନା ଦେଇଛନ୍ତି ନିର୍ବାଚନ ଆୟୋଗ ।




