ନୂଆ ଅବକାରୀ ନୀତି କାର୍ୟ୍ୟକାରୀ ନେଇ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର : ରାଜ୍ୟ ସରକାର ନୂଆ ଅବକାରୀ ନୀତି ପ୍ରଣୟନ ସହ ଏହାକୁ ସଠିକ୍‌ କାର୍ୟ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଏହି କ୍ରମରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ନୂଆ ମଦ ଦୋକାନ ଖୋଲିବା କିମ୍ବା ଅଧିକ ମଦ ବିକ୍ରୟ କରିବା କେବେ ବି ରାଜ୍ୟ ସରକାରଙ୍କ ପ୍ରାଧାନ୍ୟ ନୁହେଁ । ସରକାର ମଦ୍ୟପାନକୁ ନିରୁତ୍ସାହିତ କରିବା ପାଇଁ ଅତିରିକ୍ତ ଡି-ଆଡ଼ିକ୍‌ସନ୍‌ ସେସ୍‌ ଲଗାଇବା ପାଇଁ ଯୋଜନା କରିଛନ୍ତି । ଏହା ଦ୍ୱାରା ମଦ୍ୟପାନ ନ କରିବା ପାଇଁ ଏକ ସଚେତନତା ବାର୍ତ୍ତା ପ୍ରସାର କରିହେବ । ଏଥି ସହିତ ପୂର୍ବରୁ ଥିବା ଏମ୍‌ଜିକ୍ୟୁ ବ୍ୟବସ୍ଥାକୁ ଉଚ୍ଛେଦ କରି ଏମ୍‌ଜିଇଆର୍‌ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି । ଫଳରେ ସର୍ବନିମ୍ନ ମଦ ବିକ୍ରି ପାଇଁ ଡିଲରଙ୍କ ଉପରେ ଥିବା ଚାପ ହ୍ରାସ ପାଇବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି । ସେହିପରି ବେଆଇନ ମଦ କାରବାର ଯୋଗୁଁ କେବଳ ଧନଜୀବନ ହାନି ହେଉ ନାହିଁ, ବରଂ ରାଜସ୍ୱ ହାନି ହେଉଛି । ତେଣୁ ଏହି ବେଆଇନ ନିଶା ତଥା ମାଦକ ଦ୍ରବ୍ୟ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଏବଂ ମଦ ଦୋକାନ ଆବଣ୍ଟନ ବେଳେ ଇ-ଲଟେରୀ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅବକାରୀ ବ୍ୟବସ୍ଥାରେ ସୁଧାର ଦ୍ୱାରା ବେଆଇନ କାରବାର ରୋକାଯିବା ସହ ରାଜ୍ୟର ରାଜସ୍ୱ ବୃଦ୍ଧି ପାଇବ ବୋଲି ଶ୍ରୀ ହରିଚନ୍ଦନ ଆଶା ପ୍ରକାଶ କରିଥିଲେ ।

ଏହି ବୈଠକରେ ଆବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଆର୍‌. ଏସ୍‌. ଗୋପାଳନ୍‌, ଅବକାରୀ କମିଶନ ପି. ଅନେ୍ୱଷା ରେଡ୍ଡୀ, ଅତିରିକ୍ତ ଶାସନ ସଚିବ ଶ୍ରୀ ଦେବାଶିଷ ପଟ୍ଟନାୟକଙ୍କ ସମେତ ଏନଆଇସି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ଛାତ୍ରୀଙ୍କୁ ନିର୍ୟାତନା: ପଦରୁ ହଟିଲେ ଓଡ଼ିଆ ବିଭାଗ ଏଚ୍‌ଓଡି

    ବାଲେଶ୍ୱର: ଜଣେ ଛାତ୍ରୀଙ୍କୁ ନିର୍ୟାତନା ଦେବା ଅଭିଯୋଗରେ ଫକୀର ମୋହନ ସ୍ୱୟଂଶାସିତ କଲେଜର ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟ (ଏଚ୍‌ଓଡି) ତଥା ଆସିଷ୍ଟାଣ୍ଟ ପ୍ରଫେସର ଡ. ସନ୍ତୋଷ କୁମାର ନାୟକଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି।ଏହି ମାମଲାକୁ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ…

    Continue reading
    ଝାଡ଼ାବାନ୍ତିରେ ଛାତ୍ରୀଙ୍କ ମୃତ୍ୟୁ, ପ୍ରଧାନଶିକ୍ଷକ ନିଲମ୍ବିତ

    ରାସଗୋବିନ୍ଦପୁର: ଦୁଇ ଦିନ ତଳେ ସକାଳେ ପଖାଳ ଭାତ ଓ ଆଳୁ ଚଟଣୀ ଖାଇବା ପରେ ଝାଡ଼ାବାନ୍ତି ହେବାରୁ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍‌ କାକବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲର ପ୍ରାୟ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ