ନେପାଳରେ ଜଳପ୍ରଳୟ : ଶତାଧିକ ମୃତ

କାଠମାଣ୍ଡୁ/ନୂଆଦିଲ୍ଲୀ : ନେପାଳ-ତିବ୍‌ବତ ସୀମାନ୍ତ ରସୁୱା ଜିଲାର ଭୋଟେକୋଶୀ ନଦୀରେ ଆକସ୍ମିକ ବନ୍ୟା ଆସି ସମଗ୍ର ଅଞ୍ଚଳରେ ତାଣ୍ଡବ ରଚିଛି। ନେପାଳରେ ବୁଧବାର ହୋଇଥିବା ଏହି ପ୍ରଳୟଙ୍କରୀ ବନ୍ୟାରେ ଶତାଧିକ ପ୍ରାଣ ହରାଇଥିବାବେଳେ ୪୦୦ରୁ ଅଧିକ ଲୋକ ନିଖୋଜ ହୋଇଛନ୍ତି। ନିଖୋଜ ଲୋକଙ୍କ ମଧ୍ୟରେ ୧୩୩ ଜଣ ଭାରତୀୟ ଥିବା ଜଣାଯାଇଛି। ନିଖୋଜଙ୍କ ପତ୍ତା ମିଳୁ ନଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ନେପାଳ ଟୁରିଜିମ୍ ବୋର୍ଡ ଓ ଟ୍ରାଭେଲ୍ ଏଜେନ୍ସିଗୁଡ଼ିକର ସୂଚନା ଅନୁଯାୟୀ ବନ୍ୟାରେ ୩୮୪ ଜଣ ପର୍ଯ୍ୟଟକ ନିଖୋଜ ଅଛନ୍ତି। ନିଖୋଜ ଥିବା ଭାରତୀୟଙ୍କ ମଧ୍ୟରୁ ଅଧିକାଂଶ କୈଳାସ ମାନସରୋବର ଯାତ୍ରା ପାଇଁ ଆସିଥିଲେ। ସେମାନଙ୍କ ବ୍ୟତୀତ ପ୍ରାୟ ୩୭ ଜଣ ବିଦେଶୀ ନାଗରିକ ନିଖୋଜ ଅଛନ୍ତି।
ରିପୋର୍ଟ ଅନୁଯାୟୀ ସକାଳ ୯ଟା ସମୟରେ ଭୋଟେକାଶୀ ନଦୀର ତିବ୍‌ବତ ପାର୍ଶ୍ବରୁ ହଠାତ୍ ପାଣି ମାଡି ଆସିଥିଲା। ଫଳରେ ନଦୀରେ ଆକସ୍ମିକ ବନ୍ୟା ଆସିଯାଇଥିଲା। ବନ୍ୟା ପାଣି ରସୁୱା ଜିଲାର ସାପ୍ରୁବେସି ଓ ତିମୁର ଅଞ୍ଚଳକୁ ମାଡିଯାଇ ବ୍ୟାପକ କ୍ଷତି ଘଟାଇଥିଲା। ବନ୍ୟା ପାଣିର ସ୍ରୋତରେ ଅନେକ କୋଠାବାଡି, ସେତୁ ଓ ରାସ୍ତା ଧୋଇ ହୋଇଯାଇଛି। ବନ୍ୟା ପାଣିରେ ନେପାଳର ଏକ ବହୁତଳ ପାର୍କିଂ ଅଞ୍ଚଳ ଭୁଶୁଡି ପଡିବାରୁ ଅନେକ କାର୍‌, ବସ୍‌ ଆସି ଭାସିଯାଇଛି। ରସୁୱା, ନୁୱାକୋଟ୍, ଧାଡିଂ ଓ ଚିତୱାନ୍ ଜିଲାରେ ଭୋଟେକୋଶୀ ଏବଂ ତ୍ରିଶୂଳୀ ନଦୀର ପ୍ରବଳ ସ୍ରୋତ ସେତୁ, ରାସ୍ତା, ଘରଦ୍ୱାର ଓ ସେନା ଶିବିରଗୁଡ଼ିକୁ ଭସାଇ ନେଇଛି। ରସୁୱାଗଢ଼ିସ୍ଥିତ ଚୀନ-ନେପାଳ ମୈତ୍ରୀ ସେତୁ ଓ ଭୋଟେକୋଶୀ ନଦୀର ନୂତନ ଜଳବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ନେପାଳ ସେନା, ପୁଲିସ ଓ ସୁରକ୍ଷା ବାହିନୀ ପକ୍ଷରୁ ୧୪ଟି ହେଲିକପ୍ଟର ଓ ଡ୍ରୋନ୍ ସାହାଯ୍ୟରେ ବ୍ୟାପକ ସର୍ଚ୍ଚ ଓ ତଲାସି ଅଭିଯାନ ଜାରି ରହିଛି। ତେବେ କେତେକ ଦୁର୍ଗମ ଅଞ୍ଚଳ, ଅତ୍ୟଧିକ ଜଳସ୍ତର ବୃଦ୍ଧି ପାଇଥିବା ସ୍ଥାନଗୁଡ଼ିକରେ ହେଲିକପ୍ଟର ଅବତରଣ କରିପାରୁ ନାହିଁ। ଫଳରେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ତଳିଆ ଅଞ୍ଚଳର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ଓ ନଦୀକୂଳିଆ ଲୋକଙ୍କୁ ଅଧିକ ସଜାଗ ରହିବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ତିବ୍‌ବତ ଓ ନେପାଳ ସୀମାନ୍ତରେ ଯୋଗାଯୋଗ ଓ ବିଦ୍ୟୁତ୍ ସେବା ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି।

ଏହି ବନ୍ୟା ଯୋଗୁଁ ତିବ୍‌ବତର ଗିରୋଙ୍ଗ ସୀମାନ୍ତ ଅଞ୍ଚଳରେ ହୋଇଥିବା ପ୍ରବଳ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଗିରୋଙ୍ଗ ସୀମାନ୍ତରେ ଥିବା ଇମିଗ୍ରେସନ୍ କାର୍ଯ୍ୟାଳୟ ଉପରେ ପାଣି ଓ କାଦୁଅ ମାଡିଯାଇଛି। ଫଳରେ ଏଠାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି। ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ନିଖୋଜ ଲୋକଙ୍କୁ ଉଦ୍ଧାର କରିବାକୁ ନିର୍ଦେଶ ଦେଇଛନ୍ତି। ଏହା ସହ ଆଗାମୀ ସମୟରେ ଅଧିକ କ୍ଷତିରୁ ରକ୍ଷା ପାଇବା ପାଇଁ ପରିସ୍ଥିତି ଉପରେ ନଜର ରଖିବାକୁ କହିଛନ୍ତି। ପ୍ରାକ୍-ସୂଚନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ଦ୍ୱିତୀୟ ପର୍ଯ୍ୟାୟ ପ୍ରାକୃତିକ ବିପର୍ଯ୍ୟୟରୁ ବର୍ତ୍ତିବା ପାଇଁ କଡ଼ା ପଦକ୍ଷେପ ନେବାକୁ ସେ ଆହ୍ୱାନ ଦେଇଛନ୍ତି।

  • Related Posts

    flood in nepal ନେପାଳରେ ପ୍ରଳୟଙ୍କରୀ ବନ୍ୟା: 160ରୁ ଅଧିକ ମୃତ

    କାଠମାଣ୍ଡୁ: ନେପାଳରେ ତାଣ୍ଡବ ରଚିଛି ପ୍ରଳୟଙ୍କରୀ ବନ୍ୟା । ତିବ୍ଦତରୁ ଆସିଥିବା ଏହି ଭୟଙ୍କର ବନ୍ୟା ନେପାଳର ମଧ୍ୟଭାଗକୁ ପ୍ରବାହିତ ହେବା ପରେ ପ୍ରାୟ 160 ଜଣଙ୍କର ମୃତ୍ୟୁ ଘଟିଛି । 133 ଜଣ ଭାରତୀୟ ନାଗରିକଙ୍କ ସମେତ 750ରୁ ଅଧିକ…

    Continue reading
    accident 6 dead ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବସ୍‌, ୬ ମୃତ

    ତେଲେଙ୍ଗାନା: କଣ୍ଟେନର ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଯାତ୍ରୀବାନୀ ଘରୋଇ ବସ୍‌ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 6 ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ 20 ଜଣ ଆହତ ହୋଇଛନ୍ତି । ତେଲେଙ୍ଗାନାର ସୂର୍ଯ୍ୟାପେଟ ଜିଲ୍ଲାର କୋଡାଡ ମଣ୍ଡଳର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ