accident 6 dead ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବସ୍‌, ୬ ମୃତ

ତେଲେଙ୍ଗାନା: କଣ୍ଟେନର ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଯାତ୍ରୀବାନୀ ଘରୋଇ ବସ୍‌ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 6 ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ 20 ଜଣ ଆହତ ହୋଇଛନ୍ତି । ତେଲେଙ୍ଗାନାର ସୂର୍ଯ୍ୟାପେଟ ଜିଲ୍ଲାର କୋଡାଡ ମଣ୍ଡଳର ଦୋରାକୁଣ୍ଟା ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି । ଘରୋଇ ବସ୍‌ଟି ତେଲେଙ୍ଗାନାରୁ ଆନ୍ଧ୍ରପ୍ରଦେଶର ଏଲୁରୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।
ବସ୍‌ରେ ଥିବା ଯାତ୍ରୀମାନଙ୍କ କହିବା ଅନୁସାରେ, ଘରୋଇ ବସ୍‌ଟି ହାଇଦ୍ରାବାଦରୁ ଆନ୍ଧ୍ରପ୍ରଦେଶର ଏଲୁରୁ ଅଭିମୁଖେ ଯାଉଥିଲା । ବସ୍‌ରେ ପାଖାପାଖି 42 ଜଣ ଯାତ୍ରୀ ଥିଲେ । ଭୋର ପାଖାପାଖି 4.30ରୁ 5ଟା ମଧ୍ୟରେ କୋଡାଡ ମଣ୍ଡଳର ଦୋରାକୁଣ୍ଟା ନିକଟରେ ଘରୋଇ ବସ୍‌ଟି କଣ୍ଟେନର ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ 6 ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ 5 ଜଣ ମହିଳା ଥିବା ଜଣାପଡ଼ିଛି ।
ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂର୍ଯ୍ୟାପେଟ୍ ଏସ୍‌ପି ନରସିଂହା ଉଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସେ କହିଛନ୍ତି, “ଦୁର୍ଘଟଣାଟି ସକାଳ ପ୍ରାୟ 5ଟାରେ ଘଟିଛି । ଛଅ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି । ବସ୍ ଅଧିକ ଦ୍ରୁତ ଗତିରେ ଯାଉଥିବାରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଘଟଣାର ଅଧିକ ତଦନ୍ତ ଚାଲିଛି ।”ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେୱନ୍ତ ରେଡ୍ଡୀ ମୃତକଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି । ପୀଡିତଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି । ସରକାରୀ ବିବୃତ୍ତି ଅନୁଯାୟୀ, ଆହତମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

  • Related Posts

    supreme courtଟିଏମସି ବିଦ୍ରୋହୀ ସାଂସଦଙ୍କୁ ସୁପ୍ରିମକୋର୍ଟ ନୋଟିସ୍‌

    ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମସି) ଛାଡ଼ି ଏନସିପିଆଇରେ ଯୋଗଦେଇଥିବା ୨୦ ଜଣ ସାଂସଦଙ୍କୁ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି। ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ଦ୍ୱାରା ଦାୟର ଏକ ଆବେଦନ ଉପରେ ଏହି ନୋଟିସ୍ ଜାରି ହୋଇଛି। ଲୋକସଭା ବାଚସ୍ପତି…

    Continue reading
    supremem court on property ସମ୍ପତ୍ତି ମାଲିକାନାର ପ୍ରମାଣ ନୁହେଁ ରାଜସ୍ବ ରେକର୍ଡ

    ନୂଆଦିଲ୍ଲୀ : ମ୍ୟୁଟେସନ ପ୍ରକ୍ରିୟାରେ ଜମିବାଡି ବା ସମ୍ପତ୍ତିର ରାଜସ୍ବ ରେକର୍ଡରେ ନାମ ପରବର୍ତ୍ତନ କରିବା ଦ୍ବାରା ଜଣଙ୍କର ମାଲିକାନାସ୍ବତ୍ବ ଲୋପ ହୁଏ ନାହିଁ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଛନ୍ତି। ସେହିପରି ମ୍ୟୁଟେସନ ଦ୍ବାରା ଜଣେ ଅନ୍ୟ ଜଣଙ୍କର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ