ନୌସେନାର ମିଳିତ ସମରାଭ୍ୟାସ ସାଗର କବଚ

ପୁରୀ: ବଙ୍ଗୋପସାଗରରେ ନୌସେନାର ମିଳିତ ସମରାଭ୍ୟାସ ସାଗର କବଚ। ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳରେ ଏହି ଦୁଇ ଦିନିଆ ସମରାଭ୍ୟାସ ହେଉଛି। ସମୁଦ୍ରର ସୁରକ୍ଷା ପାଇଁ, ଆତଙ୍କବାଦୀ ଯେମିତି ପଶି ନ ପାରିବ, ବାହ୍ୟ ଶତ୍ରୁ ଯେମିତି ପଶି ନ ପାରିବେ, ସେଥିପାଇଁ ଏହି ଦୁଇ ଦିନିଆ ସମରାଭ୍ୟାସ କରାଯାଉଛି। ଉପକୂଳ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବାକୁ ପ୍ରତି ବର୍ଷ ଦୁଇ ଥର ହୋଇଥାଏ ସାଗର କବଚ।
୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ତରଫରୁ ପ୍ରତ୍ୟେକ ବର୍ଷ ଏହି ୱାର୍ ଗେମ୍ ହୋଇଥାଏ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଞ୍ଚଳର ନୂଆଗଡ଼, କାଳିଆକଣ, ସହନ ସୁଦିକେଶର, ଗୁଣ୍ଡଳବାରେ ନୌସେନା ଓ ପୋଲିସ ରଣକୌଶଳ ପ୍ରଦର୍ଶନ କରୁଛନ୍ତି। ଏଥିରେ ସାମିଲ ହୋଇଛନ୍ତି ନୌସେନା ସହିତ କୋଷ୍ଟଗାର୍ଡ, ମେରାଇନ ପୋଲିସ, ଅସ୍ତରଙ୍ଗ ପୋଲିସ ଓ ବିଭିନ୍ନ ଥାନାର କର୍ମଚାରୀ। ବ୍ଲୁ ଓ ରେଡ ୨ ଟି ଟିମ୍ ହୋଇ ଏହି ସମରାଭ୍ୟାସ ଚାଲିଛି ।

  • Related Posts

    ଆସୁଛି ଦଶହରା,୨୦ ସୁଦ୍ଧା ସହରାଞ୍ଚଳ ରାସ୍ତା ମରାମତି

    ଭୁବନେଶ୍ବର,04/09: ଭୁବନେଶ୍ବର ଏବଂ କଟକ ସହର ମୁଖ୍ୟ ରାସ୍ତାଠାରୁ ଆରମ୍ଭ କରି ଗଳିକନ୍ଦି ରାସ୍ତା ଖରାପ ହୋଇ ଗଲାଣି। କେଉଁଠି ରାସ୍ତାରୁ ପିଚୁ ଉଠି ଗଲାଣି ତ ଆଉ କେଉଁଠି ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଲୋକମାନେ ଗମନାଗମନରେ ନାହିଁ ନଥିବା…

    Continue reading
    ନେଟୱର୍କ ଖୋଜିବା ପାଇଁ ଲୋ​‌କେ ପାହାଡ଼ ଚଢ଼ୁଛନ୍ତି

    ନାରାୟଣପାଟଣା,04/09 : ଗାଁକୁ ଡିଜିଟାଲ ସେବା ଅପହଞ୍ଚ ହୋଇଛି । ନେଟୱର୍କ ଖୋଜିବା ପାଇଁ ଲୋ​‌କେ ପାହାଡ଼ ଚଢ଼ୁଛନ୍ତି । ଆଉ କେଉଁଠି ମୋଟରସାଇକଲରେ ଲାପଟପ୍ ଧରି ଜଙ୍ଗଲ ରାସ୍ତାରେ ନେଟୱର୍କ ଖୋଜା ଚାଲିଛି । ସୀମାନ୍ତ ଆନ୍ଧ୍ର ନେଟୱର୍କରେ ଲୋକଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଠକେଇ ଅଭିଯୋଗ ପରେ ଶିଳ୍ପା ଶେଟ୍ଟୀଙ୍କ ରେସ୍ତୋରାଁ ବଷ୍ଟିଅନ୍ ବାନ୍ଦ୍ରା ବନ୍ଦ

    ଆସୁଛି ଦଶହରା,୨୦ ସୁଦ୍ଧା ସହରାଞ୍ଚଳ ରାସ୍ତା ମରାମତି

    ଘର ସଫା କରିବ ରୋବଟ୍

    ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କଲେ ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି

    ସେମିକନ୍ ଇଣ୍ଡିଆ ୨୦୨୫: ୨୬୫୫ କୋଟି ଟଙ୍କାର ରାଜିନାମା ସ୍ବାକ୍ଷର କଲେ ରାଜ୍ୟ ସରକାର

    ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ-୨ରେ ୫୦ ସିଟ ବୃଦ୍ଧି କଲା ଏନ୍ଏମ୍ସି ଭୁବନେଶ୍ବର