ପର୍ଣ୍ଣ ଷ୍ଟାରଙ୍କୁ ଟଙ୍କା ଦେବା ମାମଲାର ଶୁଣାଣି ସ୍ତଗିତ : ଟ୍ରମ୍ପଙ୍କୁ ଆଶ୍ୱସ୍ତି

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତିଥିବା ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଆଶ୍ୱସ୍ତି। ଚୁପ ରହିବା ପାଇଁ ପର୍ଣ୍ଣ ଷ୍ଟାରଙ୍କୁ ଟଙ୍କା ଦେବା ମାମଲାର ଶୁଣାଣିକୁ ନ୍ୟୁୟର୍କର ଗୋଟିଏ କୋର୍ଟ ଅସ୍ଥାୟୀ ରୂପ ସ୍ଥଗିତ କରି ଦେଇଛନ୍ତି। ଏହି ମାମଲାରେ ଟ୍ରମ୍ପ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇ ସାରିଥିଲେ ହେଁ ତାଙ୍କୁ ଦଣ୍ଡବିଧାନ ହୋଇନାହିଁ। ଏବେ ଏହାର ଶୁଶାଣି ଥିବା ବେଳେ କୋର୍ଟ ଏହା ଉପରେ ରୋକ ଲଗାଇ ଦେଇଛନ୍ତି।

 

ବିଚାରପତି ଜୁଆନ ମେରକାନ ଜୁଲାଇ ମାସରେ ସୁପ୍ରିମକୋର୍ଟ ଦେଇଥିବା ରୁଲିଂ ଅନୁସାରେ ମଙ୍ଗଳବାର ଟ୍ରମ୍ପ ଦୋଷମୁକ୍ତ ହେବେ କି ନାହିଁ, ତା’ ନିଷ୍ପତ୍ତି ନେବାର ଥିଲା। ହେଲେ କୋର୍ଟ ଏହାକୁ ନଭେମ୍ବର ୧୯ ଯାଏ ଘୁଞ୍ଚାଇ ଦେଇଛନ୍ତି। ସେହିପରି ଚୁପ ରହିବା ପାଇଁ ପର୍ଣ୍ଣ ଷ୍ଟାରଙ୍କୁ ଟଙ୍କା ଦେବା ମାମଲାରେ ଟ୍ରମ୍ପଙ୍କ ଦଣ୍ଡବିଧାନର ଶୁଣାଣି ମଧ୍ୟ ନଭେମ୍ବର ୨୬ରେ ହେବାର ଅଛି।

ଆମେରିକାରେ ନଭେମ୍ବର ୫ରେ ରାଷ୍ଟ୍ରପତି ନିର୍ବାଚନ ହୋଇଥିବା ବେଳେ ଏଥିରେ ଟ୍ରମ୍ପ ବିଜୟୀ ହୋଇଛନ୍ତି। ସେହିପରି ସେ ଜାନୁଆରୀ ୨୦ରେ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବେ।

 

ଏପରି ସ୍ଥିତିରେ ଶୁଣାଣିକୁ ଘୁଞ୍ଚାଇ ଦେବାକୁ ଆବେଦନ ହୋଇଥିଲା। ଇ-ମେଲ ଯୋଗେ କରାଯାଇଥିବା ଆବେଦନକୁ ବିଚାରପତି ମେରକାନ ଗ୍ରହଣ କରି ଏହାକୁ ନଭେମ୍ବର ୧୯ ଯାଏ ଘୁଞ୍ଚାଇ ଦେଇଥିବା ଜଣାପଡ଼ିଛି।

ଗତ ମେ’ ମାସରେ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହୋଇଥିଲେ। ପୂର୍ବତନ ରାଷ୍ଟ୍ରପତି ଭାବରେ କୌଣସି ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହେବାରେ ପ୍ରଥମ ହେଉଛନ୍ତି ଡୋନାଲ୍ଡ ଟ୍ରମ୍ପ। ଆମେରିକାର ଇତିହାସରେ ଏହା ପୂର୍ବରୁ ଏପରି କେବେ ହୋଇନଥିଲା।

 

ପର୍ଣ୍ଣଷ୍ଟାର୍‌ ଷ୍ଟର୍ମୀ ଡାନିଏଲ୍ସଙ୍କ ସହ ଟ୍ରମ୍ପ ଏହି ମାମଲା ଜଡିତ। ଅଭିଯୋଗ ମୁତାବକ, ଟ୍ରମ୍ପ ଓ ଷ୍ଟାର୍ମୀଙ୍କ ସମ୍ପର୍କ ଥିଲା। ଏହି ତଥ୍ୟକୁ ଲୁଚାଇବା ପାଇଁ ୨୦୧୬ରେ ଷ୍ଟାର୍ମିଙ୍କୁ ଟ୍ରମ୍ପ ଗୁପ୍ତ ଭାବେ ୩୦ ହଜାର ଡଲାର ଦେଇଥିଲେ।

 

ତେବେ ଷ୍ଟର୍ମୀଙ୍କ ସହ ସମ୍ପର୍କ ଥିବା ଖବରକୁ ଟ୍ରମ୍ପ ପୂର୍ବରୁ ଖଣ୍ଡନ କରି ଆସୁଛନ୍ତି। ୨୦୧୬ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏପରି ଘଟଣା ଘଟିଥିଲା। ୨୦୧୬ରେ ଟ୍ରମ୍ପ ରାଷ୍ଟ୍ରପତି ଭାବେ ପ୍ରଥମଥର ନିର୍ବାଚିତ ହୋଇଥିଲେ। ଏହାପରେ ପୂରା ଘଟଣା ସାମ୍ନାକୁ ଆସିଥିଲା।

Related Posts

‘ଓମ୍‌ଫେଡ୍’ ପୁଣି ଥରେ ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିଛି

ଭୁବନେଶ୍ୱର: ଓଡ଼ିଶାର ପ୍ରମୁଖ ଦୁଗ୍ଧ ସମବାୟ ସଂସ୍ଥା ‘ଓମ୍‌ଫେଡ୍’ ପୁଣି ଥରେ ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିଦେଇଛି । ନୂଆଦିଲ୍ଲୀର ପ୍ରସିଦ୍ଧ ପ୍ରଗତି ମୈଦାନସ୍ଥିତ ‘ଭାରତ ମଣ୍ଡପମ୍’ଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଏକ୍ସପୋରେ ଓମ୍‌ଫେଡ୍ ସମଗ୍ର ଦେଶରେ ଶ୍ରେଷ୍ଠ…

Continue reading
ନୌସେନାରେ ସାମିଲ ହେଲା INS ମହେନ୍ଦ୍ରଗିରି

ବିଶାଖାପାଟଣା: ଭାରତୀୟ ନୌସେନାରେ ସାମିଲ ହେଲା ‘INS ମହେନ୍ଦ୍ରଗିରି’ । ହିନ୍ଦ ମହାସାଗର ଏବଂ ଇଣ୍ଡୋ-ପାସିଫିକ୍ କ୍ଷେତ୍ରରେ ବଢୁଥିବା ରଣନୀତିକ ତିକ୍ତତା ଓ ଗ୍ଲୋବାଲ ଚ୍ୟାଲେଞ୍ଜ ମଧ୍ୟରେ ଭାରତୀୟ ନୌସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି । ଶନିବାର ବିଶାଖାପାଟଣା ନେଭାଲ…

Continue reading

Leave a Reply

Your email address will not be published. Required fields are marked *

You Missed

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ