
ଦେବଗଡ଼:ଦେବଗଡ ଜିଲ୍ଲାରେ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।ଏହି କ୍ରମରେ ତିଲେଇବଣି ବ୍ଲକର ବାସୁଦେବପୁର ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ବର୍ଷା ଜଳ ନିଷ୍କାସନ ହୋଇପାରିନଥିବାରୁ ପାଣି ଘେରରେ ରହିଛି ବିଦ୍ୟାଳୟ।ଯାହା ଫଳରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନା ଅନୁଯାୟୀ, ବିଦ୍ୟାଳୟରେ ଶିଶୁବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୪ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଲଗାଣ ବର୍ଷା ହେବା ଫଳରେ ବିଦ୍ୟାଳୟ ସମ୍ମୁଖରେ ବର୍ଷା ଜଳ ନିଷ୍କାସନ ହୋଇପାରିନଥିବାରୁ ପାଣି ଜମି ରହିଛି।ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ଯିବା ଆସିବାରେ ଅସୁବିଧା ହେଉଛି।ଏହାସହିତ ବିଦ୍ୟାଳୟର ଶ୍ରେଣୀ ଗୃହରୁ ପାଣି ଗଳୁଥିବାରୁ ଶିକ୍ଷା ଦାନ ବାଧାପ୍ରାପ୍ତ ହେଉଛି।ତେବେ ବିଦ୍ୟାଳୟର ମରାମତି କରିବା ସହ ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନ ବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।




