ପାତ୍ରପଡ଼ା ତୁଳା କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ପାତ୍ରପଡ଼ା ସ୍ଥିତ ଏକ ତୁଳା କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । କମ୍ପାନୀ ପରିସରରେ ହଠାତ୍ ନିଆଁ ଲାଗିଯିବା ଫଳରେ ସମଗ୍ର ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି । ତୁଳା ଭଳି ଜ୍ୱଳନଶୀଳ ସାମଗ୍ରୀ ଥିବାରୁ ନିଆଁ କ୍ଷଣକ ମଧ୍ୟରେ ଭୟଙ୍କର ରୂପ ଧାରଣ କରି ସମଗ୍ର କମ୍ପାନୀକୁ ବ୍ୟାପି ଯାଇଛି । ଘଟଣାସ୍ଥଳରେ ତୁରନ୍ତ ୩ଟି ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି । ଏହାସହ ଅଗ୍ନିଶମ ବାହିନୀ ସହିତ ଷ୍ଟ୍ରାଇକିଂ ଫୋର୍ସକୁ ମଧ୍ୟ ନିୟୋଜିତ କରାଯାଇଛି । ନିଆଁର ଭୟାବହତା ଅଧିକ ଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆଧୁନିକ ରୋବୋଟିକ୍ ମନିଟରର ସାହାଯ୍ୟ ନିଆଯାଉଛି ।

ସମସ୍ତ ପ୍ରକାର ଉଦ୍ୟମ ସତ୍ତ୍ୱେ ନିଆଁ ବର୍ତ୍ତମାନ ସୁଦ୍ଧା ଅଣାୟତ୍ତ ରହିଛି । ସ୍ଥିତିକୁ ସମ୍ଭାଳିବା ପାଇଁ ଜଟଣୀରୁ ଅଧିକ ଦମକଳ ଗାଡ଼ି ମଗାଯାଇଛି । କମ୍ପାନୀର ଚାରିପାଖରେ ଡିଜି ମେସିନ୍ ସବୁ ଥିବାରୁ ସେଗୁଡ଼ିକରେ ନିଆଁ ଲାଗି ବଡ଼ ଧରଣର ବିସ୍ଫୋରଣ ଘଟିବାର ଆଶଙ୍କା ପ୍ରକାଶ ପାଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଉତ୍ତେଜନା ଦେଖାଦେଇଛି । ସୁରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ କଡ଼ା ନଜର ରଖିଛି ତମାଣ୍ଡୋ ପୁଲିସ । ଅନ୍ୟପଟେ ଅଗ୍ନିଶମ ବିଭାଗର ଡେପୁଟି ଫାୟାର ଅଫିସର ନିଜେ ଘଟଣାସ୍ଥଳରେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ରେସକ୍ୟୁ ଓ ନିଆଁ ଲିଭା ଅପରେସନ୍‌ର ଅନୁଧ୍ୟାନ କରୁଛନ୍ତି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଓ ଏଥିରେ ହୋଇଥିବା କ୍ଷୟକ୍ଷତିର ପରିମାଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

  • Related Posts

    ଡକାୟତି ଉଦ୍ୟମ ବିଫଳ ; ଘର ମାଲିକଙ୍କୁ ଗୁଳି କରି ଫେରାର

    ପାଟଣା : ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ପୁଲିସ ବିଟ ଅଞ୍ଚଳ ତୋରାଣି ପୋଖରୀ ପଞ୍ଚାୟତ ଖୁଦୁପୁଟୁଳି ଗ୍ରାମର ଯତିନ୍ଦ୍ର ମହାନ୍ତ (୫୧)ଙ୍କ ଘରେ ପଶି ତାଙ୍କ ପେଟକୁ ଗୁଳି କରି ୪ ଜଣ ଡକାୟତ ଫେରାର ହୋଇଯାଇଛନ୍ତି। ଗତରାତି ସାଢ଼େ…

    Continue reading
    ଆଜିଠାରୁ ବୃଦ୍ଧି ପାଇବ ବଜ୍ରପାତ ଓ ବର୍ଷାର ମାତ୍ରା

    ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେଉଛି । ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ଲାଗି ରହିଛି । ଆଜିଠାରୁ ଧୀରେ ଧୀରେ ବଜ୍ରପାତ ଓ ବର୍ଷାର ମାତ୍ରା ବୃଦ୍ଧି ପାଇବ ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ