ପିସିସି ପକ୍ଷରୁ ପ୍ରଶ୍ନ: ରାଜ୍ୟବ୍ୟାପୀ ବିଭିନ୍ନ ପ୍ରସଙ୍ଗର ଆନ୍ଦୋଳନ ସୋଫିଆଙ୍କୁ ଦେଖା ଯାଉନାହିଁ କାହିଁକି ?

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ଦଳର ଉଭୟ କେନ୍ଦ୍ରୀୟ ଓ ରାଜ୍ୟ ନେତୃତ୍ୱକୁ ଅମାନ୍ୟକରି କ୍ରସ ଭୋଟିଙ୍ଗ ଜରିଆରେ ନିଲମ୍ବନକୁ ଆପଣାଇଥିବା ବିଧାୟିକା ସୋଫିଆ ଫିର୍ଦୋଷ, ଆଉ କେଉଁ ମୁହଁରେ କଂଗ୍ରେସ ନେତୃତ୍ୱ ବିଷୟରେ ଆଲୋଚନା କରୁଛନ୍ତି ବୋଲି ପିସିସି ପକ୍ଷରୁ ପ୍ରଶ୍ନ କରାଯାଇଛି । ଦଳ ପକ୍ଷରୁ ପ୍ରକାଶିତ ଏକ ପ୍ରେସ ବିଜ୍ଞପ୍ତି କୁହାଯାଇଛି ରାହୁଳ ଗାନ୍ଧୀଙ୍କ ମାର୍ଗ ଦର୍ଶନରେ ପିସିସି ପକ୍ଷରୁ ସଭାପତି ଭକ୍ତ ଚରଣ ଦାସଙ୍କ ବଳିଷ୍ଠ ନେତୃତ୍ୱରେ ରାଜ୍ୟବ୍ୟାପୀ କଂଗ୍ରେସ ଏକାଧିକ ଆନ୍ଦୋଳନ କରିଥିବାବେଳେ ସୋଫିଆଙ୍କ ସମାଲୋଚନା ନିରର୍ଥକ । ରାଜ୍ୟରେ ସ୍କୁଲ ପାଠ୍ୟ ପୁସ୍ତକରେ ଥିବା ଶହ ଶହ ତ୍ରୁଟି ବିଚ୍ୟୁତି ବିରୋଧରେ ରାଜ୍ୟଵ୍ୟାପୀ ସମସ୍ତ ଡିସିସି, ପ୍ରଦେଶ ଯୁବ କଂଗ୍ରେସ, ଛାତ୍ର ଓ ମହିଳା କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ କରାଯାଇଥିବା ବିକ୍ଷୋଭ ପ୍ରଦର୍ଶନ ସୋଫିଆଙ୍କୁ ଦେଖାଗଲା ନାହିଁ କିପରି ? ଏପରିକି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉମରକୋଟ ବାସଭବନ କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ଦ୍ୱାରା ଘେରାଓ କରାଯିବା ସହ କୋରାପୁଟ ବନ୍ଦ ଡାକରା ସଫଳ କରାଯିବା ବିଷୟରେ ସୋଫିଆ ଅଜ୍ଞ ରହିଲେ କିପରି ? ନିଟ ପ୍ରଶ୍ନପତ୍ର ପ୍ରଘଟ ସିବିଏସଇ ପରୀକ୍ଷାର ଅନିୟମିତତା ବିରୋଧରେ କଂଗ୍ରେସ ଓ ଏହାର ଛାମୁଆଁ ସଙ୍ଘଟନ ଗୁଡିକ ଦ୍ୱାରା ରାଜ୍ୟବ୍ୟାପୀ ମାସାଧିକ କାଳ ଆନ୍ଦୋଳନ ଓ ଛାତ୍ରୋଂ କି ଗୁଞ୍ଜ କାର୍ୟ୍ୟକ୍ରମ ମାଧ୍ୟମରେ ଛାତ୍ରଙ୍କ ସମସ୍ୟା ଗୁଡିକ ଉପରେ ଆଲୋଚନା ଚାଲିଛି କ୍ଷ ସେହିପରି ପିସିସି ସଭାପତି ଶ୍ରୀ ଦାସଙ୍କ ନେତୃତ୍ୱରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜ ଲୋକସଭା କ୍ଷେତ୍ର ସମ୍ବଲପୁରଠାରେ ପଶ୍ଚିମ ଓଡ଼ିଶାର ୧୦ ଟି ଜିଲ୍ଲାର ୧୦ ହଜାର ଯୁବ ଓ ଛାତ୍ରଙ୍କ ଆକ୍ରୋଶ ସମାବେଶ କରାଯାଇ କହେଁୟା କୁମାରଙ୍କୁ ଉଦବୋଧନ ଦେବାପାଇଁ ଡକାହେବା ସୋଫିଆ ଭୁଲିଗଲେ କେମିତି ?

ଡବଲ ଇଂଜିନ ସରକାର ଦ୍ୱାରା ରେଳବାଇ, ମହାନଦୀ, ବଂଶଧରା, ପୋଲାଭରମ ଆଦି କେନ୍ଦ୍ରର ଅବିଚାର ବିରୋଧରେ କଂଗ୍ରେସ ସ୍ୱର ଉତ୍ତୋଳନ କରି ଆସିଛି କ୍ଷ ସେହିପରି ଓଡ଼ିଶାରେ କ୍ରମବର୍ଦ୍ଧିଷ୍ଣୁ ନାରୀ ନିର୍ୟାତନା ଓ ଭିଡହିଂସା ବିରୋଧରେ କଂଗ୍ରେସ ଶ୍ରୀ ଦାସଙ୍କ ନେତୃତ୍ୱରେ ସାଲିସ ବିହୀନ ସଂଗ୍ରାମ କରି ଆସିଛି ।
ପେସା ଆଇନ ପ୍ରବର୍ତ୍ତନ ସହ ଆଦିବାସୀଙ୍କ ଜୀବନ ଜୀବିକା ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀ ଦାସଙ୍କ ଆହ୍ୱାନ କ୍ରମେ ରାଜଗାଙ୍ଗପୁର, ଅନୁଗୁଳ, ଯୋଡ଼ା, ଢ଼ିଙ୍କିଆ, ସିଜିମାଳୀ ପରି ସ୍ଥାନରେ କମ୍ପାନୀ ମାନଙ୍କ ବିରୋଧରେ ବିସ୍ଥାପନ ପାଇଁ ପର୍ୟ୍ୟାପ୍ତ କ୍ଷତି ପୂରଣ ଦାବୀରେ ସଭାପତି ଶ୍ରୀ ଦାସ ଓ ଦଳର ଅନ୍ୟ ନେତୃବୃନ୍ଦ ପଦଯାତ୍ରା କରିବା ସହ ଆଦିବାସୀଙ୍କ ହକ ପାଇଁ ଲଢେଇ କରି ଆସିଛନ୍ତି ।
ତେଣୁ ଦଳରେ ନଥାଇ ସୋଫିଆ ଦଳ ଭିତରେ ବିଭ୍ରାନ୍ତି ସୃଷ୍ଟି କରିବାକୁ କେଉଁଠୁ ଅଧିକାର ପାଇଲେ ବୋଲି ଉକ୍ତ ପ୍ରେସ ବିଜ୍ଞାପ୍ତିରେ ଦଳ ପାଖରୁ ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ ପ୍ରଶ୍ନ କରିଛନ୍ତି ।
ଉପରୋକ୍ତ ସମସ୍ତ ପ୍ରସଙ୍ଗରେ ଖୁଦ ବିଧାୟିକା ସୋଫିଆ ଫିରଦୌଷ ଏକ ନୀରବତା ଅବଲମ୍ବନ କରୁଥିବାବେଳେ ହଠାତ କାହିଁକି ଏପରି ହତାଶା ଭାବ ପ୍ରଦର୍ଶନ କରୁଛନ୍ତି ବୋଲି ପ୍ରଶ୍ନ କରାଯାଇଛି । ସେ ଆଗ କଂଗ୍ରେସ ବିଧାୟିକା ହୋଇ ବିଜେପି ପ୍ରାର୍ଥୀଙ୍କୁ କେଉଁ ପ୍ରଲୋଭନ ପାଇଁ ଭୋଟ ଦେଲେ ତାହା ଆଗ ସ୍ପଷ୍ଟ କରନ୍ତୁ ବୋଲି କୁହାଯାଇଛି ।

  • Related Posts

    ସଂସଦର ସମୟ ନଷ୍ଟ ହେବା ଯୋଗୁଁ ୨୧୬ କୋଟି କ୍ଷତି : ଅପରାଜିତା

    ସଂସଦରେ ହଙ୍ଗାମା ଓ କାର୍ଯ୍ୟଦିବସ ନଷ୍ଟକୁ ନେଇ ବଡ଼ ବୟାନ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସଂସଦ ଯେଉଁଭଳି ଭାବେ ଚାଲିଲା, ତାହା ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କହିଛନ୍ତି ଅପରାଜିତା । ତାଙ୍କ କହିବା ଅନୁସାରେ, ସଂସଦର ମୂଲ୍ୟବାନ…

    Continue reading
    ବିଜେପି ବିଧାୟକଙ୍କ ଦୋଷକୁ ରାଜ୍ୟ ସରକାର ଘଣ୍ଟ ଘୋଡାଉଛନ୍ତି: ବିଜେଡି

    ଭୁବନେଶ୍ୱର: କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ଦ୍ୱାରା ଦୁର୍ବ୍ୟବହାର ଅଭିଯୋଗ ଆଣି ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ସମୂହ ଇସ୍ତଫା ଦେଇଥିବା ତିରିଶ ଜଣ ୱାର୍ଡେନ ଓ ଡେପୁଟି “ୱାର୍ଡେନଙ୍କ ସ୍ଥାନରେ ନୂତନ ଚିପ୍ ୱାଡେନ, ୱାର୍ଡେନ ଓ ଡେପୁଟି ୱାର୍ଡେନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ