ପୁଣି ଆସୁଛି ବଡ଼ବର୍ଷା

ଭୁବନେଶ୍ବର : ରାଜ୍ୟରୁ ବନ୍ୟା ଦୁର୍ଦଶା ଯାଇ ନଥିବା ବେଳେ ପଛକୁ ପଛ ଆସୁଥିବା ୨ ଲଘୁଚାପ ଯୋଗୁଁ ପୁଣି ଏକ ବଡ଼ବର୍ଷା ଆସୁଛି। ଏହା ଉପକୂଳ ଓ ଉତ୍ତର ଓଡ଼ିଶାବାସୀଙ୍କୁ ଆତଙ୍କିତ କରିଛି। ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାର୍ଶ୍ବବର୍ତ୍ତୀ ବାଂଲାଦେଶ ଉପରିସ୍ଥ ବାୟୁମଣ୍ଡଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଉପକୂଳ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏହି ଲଘୁଚାପ ସୃଷ୍ଟି ହୋଇପାରେ। ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ଆଡ଼କୁ ମୁହାଁଇବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ସେହିପରି, ପୁଣି ୧୨ରୁ ୧୫ ତାରିଖ ମଧ୍ୟରେ ଆଉ ଏକ ଲଘୁଚାପ ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ବିଶ୍ବଜିତ୍‌ ସାହୁ କହିଛନ୍ତି। ଏହା ପ୍ରଭାବରେ ଉପକୂଳ ଓ ଉତ୍ତର ଓଡ଼ିଶା ସହ ଉପରମୁଣ୍ଡ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। କିଛି ଦିନ ତଳେ ଜଳକା, ସାଳନ୍ଦୀ ଏବଂ ବୈତରଣୀରେ ବନ୍ୟା ଆସି ଉତ୍ତର ଓଡ଼ିଶାର ଜିଲାଗୁଡ଼ିକ ବନ୍ୟାରେ ପ୍ରଭାବିତ ହୋଇଥିଲା। ମହାନଦୀରେ ଛୋଟିଆ ବନ୍ୟା ଆସିବାରୁ ଖୋରଧା, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲାର ତଳିଆ ଅଞ୍ଚଳରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇଥିଲା। ନଦୀଗୁଡ଼ିକରୁ ଧୀରେଧୀରେ ପାଣି ଛାଡ଼ୁଥିବା ବେଳେ ଏଯାଏ ଲୋକଙ୍କ ଦୁର୍ଦଶା ସରିନି। ଏପରି ସ୍ଥିତିରେ ପୁଣି ବଡ଼ବର୍ଷା ହେଲେ ସ୍ଥିତି ଆହୁରି ବିଗିଡ଼ିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ସକ୍ରିୟ ମୌସୁମି ଟ୍ରପ୍‌ ଲାଇନ ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ଉପକୂଳରୁ ଆରମ୍ଭ କରି ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅନେକ ଜିଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମାରୁଛି। ଆସନ୍ତା ୧୩ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଗତ ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି ଜିଲାର ନର୍ଲାରେ ସବୁଠୁ ଅଧିକ ୧୩୧ ମି.ମି. ବର୍ଷା ହୋଇଥିବା ବେଳେ ଜିଲାର ମଦନପୁର-ରାମପୁରରେ ୧୧୭ମି.ମି. ବର୍ଷା ହୋଇଛି। ବଲାଙ୍ଗିର ଜିଲାର ବେଲଗାଁରେ ୧୧୫ମି.ମି ଏବଂ ସଲେଭଟ୍ଟରେ ୧୦୩.୪ମି.ମି ବର୍ଷା ରେକର୍ଡ ହୋଇଛି। କଟକ ଜିଲାର ଆଠଗଡ଼ରେ ୧୧୨ମି.ମି ଏବଂ ମହାଙ୍ଗାରେ ୧୦୪ ମି.ମି ବର୍ଷା ହୋଇଛି। ଢେଙ୍କାନାଳ, ନୟାଗଡ଼, କନ୍ଧମାଳ ଏବଂ ବୌଦ୍ଧରେ ପ୍ରବଳ ବର୍ଷା ହୋଇଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହି ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ଏବଂ ବଲାଙ୍ଗିର ଜିଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ଉପରୋକ୍ତ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋୱାର୍ଣ୍ଣିଂ ଦିଆଯାଇଛି। ଅନ୍ୟାନ୍ୟ ଜିଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଏବଂ ଘଣ୍ଟା ପ୍ରତି ୩୦ରୁ ୪୦କି.ମି ବେଗରେ ପବନ ବହିବାର ସମ୍ଭାବନା ରହିଛି।

  • Related Posts

    ଜେନ୍‌-ଜିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ; ବାହ୍ୟଶକ୍ତିରୁ ଦୂରେଇ ରୁହ

    ଭୁବନେଶ୍ୱର: ରାଜ୍ୟବ୍ୟାପୀ ଆୟୋଜିତ ହେଉଛି ଘରେ ଘରେ ତ୍ରିରଙ୍ଗା ଅଭିଯାନ। ଆଜି ଠାରୁ ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି ତ୍ରିରଙ୍ଗା ଅଭିଯାନ। ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ବ୍ଲକ ଓ ପଞ୍ଚାୟତ ସ୍ତର ଯାଏଁ “ଘରେ ଘରେ…

    Continue reading
    ଚିନି ଦର ଗ୍ରାହକଙ୍କ ଚିନ୍ତା ବଢ଼ାଇଲାଣି

    ଭୁବନେଶ୍ବର : ପାର୍ବଣ ପୂର୍ବରୁ ଚିନି ଦର ଗ୍ରାହକଙ୍କ ଚିନ୍ତା ବଢ଼ାଇଲାଣି। ଗତ ମାସକ ମଧ୍ୟରେ ଚିନି ଦର କ୍ବିଣ୍ଟାଲ ପିଛା ପ୍ରାୟ ୫୦୦ରୁ ୭୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଗଲାଣି । ଦିଲ୍ଲୀରେ କିଲୋଗ୍ରାମ ପିଛା ଚିନି ଦର ୪୯ ଟଙ୍କାରେ,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ