ପୁଣି କମିଲା ସୁନା ରୁପା ଦର

ଭୁବନେଶ୍ବର: ଇରାନ ଉପରେ ଆମେରିକାର ସଦ୍ୟ ଆକ୍ରମଣ ପରେ ଖସିଲା ସୁନା ରୁପା ଦର । ପ୍ରମୁଖ ସହର ଚେନ୍ନାଇ, ଦିଲ୍ଲୀ ଓ ମୁମ୍ବାଇରେ ସୁନା ଦର କମିଥିବା ଦେଖିବାକୁ ମିଳିଛି । ଅନ୍ତର୍ଜାତୀୟ ବଜାରରେ ସୁନା ପାଖାପାଖି 2 ପ୍ରତିଶତ ହ୍ରାସ ପାଇ ପ୍ରତି ଆଉନ୍ସ (ଗୋଟିଏ ଆଉନ୍ସ ପାଖାପାଖି 28 ଗ୍ରାମ ସହ ସମାନ) 4,368.99 ଡଲାରରେ ପହଞ୍ଚିଛି । ସେହିପରି କମେକ୍ସ ସୁନା 1.80 ପ୍ରତିଶତକୁ ଖସି ପ୍ରତି ଆଉନ୍ସ 4,367.90 ଡଲାରରେ ପହଞ୍ଚିଛି । କେବଳ ସୁନା ନୁହେଁ ରୁପା ମଧ୍ୟ ତିନି ପ୍ରତିଶତରୁ ଅଧିକ ହ୍ରାସ ହୋଇ ଆଉନ୍ସ ପ୍ରତି 71.94 ଡଲାରରେ ପହଞ୍ଚିଛି । କମେକ୍ସ ରୁପାରେ 3.56 ହ୍ରାସ ହୋଇ ପ୍ରତି ଆଉନ୍ସ 72.22 ଡଲାରକୁ ଛୁଇଁଛି ।ବିଶେଷଜ୍ଞଙ୍କ ମତରେ ଆମେରିକା-ଇରାନ ସଂଘର୍ଷକୁ ନେଇ ଅନିଶ୍ଚିତତା ଏବଂ ମୁଦ୍ରାସ୍ଫୀତି ଦୀର୍ଘ ସମୟ ଧରି ଉଚ୍ଚ ରହିବା ଆଶଙ୍କା ହେତୁ ନିବେଶକ ସତର୍କ ରହିଛନ୍ତି । ବାରମ୍ବାର ତୈଳ ଦର ବୃଦ୍ଧି ଓ ଆମେରିକୀୟ ଡଲାରର ମୂଲ୍ୟ ବୃଦ୍ଧି ହେତୁ ପ୍ରମୁଖ କେନ୍ଦ୍ରୀୟ ବ୍ୟାଙ୍କ ଗୁଡ଼ିକ ସୁଧ ହାର ହ୍ରାସର ଆଶାକୁ ହ୍ରାସ କରିଛି । ଯାହା ଫଳରେ ସୁନା ଦର ଉପରେ ଚାପ ପଡ଼ିଥିବା ବିଶେଷଜ୍ଞ ମାନେ କହିଛନ୍ତି ।ଇରାନର ରିଭୋଲ୍ୟୁସନାରୀ ଗାର୍ଡ ଏକ ଆମେରିକୀୟ ଏୟାରବେସକୁ ଟାର୍ଗେଟ କରିଥିବା ରିପୋର୍ଟ ମିଳିବା ପରେ ଅଶୋଧିତ ତୈଳ ଦର ତିନି ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ଯାହା ଦ୍ବାରା ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ସୃଷ୍ଟି କରିଛି।ଘରୋଇ କ୍ଷେତ୍ରରେ ଇଦ୍ ଅଲ୍-ଆଧା ଯୋଗୁଁ ଗୁରୁବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ବନ୍ଦ ରହିଥିଲା। IANS ରିପୋର୍ଟ ଅନୁଯାୟୀ, ସୁନା ବ୍ୟବସାୟୀଙ୍କ ଦ୍ୱାରା ସେୟାର କରାଯାଇଥିବା ବଜାର ମୂଲ୍ୟ ଅନୁସାରେ ପ୍ରମୁଖ ସହରଗୁଡ଼ିକ ମଧ୍ୟରେ ଚେନ୍ନାଇ ସର୍ବାଧିକ ସୁନା ମୂଲ୍ୟ ରେକର୍ଡ କରିଛି।

ଖବର ଲେଖାଯିବା ସୁଦ୍ଧା ଚେନ୍ନାଇରେ ସୁନା ଦର ଗ୍ରାମ ପିଛା 14 ହଜାର 500 ଟଙ୍କା ରହିଥିବାବେଳେ ଥୁରୁଅନନ୍ତପୁରମ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଦିଲ୍ଲୀ, ମୁମ୍ବାଇ, କୋଲକାତାରେ ଦର ପ୍ରତି ଗ୍ରାମ ପିଛା 14 ହଜାର 350 ଟଙ୍କା ରହିଥିଲା । ସେହିପରି ଚେନ୍ନାଇରେ 8 ଗ୍ରାମ ସୁନା ଦର 1 ଲକ୍ଷ 16 ହଜାର ଟଙ୍କା ରହିଥିଲା । ହାଇଦ୍ରାବାଦ, ବେଙ୍ଗାଲୁରୁ, ଥିରୁଅନନ୍ତପୁରମ, ଦିଲ୍ଲୀ, ମୁମ୍ବାଇ, କୋଲକତାରେ 8 ଗ୍ରାମ ପିଛା ଦର 1 ଲକ୍ଷ 14 ହଜାର 440 ଟଙ୍କା ରହିଥିଲା ।

  • Related Posts

    ଜେଲ ଗଲେ ମହାକାଳପଡ଼ା ସରପଞ୍ଚ

    ମହାକାଳପଡ଼ା : ଜେଲ ଗଲେ ମହାକାଳପଡ଼ା ତିଖିରି ସରପଞ୍ଚ ଚାମେଲି ଓଝା। ଜାମିନ୍ ଆବେଦନ ଖାରଜ ପରେ ଚାମେଲିଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି। ମହାକାଳପଡ଼ା ବ୍ଲକ ପରିସରରେ ହାଇଡ୍ରାମାକୁ ନେଇ ଗତ ୨ ଦିନ ହେଲା ଚର୍ଚ୍ଚା ଲାଗି ରହିଛି। ବିଡିଓଙ୍କୁ…

    Continue reading
    ୮ ପିତୃମାତୃହୀନ ପିଲାଙ୍କୁ “ଗ୍ରୀନ ପ୍ୟାସଜ” ମାଧ୍ୟମରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉଚ୍ଚ ଶିକ୍ଷା

    କୋଭିଡ ମହାମାରୀ ସମୟରେ ପିତା କିମ୍ବା ଉଭୟ ପିତାମାତାଙ୍କୁ ହରାଇଥିବା ଶିଶୁମାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଆଶୀର୍ବାଦ ଯୋଜନାରୁ ଆର୍ଥିକ ସହାୟତା ପ୍ରଦାନ କରି ସେମାନଙ୍କ ଶିକ୍ଷାକୁ ସୁନିଶ୍ଚିତ ଓ ଶୈଶବକୁ ସ୍ଵଭାବିକ କରIଯାଇଥିଲା I ଚଳିତ ବର୍ଷ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ