ପୁଣି ବଢୁଛି ବୈତରଣୀ: ବିପଦ ସଂକେତ ଉପରେ ସାଳନ୍ଦୀ

ଭଦ୍ରକ: ବୈତରଣୀ ନଦୀର ଜଳସ୍ତର କମୁଥିବା ବେଳେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପୁଣି ବୈତରଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ସାଳନ୍ଦୀ ନଦୀର ଜଳସ୍ତର ଏବେବି ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ଦ୍ବାରା ଜିଲ୍ଲାର ଏକ ଚତୁର୍ଥାଂଶ ଜନଜୀବନ ପ୍ରଭାବିତ ହୋଇଛି। ବୈତରଣୀ ଏବଂ ସାଳନ୍ଦି ନଦୀର ଉଚ୍ଛୁଳା ବନ୍ୟାଜଳ ସମେତ ଶାଖା ନଦୀ ନାଳିଆ, ରେବ, କପାଳି ଓ ଗେଙ୍ଗୁଟି ଆଦିରେ ଜଳସ୍ତର ବୃଦ୍ଧି ପାଇଛି। ଯାହାକୁ ନେଇ ଏବେ ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଅସମ୍ଭାଳ।
ଏପରି ପରିସ୍ଥିତିରେ ପ୍ରଶାସନ ନଜର ରଖିଥିବା ବେଳେ ଜିଲ୍ଲାପାଳ ନିଜେ ବିଭିନ୍ନ ବନ୍ୟାଞ୍ଚଳ ବୁଲି ରିଲିଫ ଓ଼ ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି । ଅର୍ଣପାଳ ପଞ୍ଚାୟତ ଅନ୍ତର୍ଗତ ରାଜ ମୁକୁନ୍ଦପୁର ଠାରେ 35 ଫୁଟର ଏକ ଘାଇ ସୃଷ୍ଟି ହୋଇଛି। ଫଳରେ ଦୁଇଟି ଗାଁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି। ଅପର ପକ୍ଷରେ ବନ୍ୟା ପରିସ୍ଥିତି ସୃଷ୍ଟି ଯୋଗୁଁ ଆଜି ମଧ୍ୟ ଭଦ୍ରକ ଜିଲ୍ଲାରେ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ସହ ସମସ୍ତ ଅଙ୍ଗନବାଡି କେନ୍ଦ୍ର ଗୁଡିକ ଛୁଟି ଘୋଷଣା କରାଯାଇଛି। ତେବେ ସମସ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଣଶିକ୍ଷକ କର୍ମଚାରୀମାନେ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବେ ଏବଂ ପ୍ରଶାସନର ଆବଶ୍ୟକତା ଅନୁଯାୟୀ ସେମାନେ ତୁରନ୍ତ ଦାୟିତ୍ୱ ପାଳନ କରିବେ ବୋଲି ଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ବନ୍ୟା ଯୋଗୁଁ ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। କୋଠାର ଠାରେ ରାସ୍ତାରେ ଚାଲିଛି 4 ଫୁଟର ବନ୍ୟା ପାଣି। ଧୂଷୁରୀ-ହସନା ବାଦ, ଧାମନଗର-କୋଠାର, ଧୂଷୁରୀ-ଫତେପୁର, ଧାମନଗର-ଫଳପୁର, ଦୋବଲ-ଷଣ୍ଡପୁର, ଧାମନଗର-ଦୋବଲ, ଅସୁରଳି-କାସିମପୁର ଆଦି ରାସ୍ତାରେ ଯୋଗାଯୋଗ ବିଛିନ୍ନ ହୋଇଛି। ଜିଲ୍ଲାରେ ବନ୍ୟା ପରିସ୍ଥିତି ଯୋଗୁ 4.68 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ 1.58 ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ତେବେ ଜିଲ୍ଲାରେ 5 ଟି ବ୍ଲକରେ ଥିବା 110 ଟି ଗ୍ରାମ ପଞ୍ଚାୟତ ଏବଂ 26 ଟି ୱାର୍ଡର 423 ଟି ରାଜସ୍ୱ ଗ୍ରାମ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ମୋଟ 4,68,649 ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ 1,58,228 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରଭାବିତ ଅଞ୍ଚଳରେ 286 ଟି ମାଗଣା ରୋଷେଇ କେନ୍ଦ୍ର ଚାଲୁ ରହିଛି। ଏଥିସହ 248.8 କ୍ୱିଣ୍ଟାଲ ଚୁଡ଼ା ଓ 33.88 କ୍ୱିଣ୍ଟାଲ ଗୁଡ଼ ବଣ୍ଟନ କରାଯାଇଛି। ତେବେ ଜିଲ୍ଲାରେ ଜାରି ରହିଥିବା ବନ୍ୟା ପରିସ୍ଥିତି ମଧ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର, ରିଲିଫ୍ ଏବଂ ପୁନର୍ବାସ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଲୋକଙ୍କୁ ଉଦ୍ଧାର କରି ବିଭିନ୍ନ ସେଣ୍ଟରେ ରଖା ଯାଇଛି ଏବଂ ସେମାନଙ୍କ ପାଇଁ ସେଣ୍ଟରେ ମାଗଣା ରନ୍ଧା ଖାଦ୍ୟ ଦିଆଯାଉଛି। ସ୍ୱାସ୍ଥ୍ୟ, ପାନୀୟଜଳ ଓ ଗୋ ଖାଦ୍ୟ ମଧ୍ୟ ଦିଆଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି।
ଧାମନଗର ବ୍ଲକର 30 ଟି ଗ୍ରାମ ପଞ୍ଚାୟତ ଏବଂ 14 ଟି ୱାର୍ଡ ଅନ୍ତର୍ଗତ 147 ଟି ରାଜସ୍ୱ ଗ୍ରାମର 1,82,302 ଜଣ ପ୍ରଭାବିତ ହୋଇଥିବା ବେଳେ 1,05,979 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେଠାରେ 140 ଟି ମାଗଣା ରୋଷେଇ କେନ୍ଦ୍ର ଚାଲୁ ରହିଥିବା ବେଳେ 92.75 କ୍ୱିଣ୍ଟାଲ ଚୁଡ଼ା ଓ 9.3 କ୍ୱିଣ୍ଟାଲ ଗୁଡ଼ ବଣ୍ଟନ କରାଯାଇଛି।ଭଣ୍ଡାରିପୋଖରୀ ବ୍ଲକର 19 ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ 77 ଟି ରାଜସ୍ୱ ଗ୍ରାମର 72,203 ଜଣ ପ୍ରଭାବିତ ହୋଇଥିବା ବେଳେ 5,442 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏଠାରେ 25 ଟି ମାଗଣା ରୋଷେଇ କେନ୍ଦ୍ର, 40.08 କ୍ୱିଣ୍ଟାଲ ଚୁଡ଼ା ଏବଂ 4.08 କ୍ୱିଣ୍ଟାଲ ଗୁଡ଼ ବଣ୍ଟନ କରାଯାଇଛି। ତିହିଡ଼ି ବ୍ଲକର 30 ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ 102 ଟି ରାଜସ୍ୱ ଗ୍ରାମର 98,602 ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ 17,865 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏଠାରେ 30 ଟି ମାଗଣା ରୋଷେଇ କେନ୍ଦ୍ର, 56 କ୍ୱିଣ୍ଟାଲ ଚୁଡ଼ା ଓ 5 କ୍ୱିଣ୍ଟାଲ ଗୁଡ଼ ବଣ୍ଟନ କରାଯାଇଛି। ବାସୁଦେବପୁର ବ୍ଲକର 6 ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ 13 ଟି ରାଜସ୍ୱ ଗ୍ରାମର 7,205 ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ 3,100 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏଠାରେ 4 ଟି ମାଗଣା ରୋଷେଇ କେନ୍ଦ୍ର, 1.2 କ୍ୱିଣ୍ଟାଲ ଚୁଡ଼ା ଓ 0.3 କ୍ୱିଣ୍ଟାଲ ଗୁଡ଼ ବଣ୍ଟନ କରାଯାଇଛି।
ଭଦ୍ରକ ବ୍ଲକର 17 ଟି ଗ୍ରାମ ପଞ୍ଚାୟତ ଏବଂ 12 ଟି ୱାର୍ଡ ଅନ୍ତର୍ଗତ 61 ଟି ରାଜସ୍ୱ ଗ୍ରାମର 73,106 ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ 11,096 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏଠାରେ 56 ଟି ମାଗଣା ରୋଷେଇ କେନ୍ଦ୍ର, 32.8 କ୍ୱିଣ୍ଟାଲ ଚୁଡ଼ା ଓ 9.2 କ୍ୱିଣ୍ଟାଲ ଗୁଡ଼ ବଣ୍ଟନ କରାଯାଇଛି।
ଚାନ୍ଦବାଲି ବ୍ଲକର 8 ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ 23 ଟି ରାଜସ୍ୱ ଗ୍ରାମର 35,231 ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ 14,746 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏଠାରେ 31 ଟି ମାଗଣା ରୋଷେଇ କେନ୍ଦ୍ର, 26 କ୍ୱିଣ୍ଟାଲ ଚୁଡ଼ା ଓ 6 କ୍ୱିଣ୍ଟାଲ ଗୁଡ଼ ବଣ୍ଟନ କରାଯାଇଛି।

  • Related Posts

    ଡକାୟତି ଉଦ୍ୟମ ବିଫଳ ; ଘର ମାଲିକଙ୍କୁ ଗୁଳି କରି ଫେରାର

    ପାଟଣା : ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ପୁଲିସ ବିଟ ଅଞ୍ଚଳ ତୋରାଣି ପୋଖରୀ ପଞ୍ଚାୟତ ଖୁଦୁପୁଟୁଳି ଗ୍ରାମର ଯତିନ୍ଦ୍ର ମହାନ୍ତ (୫୧)ଙ୍କ ଘରେ ପଶି ତାଙ୍କ ପେଟକୁ ଗୁଳି କରି ୪ ଜଣ ଡକାୟତ ଫେରାର ହୋଇଯାଇଛନ୍ତି। ଗତରାତି ସାଢ଼େ…

    Continue reading
    ଆଜିଠାରୁ ବୃଦ୍ଧି ପାଇବ ବଜ୍ରପାତ ଓ ବର୍ଷାର ମାତ୍ରା

    ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେଉଛି । ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ଲାଗି ରହିଛି । ଆଜିଠାରୁ ଧୀରେ ଧୀରେ ବଜ୍ରପାତ ଓ ବର୍ଷାର ମାତ୍ରା ବୃଦ୍ଧି ପାଇବ ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ