ପୁଣି ବାତ୍ୟା ଆଶଙ୍କା!

ପୁରୀ: ନଭେମ୍ବର ୧୩ରୁ ୧୫ ମଧ୍ୟରେ ସାମୁଦ୍ରିକ ଝଡ଼, ପ୍ରବଳ ବାୟୁ ପ୍ରବାହ, ଜୁଆର, ଲଘୁଚାପ ତଥା ବନ୍ୟା ବିତ୍ପାତ ନେଇ ପଞ୍ଜିକାରେ ଆକଳନ ରହିଛି । ପୂର୍ବରୁ ପଞ୍ଜିକାରେ ଯେଉଁ ଗଣନା ରହିଛି ତାହା ସତ ପ୍ରମାଣିତ ହୋଇଥିବାରୁ ପୁଣି ବାତ୍ୟା ଆସିବା ନେଇ ଚର୍ଚ୍ଚା ବଢ଼ିଛି ।
ଏନେଇ ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ର କହିଛନ୍ତି, ସରକାରଙ୍କ ପାଣିପାଗ ବିଭାଗ ବାତ୍ୟା, ବର୍ଷା ଆସିବାର କିଛିଦିନ ପୂର୍ବରୁ ପୂର୍ବାନୁମାନ କରୁଛି । ମାତ୍ର ଜ୍ୟୋତିଷ ଗଣନାରେ ବାତ୍ୟା, ବର୍ଷା, ଭୂକମ୍ପ ନେଇ ପୂର୍ବାନୁମାନ ବହୁ ପୂର୍ବରୁ ରହିଛି । ସଂକ୍ରାନ୍ତି ଯେଉଁଦିନ ହୁଏ ରବି ସଂକ୍ରମଣ ଓ ଗ୍ରହ ସ୍ଥିତିକୁ ଦେଖି ପାଣିପାଗ ପୂର୍ବାନୁମାନ କରାଯାଇଥାଏ । ଅସଲି ଖଡ଼ିରତ୍ନ ପଞ୍ଜିକାରେ ନଭେମ୍ବର ୧୩ରୁ ୧୫ ମଧ୍ୟରେ ବାତ୍ୟା ବା ସାମୁଦ୍ରିକ ଝଡ଼, ଲଘୁଚାପ, ବନ୍ୟା ବିତ୍ପାତରେ ବହୁ କ୍ଷୟକ୍ଷତି ସମ୍ଭାବନା ବ୍ୟକ୍ତ କରାଯାଇଛି । ପଞ୍ଜିକାରେ ଗଣନା ଅନୁଯାୟୀ ଅକ୍ଟୋବର ୨୫ରୁ ୨୯ ତାରିଖ, ଅକ୍ଟୋବର ୩୧ରୁ ନଭେମ୍ବର ୩ ତାରିଖ ମଧ୍ୟରେ ବାତ୍ୟା ଆକଳନ ସତ ପ୍ରମାଣିତ ହୋଇଛି।

  • Related Posts

    ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ଗିରଫ

    ସମ୍ବଲପୁର:ଭିଜିଲାନ୍ସ ସପ୍ତାହ ନ ସରୁଣୁ ଲାଞ୍ଚ ନେଉଥିବା ସମୟରେ ବନ୍ଧା ହୋଇଛନ୍ତି ସମ୍ବଲପୁର-ତାଳଚେର ରେଳ ଦୋହରୀକରଣର ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ (ସ୍ପେସାଲ୍ ଏଲ୍ଏଓ) ଅଜୟ କୁମାର ଗଡ଼ନାୟକ (ଓଆର୍‌ଏସ୍) । ଜଣେ ବ୍ୟକ୍ତିଙ୍କ ଜମି ଅଧିଗ୍ରହଣ ଓ ନିର୍ମାଣାଧୀନ ଘରର ମୂଲ୍ୟ…

    Continue reading
    ବନ୍ୟା ଓ ବାତ୍ୟା ପ୍ରଭାବିତ ୩ ଜିଲ୍ଲା ପାଇଁ ୪ IAS ଅଧିକାରୀଙ୍କୁ ଦାୟିତ୍ୱ:ମନ୍ତ୍ରୀ

    ଭୁବନେଶ୍ୱର: ବନ୍ୟା ଓ ବାତ୍ୟା ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ କ୍ଷୟକ୍ଷତିର ସଠିକ୍ ଆକଳନ ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାକୁ ୪ ଜଣ ବରିଷ୍ଠ IAS ଅଧିକାରୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି