ପୁନରୁଦ୍ଧାର ଅଭାବ: ପୋତି ହେବାକୁ ବସିଲାଣି ଗୋହିରା ମଧ୍ୟମ ଜଳସେଚନ ପ୍ରକଳ୍ପ

ଦେବଗଡ଼: ପୁନରୁଦ୍ଧାର ଅଭାବରୁ ଧୀରେ ଧୀରେ ପୋତିହେବାକୁ ବସିଲାଣି ଗୋହିରା ମଧ୍ୟମ ଜଳସେଚନ ପ୍ରକଳ୍ପ। ପ୍ରକଳ୍ପର ପଙ୍କ ଉଦ୍ଧାର କରାଯାଉ ନଥିବା ଯୋଗୁଁ ଜଳସ୍ତର କମିଯାଉଛି। ଏଭଳି ସ୍ଥିତିରେ ପଙ୍କ ଉଦ୍ଧାର କରାଗଲେ ଏହାର ଜଳସ୍ତର ବୃଦ୍ଧି ପାଇବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ୧୯୭୭ରେ ତିଲେଇବଣି ବ୍ଲକ୍‌ର ଆମ୍ବଘାଟରେ ନିର୍ମାଣ ହୋଇଥିଲା ଗୋହିରା ମଧ୍ୟମ ଜଳସେଚନ ପ୍ରକଳ୍ପ। ଉକ୍ତ ମଧ୍ୟମ ଜଳସେଚନ ପ୍ରକଳ୍ପ ପାଣି ନିଜ ଜମିରେ ଜଳସେଚିତ କରି ରିଆମାଳ ଓ ତିଲେଇବଣି ବ୍ଲକ୍‌ର ଲୋକମାନେ ବିଭିନ୍ନ ପ୍ରକାର ଚାଷକରି ବେଶ୍‌ ଲାଭବାନ ହୁଅନ୍ତି। ରବିଚାଷ ପାଇଁ ୪୨୦୦ ହେକ୍ଟର ଓ ଖରିଫ ଚାଷ ପାଇଁ ୮୯୨୦ ହେକ୍ଟର ଜମିରେ ଉକ୍ତ ପ୍ରକଳ୍ପ ଦ୍ୱାରା ଜଳସେଚନ କରାଯିବାର କ୍ଷମତା ରହିଛି। ବର୍ତ୍ତମାନ ଖରିଫ ଋତୁ ପାଇଁ ଚାଷ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପୂର୍ବରୁ ପଙ୍କ ଉଦ୍ଧାର କରାଯାଇଥିଲେ ପ୍ରକଳ୍ପର ଜଳସ୍ତର ବୃଦ୍ଧି ପାଇବାରେ ସହାୟକ ହୋଇଥାନ୍ତା। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ କେନାଲ ମାଧ୍ୟମରେ ୮୮ଟି ଗ୍ରାମରେ ଖରିଫ ଋତୁରେ ଶତପ୍ରତିଶତ ଓ ରବି ଋତୁରେ ୪୭ ପ୍ରତିଶତ ଚାଷ କାର୍ଯ୍ୟରେ ଜଳସେଚନ କରାଯିବା ସହିତ ୧୯ଟି ପାଣି ପଞ୍ଚାୟତ କାର୍ଯ୍ୟ କରୁଥିବା ବେଳେ ରକ୍ଷଣାବେକ୍ଷଣ ନିମନ୍ତେ ସରକାରୀ ରାଜକୋଷରୁ ପ୍ରତ୍ୟେକ ବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଯୋଗୁଁ ଏହି ପ୍ରକଳ୍ପର ପଙ୍କ ଉଦ୍ଧାର କରାଯାଉ ନଥିବା ଯୋଗୁଁ ଦିନକୁ ଦିନ ପୋତିହୋଇ ଜଳଧାରଣ କ୍ଷମତା ହ୍ରାସ ପାଇବାରେ ଲାଗିଛି। ଅନ୍ୟପଟେ ଗୋହିରା ମଧ୍ୟମ ଜଳସେଚନ ପ୍ରକଳ୍ପର ମୁଖ୍ୟ ତାଳହା ମାତ୍ର କେନାଲ, ମାଇନର, ସବମାଇନର ଓ ୱାଟରକୋର୍ସ ପୁନରୁଦ୍ଧାର କରିବା ପାଇଁ ପାଣି ପଞ୍ଚାୟତ ଶୀର୍ଷ କମିଟି ପକ୍ଷରୁ ଦାବି କରାଯାଇଛି। ଗୋହିରା ମଧ୍ୟମ ଜଳସେଚନ ପ୍ରକଳ୍ପର ମୁଖ୍ୟକେନାଲ ମାଇନର ସବମାଇନର ଓ ୱାଟରକୋର୍ସର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ଫଳରେ ଚାଷୀମାନେ କେନାଲ ପାଣି ପାଇବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଗୋହିରା ମଧ୍ୟମ ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଛି।

  • Related Posts

    ଡକାୟତି ଉଦ୍ୟମ ବିଫଳ ; ଘର ମାଲିକଙ୍କୁ ଗୁଳି କରି ଫେରାର

    ପାଟଣା : ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ପୁଲିସ ବିଟ ଅଞ୍ଚଳ ତୋରାଣି ପୋଖରୀ ପଞ୍ଚାୟତ ଖୁଦୁପୁଟୁଳି ଗ୍ରାମର ଯତିନ୍ଦ୍ର ମହାନ୍ତ (୫୧)ଙ୍କ ଘରେ ପଶି ତାଙ୍କ ପେଟକୁ ଗୁଳି କରି ୪ ଜଣ ଡକାୟତ ଫେରାର ହୋଇଯାଇଛନ୍ତି। ଗତରାତି ସାଢ଼େ…

    Continue reading
    ଆଜିଠାରୁ ବୃଦ୍ଧି ପାଇବ ବଜ୍ରପାତ ଓ ବର୍ଷାର ମାତ୍ରା

    ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେଉଛି । ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ଲାଗି ରହିଛି । ଆଜିଠାରୁ ଧୀରେ ଧୀରେ ବଜ୍ରପାତ ଓ ବର୍ଷାର ମାତ୍ରା ବୃଦ୍ଧି ପାଇବ ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ