ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର: ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ ଅଜିତ କୁମାର ସାହୁଙ୍କୁ ଶୁକ୍ରବାର ସନ୍ଧ୍ୟାରେ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ। ଦିଲ୍ଲୀ ପଟିଆଲା କୋର୍ଟର ଓ୍ବାରେଣ୍ଟ ବଳରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କୁ ଦିଲ୍ଲୀ ନିଆଯାଇ ସ୍ଥାନୀୟ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି।

ପୋଲିସ ସୂଚନାନୁସାରେ, ରାଜ୍ୟ ସଭା ସଦସ୍ୟ ସୁଜିତ କୁମାରଙ୍କୁ ଜମି ଦେବାକୁ କହି ୫୦ଲକ୍ଷ ଟଙ୍କା ନେଇଥିଲେ ଅଜିତ। ଜମି ନ ମିଳିବାରୁ ସୁଜିତ ଟଙ୍କା ଫେରସ୍ତ କରିବାକୁ କହିଥିଲେ ମଧ୍ୟ ସେ ଦିନ ଗଡ଼ାଇ ଚାଲିଥିଲେ। ଶେଷରେ ସୁଜିତ ଏନେଇ ଦିଲ୍ଲୀ ତୁଗଲକ ଥାନାରେ ୨୦୨୪ରେ ଅଭିଯୋଗ କରିଥିଲେ। ପୋଲିସ ମାମଲାର ତଦନ୍ତ କରି କୋର୍ଟକୁ ଫାଇନାଲ ରିପୋର୍ଟ ପଠାଇ ଦେଇଥିଲା।

ଦିଲ୍ଲୀ ପଟିଆଲା କୋର୍ଟ ଅଭିଯୁକ୍ତ ଅଜିତଙ୍କୁ ହାଜର ହେବାକୁ ବାରମ୍ବାର ନୋଟିସ କରିଥିଲେ ମଧ୍ୟ ସେ ହାଜର ହୋଇ ନ ଥିଲେ। ଏପରିକି ତାଙ୍କ ଠିକଣାରେ ନୋଟିସ ଆସିଥିଲେ ମଧ୍ୟ ସେ ଗ୍ରହଣ କରି ନ ଥିଲେ। ଶେଷରେ କୋର୍ଟ ତାଙ୍କୁ ପଳାତକ ଘୋଷଣା କରିବା ସହ ତାଙ୍କ ନାମରେ ଜାମିନ ବିହୀନ ଗିରଫ ପରଓ୍ବାନା (ଏନ୍‌ବିଡବ୍ଲ୍ୟୁ) ଜାରି କରିଥିଲେ। ଅଜିତ ଭୁବନେଶ୍ୱର ନୟାପଲ୍ଲୀ ନୂଆସାହିରେ ରହୁଥିବାରୁ ତାଙ୍କୁ ଗିରଫ ପାଇଁ ନୟାପଲ୍ଲୀ ଥାନାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଓ୍ବାରେଣ୍ଟ ପାଇବା ପରେ ଶୁକ୍ରବାର ସନ୍ଧ୍ୟାରେ ପୋଲିସ ନୂଆସାହିସ୍ଥିତ ଆପାର୍ଟମେଣ୍ଟରୁ ତାଙ୍କୁ ଗିରଫ କରିଥିଲା।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ସଂସ୍କୃତ ଦିବସ ସପ୍ତାହ ପାଳିତ

    ସଂସ୍କୃତ ଭାଷାର ସୁରକ୍ଷା ଓ ପ୍ରଚାର ଉପରେ ଗୁରୁତ୍ୱାରୋପ ରାଇକିଆ, ୩୧।୮: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ସଂସ୍କୃତ ଦିବସ ସପ୍ତାହ ଉତ୍ସାହ ସହ ପାଳିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟ ପକ୍ଷରୁ ସଂସ୍କୃତ ଭାଷାର ଗୁରୁତ୍ୱ,…

    Continue reading
    ଲଘୁଚାପଜନିତ ବର୍ଷାରେ ରାଇକିଆ ବେହାଲ

    ଘନ କୁହୁଡ଼ି ସାଙ୍ଗକୁ କୋହଲା ପବନ, ଯାତାୟାତ ପ୍ରଭାବିତ ରାଇକିଆ-୩୧-୨୬-କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଗତ କିଛି ଦିନ ଧରି ଲଘୁଚାପଜନିତ ବର୍ଷା ଲାଗିରହିଛି। କେତେବେଳେ ଝିପିଝିପି ବର୍ଷା ତ ଆଉ କେତେବେଳେ ପ୍ରବଳ ବର୍ଷା ହେଉଥିବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ