୯ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର

ନବରଙ୍ଗପୁର: ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଅଧୀନ ଏକ ଉଚ୍ଚ ବିଦ୍ୟାଳୟରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ୨୧ ତାରିଖରେ ଘଟଣା ଘଟିଥିଲେ ମଧ୍ୟ ଶୁକ୍ରବାର ପୋଲିସ ସ୍କୁଲରେ ପହଞ୍ଚତ୍ ତଦନ୍ତ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ଘଟଣାକୁ ନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ତେନ୍ତୁଳିଖୁଣ୍ଟି ଥାନାରେ ଅଭିଯୋଗ ପରେ ପୋକ୍‌ସୋ ଧାରା ୨୦୨/୨୬ରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି। ଅଭିଯୋଗ ଅନୁସାରେ, ଗତ ଶୁକ୍ରବାର ୨୧ ତାରିଖରେ ସ୍କୁଲରେ ପାଠପଢ଼ା ଚାଲିଥିବାବେଳେ ଛାତ୍ରୀ ପରିସ୍ରା କରିବାକୁ ବାହାରକୁ ଯାଇଥିଲେ। ସେହି ସମୟରେ ଜଣେ ଦୁର୍ବୃତ୍ତ ଛାତ୍ରୀଙ୍କ ପାଟିକୁ ଚାପିଧରିବା ସହ ବଳାତ୍କାର କରିଥିଲେ। ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ପୁଣି ବଳାତ୍କାର କରିବା ସହ ହତ୍ୟା କରିଦେବାକୁ ବେକରେ ଛୁରି ଲଗାଇ ଧମକ ଦେଇଥଲେ। ଭୟଭୀତ ଅବସ୍ଥାରେ ଛାତ୍ରୀ ଜଣକ ସ୍କୁଲକୁ ଦୌଡ଼ି ଆସି ଶିକ୍ଷକଙ୍କୁ ଜଣାଇଥିଲେ। ସ୍କୁଲ କର୍ତ୍ତୃପକ୍ଷ ତାଙ୍କ ଡ୍ରେସ୍‌ ବଦଳାଇବା ସହ ପରିବାର ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କୁ ଖବର ଦେଇଥିଲେ। ଏହାପରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ବିଦ୍ୟାଳୟ ପ୍ରଧାନଶିକ୍ଷକ କହିଛନ୍ତି, ସ୍କୁଲରେ ପାଠପଢ଼ା ଚାଲିଥିବା ସମୟରେ ଛାତ୍ରୀ ଜଣକ ପରିସ୍ରା ପାଇଁ ଶ୍ରେଣୀରୁ ବାହାରିଥିଲେ। ସ୍କୁଲରେ ଛାତ୍ରୀମାନଙ୍କ ନିମନ୍ତେ ପରିସ୍ରାଗାର ରହିଥିଲେ ମଧ୍ୟ ଛାତ୍ରୀ ଜଣକ ତାକୁ ବ୍ୟବହାର ନ କରି ପରିସ୍ରାଗାର ପଛପଟେ ସ୍କୁଲ ପରିସରରେ ଥିବା ଖୋଲା ସ୍ଥାନକୁ ଯାଇଥିଲେ। ତେବେ ସେଠାରେ ଏଭଳି ଘଟଣା ଘଟିଥିବା ଛାତ୍ରୀ ଅଭିଯୋଗ କରିଥିଲେ। ଛାତ୍ରୀ ଜଣକ ସ୍କୁଲରୁ ପରିସ୍ରା ପାଇଁ ଯିବା ଓ ଆସିବା ସମୟ ୩ ମିନିଟ୍‌ ଥିଲା। ଛାତ୍ରୀ ବାହାରୁ ଆସିବା ବେଳକୁ ତାଙ୍କ ଡ୍ରେସ୍‌ର ଉପରିଭାଗ ଚିରିଯାଇଥିବା ପ୍ରଧାନ ଶିକ୍ଷକ କହିଛନ୍ତି। ସ୍କୁଲ ପକ୍ଷରୁ କାମତା ଫାଣ୍ଡିରେ ମଧ୍ୟ ଘଟଣା ସମ୍ପର୍କରେ ଏତଲା ଦିଆଯାଇଛି। ଶୁକ୍ରବାର ନବରଙ୍ଗପୁର ଅତିରକ୍ତ ଆରକ୍ଷୀ ଅଧିକାରୀ ଆଦିତ୍ୟ ସେନ ନବରଙ୍ଗପୁର ଏସ୍‌ଡିପିଓ କୃଷ୍ଣଚନ୍ଦ୍ର ଭତ୍ରା ସ୍କୁଲରେ ପହଞ୍ଚତ୍ ତଦନ୍ତ କରିଥିଲେ। ସିସିଟିଭି ଫୁଟେଜ୍‌, ସିଡିଆର୍‌ ଓ ମୋବାଇଲ ଲୋକେଶନ ଯାଞ୍ଚ କରାଯାଉଛି। ତଦନ୍ତ ସମୟରେ ଯଦି କେହି ଦୋଷୀ ପ୍ରମାଣିତ ହୁଅନ୍ତି, ତେବେ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ଏସ୍‌ଡିପିଓ ସୂଚନା ଦେଇଛନ୍ତି। ସେହିଭଳି ମାଆ ଘରର ଡ. କାଦମ୍ବିନୀ ତ୍ରିପାଠୀ, ପୂର୍ବତନ ଜିଲା ପରିଷଦ ସଭ୍ୟ ନଳିନୀପ୍ରଭା ହିଆଲଙ୍କ ସମେତ ଅନ୍ୟମାନେ ବିଦ୍ୟାଳୟରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନକରି ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ସହଯୋଗ କରିବାକୁ ସେମାନେ ଅନୁରୋଧ କରିଛନ୍ତି। ତେନ୍ତୁଳିଖୁଣ୍ଟି ଥାନା ଏସ୍‌ଆଇ ବିନୀତା ର୍ତିକୀସଙ୍କୁ ତଦନ୍ତ ଭାର ଦିଆଯାଇଛି।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ସଂସ୍କୃତ ଦିବସ ସପ୍ତାହ ପାଳିତ

    ସଂସ୍କୃତ ଭାଷାର ସୁରକ୍ଷା ଓ ପ୍ରଚାର ଉପରେ ଗୁରୁତ୍ୱାରୋପ ରାଇକିଆ, ୩୧।୮: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ସଂସ୍କୃତ ଦିବସ ସପ୍ତାହ ଉତ୍ସାହ ସହ ପାଳିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟ ପକ୍ଷରୁ ସଂସ୍କୃତ ଭାଷାର ଗୁରୁତ୍ୱ,…

    Continue reading
    ଲଘୁଚାପଜନିତ ବର୍ଷାରେ ରାଇକିଆ ବେହାଲ

    ଘନ କୁହୁଡ଼ି ସାଙ୍ଗକୁ କୋହଲା ପବନ, ଯାତାୟାତ ପ୍ରଭାବିତ ରାଇକିଆ-୩୧-୨୬-କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଗତ କିଛି ଦିନ ଧରି ଲଘୁଚାପଜନିତ ବର୍ଷା ଲାଗିରହିଛି। କେତେବେଳେ ଝିପିଝିପି ବର୍ଷା ତ ଆଉ କେତେବେଳେ ପ୍ରବଳ ବର୍ଷା ହେଉଥିବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ