
ସମ୍ବଲପୁର: ପୋଖରୀରେ ବୁଡି ଦୁଇ ଭାଇ ମୃତ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବଂଶାଜାଲ ପଞ୍ଚାୟତ ବଡ ହିଣ୍ଡୁଲ ଗାଁରେ ଅଭାବନୀୟ ଘଟଣା। ଗତକାଲି ସକାଳୁ ବଡ ହିଣ୍ଡୁଲ ସ୍କୁଲକୁ ଯାଇଥିଲେ ସିଦ୍ଧାନ୍ତ ମୁଣ୍ଡା, କୁମାର ମୁଣ୍ଡା। ସ୍କୁଲ ଯାଇ ଆଉ ଘରକୁ ଫେରିନଥିଲେ।
ଖୋଜାଖୋଜି କରିବା ପରେ ଗାଁ ପାଖ ପୋଖରୀରେ ଭାସୁଥିବାର ଦେଖିବାକୁ ମିଳିଥିଲା। ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଉଭୟ ଛାତ୍ର ପ୍ରଥମ ଓ ଦ୍ବିତୀୟ ଶ୍ରେଣୀରେ ପଢୁଥିଲେ। ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।




