ପୋଖରୀ ଭିତରକୁ ପଶିଗଲା ବରଯାତ୍ରୀ ଗାଡ଼ି , ୫ ମୃତ

ଓଡ଼ାପଡ଼ା: ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦ୍ରୁତଗତିରେ ଯାଉଥିବା ବେଳେ ଏହା ଏକ ବନ୍ଧ ଭିତରେ ଗଳି ପଡିଛି। ଏହି ଦୁର୍ଘଟଣାରେ ୫ ଜଣ ବରଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରାମ ସାହୁ (୨୫), ଅବିନାଶ ସାହୁ (୨୬), ରାକେଶ କୁମାର ସାହୁ (୨୫), ଚନ୍ଦ୍ରକାନ୍ତ ସ୍ବାଇଁ (୨୭) ଏବଂ ବରର ଜଣେ ମାଉସୀ ପୁଅ ଭାଇ।

ବାଙ୍ଗୁରସିଂହ ଗ୍ରାମର ସନ୍ତୋଷ କୁମାର ସାହୁଙ୍କର ପୁତ୍ର ଅଭିଷେକ ସାହୁ ଢେ଼ଙ୍କାନାଳ ସଦର ଥାନା ଅନ୍ତର୍ଗତ ଇନ୍ଦୁପୁର ଗ୍ରାମର ରୋହିତ କୁମାର ପୃଷ୍ଟିଙ୍କ କନ୍ୟା ସହିତ ବିବାହ ସ୍ଥିର ହୋଇଥିଲା। ବିବାହ ପାଇଁ ବାଙ୍ଗୁରସିଂହ ଗ୍ରାମରୁ ବରଯାତ୍ରୀ ଦଳ ବିଭିନ୍ନ ଗାଡ଼ିରେ ଯାଇଥିଲେ। ଏଥିରେ ଗୋଟିଏ ଏକ୍ସୟୁ ମହିଦ୍ରା କାର ଥିଲା। ଏହି କାର୍‌ଟି ଚାଇଁପୁରକୁ ଆସି ଅନ୍ୟ ଦୁଇ ଜଣ ବରଯାତ୍ରୀଙ୍କୁ ନେଇ ଇନ୍ଦିପୁର ଯାଉଥିଲା।

ତେବେ ଅନ୍ଧାର ରାତିରେ କାରଟି ଭାରସାମ୍ୟ ହରାଇ ଏକ ପୋଖରୀ ଭିତରକୁ ପଶି ଯାଇଥିଲା। ଫଳରେ ସେଥିରେ ଥିବା ୫ ଜଣ ବରଯାତ୍ରୀ ପାଣି ଭିତରେ ଶ୍ଵାସ ରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା ଜଣାପଡିଛି।

ପୁଲିସ କହିଛି, ମୃତକମାନେ ବାଙ୍ଗୁରସିଂହ ଗ୍ରାମର ରାମ ସାହୁ, ଅବିନାଶ ସାହୁ, ରାକେଶ କୁମାର ସାହୁ, ଚନ୍ଦ୍ରକାନ୍ତ ସ୍ବାଇଁ ଏବଂ ଅନ୍ୟ ଜଣେ। ଦୃଘଟଣାଗ୍ରସ୍ଥ କାରକୁ ଗ୍ରାମବାସୀମାନେ ପାଣିରୁ ଉଦ୍ଧାର କରିଥିଲେ। ପୁଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ନିମନ୍ତେ ଢେ଼ଙ୍କାନାଳ ଡାକ୍ତରଖାନାକୁ ପଠାଇ ତଦନ୍ତ କରୁଥିବା ଜଣାପଡିଛି। ଏହି ଦୁଃଖଦ ଖବର ଵାଙ୍ଗୁରସିଂହ ଗ୍ରାମ ସହିତ ଇନ୍ଦିପୁର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ହସଖୁସିର ମୂହୁର୍ତ୍ତ ନିମିଷକେ ମଧ୍ୟରେ ଚୁରମାର ହୋଇ ଯାଇଛି ବୋଲି ଚର୍ଚ୍ଚା ହେଉଛି।

  • Related Posts

    ଡକାୟତି ଉଦ୍ୟମ ବିଫଳ ; ଘର ମାଲିକଙ୍କୁ ଗୁଳି କରି ଫେରାର

    ପାଟଣା : ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ପୁଲିସ ବିଟ ଅଞ୍ଚଳ ତୋରାଣି ପୋଖରୀ ପଞ୍ଚାୟତ ଖୁଦୁପୁଟୁଳି ଗ୍ରାମର ଯତିନ୍ଦ୍ର ମହାନ୍ତ (୫୧)ଙ୍କ ଘରେ ପଶି ତାଙ୍କ ପେଟକୁ ଗୁଳି କରି ୪ ଜଣ ଡକାୟତ ଫେରାର ହୋଇଯାଇଛନ୍ତି। ଗତରାତି ସାଢ଼େ…

    Continue reading
    ଆଜିଠାରୁ ବୃଦ୍ଧି ପାଇବ ବଜ୍ରପାତ ଓ ବର୍ଷାର ମାତ୍ରା

    ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେଉଛି । ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ଲାଗି ରହିଛି । ଆଜିଠାରୁ ଧୀରେ ଧୀରେ ବଜ୍ରପାତ ଓ ବର୍ଷାର ମାତ୍ରା ବୃଦ୍ଧି ପାଇବ ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ