
ଦେବଗଡ଼:ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆଜି ଦେବଗଡ ଗସ୍ତରେ ଆସି ପ୍ରଧାନପାଟ ଜଳପ୍ରପାତର ପରିଦର୍ଶନ କରିଥିଲେ।ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ପ୍ରଧାନପାଟ ଜଳପ୍ରପାତ ଦେବଗଡ଼ ଜିଲ୍ଲାର ଏକ ଅନନ୍ୟ ପରିଚୟ ଏବଂ ଓଡ଼ିଶାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହୋଇଥିବା ବେଳେ ପର୍ଯ୍ୟଟକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ସ୍ଥାନର ଭିତ୍ତିଭୂମି ଉନ୍ନୟନ ଏବଂ ସାମଗ୍ରିକ ବିକାଶ ନେଇ ବିଭାଗୀୟ ଅଧିକାରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପରିଡା ଆଲୋଚନା କରିବା ସହ ସମୀକ୍ଷା କରିଥିଲେ।ଏହାସହିତ ପ୍ରଧାନପାଟର ବିକାଶ ପାଇଁ ୧୬ କୋଟି ଟଙ୍କା ଏବଂ ପୁରୁଣା ଜିଲ୍ଲାପାଳଙ୍କ କୋଠାରେ ମ୍ୟୁଜିୟମ ପାଇଁ ୫ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପରିଡା ସୂଚନା ଦେଇଥିଲେ। ପରିଦର୍ଶନ ସମୟରେ ଜିଲ୍ଲାପାଳ କବୀନ୍ଦ୍ର ସାହୁ, ଏସପି କିଶୋର ଚନ୍ଦ୍ର ମୁଣ୍ଡ, ଡିଏଫଓ ମିସ ରଶ୍ମି ଜୀ,ପୂର୍ବ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ ବେହେରା, ଜିଲ୍ଲା ବିଜେପି ସଭାପତି ଅରୁଣ ସାହୁଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।




