ଭୁବନେଶ୍ୱର,04।09: ୫୦ ହଜାର ହିତାଧିକାରୀଙ୍କୁ ରାଜ୍ୟ ସରକାର ବାଣ୍ଟିବେ ଅନ୍ତ୍ୟୋଦୟ ଘର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଆସନ୍ତା ୧୭ ତାରିଖରେ ଏହି ଅନ୍ତୋଦୟ ଘର ବଣ୍ଟାଯିବ । ଏନେଇ ଗୁରୁବାର ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ମୋଦୀଙ୍କ ଜନ୍ମଦିନରେ ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ଦିଆଯିବ। ପୂର୍ବରୁ ୧ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ୍ କରାଯାଇଛି । ନଭେମ୍ବରରେ ପିଏମ୍ ଆବାସର କାର୍ଯ୍ୟାଦେଶ ଦିଆଯିବ ।ନୂଆ ପିଏମ୍ ଆବାସ ସର୍ଭେରେ ଆବେଦନ କରିଥିଲେ ୩୫ ଲକ୍ଷ ହିତାଧିକାରୀ । ନଭେମ୍ବର ସୁଦ୍ଧା ସମସ୍ତ ପ୍ରକ୍ରିୟା ସରିବ,କାର୍ଯ୍ୟାଦେଶ ପ୍ରକ୍ରିୟା ଆରମ୍ଭ ହେବ ।
ଶିମିଳିପାଳରେ କଳା ବାଘୁଣୀର ମୃତଦେହ ଠାବ
ବାରିପଦା: ଶିମିଳିପାଳ ଦକ୍ଷିଣ ଡିଭିଜନର ଉପରବାରାହା କାମୁଡା ରେଞ୍ଜରେ ବିରଳ ପ୍ରଜାତି କଳା ବାଘୁଣୀର ମୃତଦେହ ଠାବ ହୋଇଛି l ଗତ ୬ ତାରିଖ ସନ୍ଧ୍ୟା ୫ ଟା ସମୟରେ ପାଟ୍ରୋଲିଂ କରୁଥିବା ଷ୍ଟାଫ୍ ପ୍ରାୟ ୫ ବର୍ଷର ଏକ ମାଈ…




