
ଦେବଗଡ଼:ପ୍ରସ୍ତାବିତ ବାମଣ୍ଡା ସଂଗ୍ରହଳାୟ ସ୍ଥାପନ ନିମନ୍ତେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିକାଶ ଭବନ ସମ୍ମିଳନୀ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତୀତ ଗଡଜାତ ରାଜ୍ୟ ବାମଣ୍ଡା ତଥା ବର୍ତ୍ତମାନର ଦେବଗଡ ସଂପର୍କରେ ଏହି ମ୍ୟୁଜିୟମରେ ସଂରକ୍ଷଣ ହେବା ଅନିବାର୍ଯ୍ୟ ହେଉଥିବାରୁ ବାମଣ୍ଡାର ଏକ ପ୍ରମୁଖ ଅଂଶ ତଥା ସମ୍ବଲପୁର ଜିଲ୍ଲାର କୁଚିଣ୍ଡାକୁ ଏଥିରେ ସାମିଲ କରାଯାଇଛି। ବୈଠକରେ କୁଚିଣ୍ଡା ଅଞ୍ଚଳର ଅନେକ ବୁଦ୍ଧିଜୀବୀ ଆସି ଉକ୍ତ ଆଲୋଚନା ସଭାରେ ଅଂଶଗ୍ରହଣ କରିବା ସହ ଅନେକ ଏୗତିହାସିକ ତଥ୍ୟ ସଂପର୍କରେ ଆଲୋଚନା କରିଥିଲେ।ଉକ୍ତ ଆଲୋଚନା ସଭାରେ ଜ଼ିଲ୍ଲାର ତିନି ବ୍ଲକରୁ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।ବୈଠକରେ ଏସପି କିଶୋରଚନ୍ଦ୍ର ମୁଣ୍ଡ, ଅତିରିକ୍ତ ଜ଼ିଲ୍ଲାପାଳ ରେବେକା ବିଲୁଙ୍ଗ,କୁଚିଣ୍ଡା ସୁବାସ ନାୟକ,ସତ୍ୟନାରାୟଣ ପଟେଲ, ମଳୟ ବେହେରା ଯୋଗବିହାରୀ ପରିଡା,ବନମାଳୀ ନାୟକ,ରବୀନ୍ଦ୍ର ପ୍ରସାଦ ଦାନୀ,ପିଛୁଳୁ ଭୋଇ,ରତନଲାଲ ସିଂହ,ଦେବଗଡର ପ୍ରମୋଦ ଝଙ୍କାର,ବିଶ୍ୱନାଥ ଭୋଇ,ବିଭୁତି ଗଙ୍ଗଦେବ,ସନ୍ତୋଷ ସାହୁ,ରୋହିତାଶ୍ବ ପ୍ରଧାନ,ପବିତ୍ର ମୋହନ ପ୍ରଧାନ,ପବିତ୍ର ନାୟକ,କିଶୋର ପ୍ରଧାନ,ବିଷ୍ଣୁ ବାରିକ, ଅଶୋକ ନନ୍ଦ, ସିର୍ଦ୍ଧାର୍ଥ ଗୁରୁ, ହେମନ୍ତ ମହାପାତ୍ର,ରାମଚନ୍ଦ୍ର ମହାପାତ୍ର,ଲଷ୍ମଣ ପ୍ରଧାନ,ଦିଲୀପ ଗୁରୁ,ସୁଧୀର କପରଦାର,ଭୁପେନ୍ଦ୍ର ପ୍ରସାଦ ନାୟକଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।




