
ଦେବଗଡ଼:ଦେବଗଡ଼ ଜ଼ିଲ୍ଲା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାରକୋଟ ଠାରେ ଆଜି ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି।କଲେଜର ଅଧ୍ୟକ୍ଷ ଜିତେନ୍ଦ୍ର ସାହୁ ଅଧ୍ୟକ୍ଷତା ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାରକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଜୟଦେବ ବାରିକ,ଅଧ୍ୟାପକ ଅଖେଳ ସାହୁ,ଅଧ୍ୟାପିକା ମଧୁମିତା ନନ୍ଦ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରର ସଂଯୋଜିକା ଅଧ୍ୟାପିକା ଭୁବନେଶ୍ୱରୀ ତ୍ରିପାଠୀ ସ୍ଵାଗତଭାଷଣ ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶକ୍ତିଶ୍ରୀ ସାଥୀ ଲକ୍ଷ୍ମୀପ୍ରିୟା ମହାପାତ୍ର ଧନ୍ୟବାଦ ଦେଇଥିଲେ। ଏଥିରେ କଲେଜର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ଥିଲେ।




