ପ୍ରେମର ସତୋଟି ରଙ୍ଗ ନେଇ ଆସିଛି ଭାଲେଣ୍ଟାଇନ୍ ସପ୍ତାହ

ଭୁବନେଶ୍ୱର: ପ୍ରେମର ସତୋଟି ରଙ୍ଗ ନେଇ ଆସିଛି ଭାଲେଣ୍ଟାଇନ୍ ସପ୍ତାହ । ଭିତରୁ ଭାଙ୍ଗିଯାଇଥିବା ମନ ମଧ୍ୟ ଏହି ସମୟରେ ପୁଣିଥରେ ଅନୁଭବ କରିବ ଓ ଭଲପାଇବ । ଏହି ସପ୍ତାହ ଆମକୁ ମନେ ପକାଏ – ପ୍ରେମ କେବଳ ସମ୍ପର୍କ ନୁହେଁ, ପ୍ରେମ ହେଉଛି ସ୍ମୃତି, ଅପେକ୍ଷା, ନିରବତା । କେହି ଏହି ସମୟରେ ଖୁସି ହୁଅନ୍ତି, କେହି ଆଖି ଭିଜାଇ ହସନ୍ତି, କେହି ଏକାକୀ ହୋଇ ମଧ୍ୟ ହୃଦୟରେ କାହାକୁ ଧରିରଖିଥାନ୍ତି । ୭ ଦିନର ଏହି ଯାତ୍ରା ପ୍ରେମୀଯୁଗଳଙ୍କ ଭିତରେ ଭରିଦିଏ ନୂଆ ଉତ୍ସାହ । ଫେବୃଆରୀ ୭ ଗୋଲାପ ଦିବସରୁ ପ୍ରେମର ଯାତ୍ରା ଆରମ୍ଭ ହୋଇ ଫେବୃଆରୀ ୧୪ ଭାଲେଣ୍ଟାଇନ୍ ଦିବସରେ ପୂର୍ଣ୍ଣ ହୁଏ ।

ଭାଲେଣ୍ଟାଇନ୍ ସପ୍ତାହ ଆସିବା ମାତ୍ରେ ଯୁବପିଢ଼ିଙ୍କ ମଧ୍ୟରେ ଭରିଯାଏ ଉତ୍କଣ୍ଠା। ବର୍ତ୍ତମାନ ଏହି ସପ୍ତାହକୁ ସ୍ୱତନ୍ତ୍ର କରିବାକୁ କେବଳ ପ୍ରେମୀଯୁଗଳ ନୁହଁନ୍ତି ବରଂ ବିବାହିତ ଦମ୍ପତିମାନେ ମଧ୍ୟ ଏହି ସପ୍ତାହକୁ ସତନ୍ତ୍ର ଭାବେ ପାଳନ କରୁଥିବା ସାମାଜିକ ଗଣମାଧ୍ୟରେ ଦେଖିବାକୁ ମିଳିଛି। ପତି ପତ୍ନୀଙ୍କ ଫଟୋ ସହିତ ବିଭିନ୍ନ ପ୍ରେମଭରା କୋଟେସନ୍ ସାତ ଦିନ ଧରି ଅପଲୋଡ୍ କରିବା ମଧ୍ୟ ନଜିର ରହିଛି। ତେବେ ସପ୍ତାହର ପ୍ରଥମ ଦିନରେ ମନର ମଣିଷକୁ ଗୋଲାପ ଫୁଲ ଦେଇ ଶୁଭେଚ୍ଛା ଜଣାଇଥାନ୍ତି ସମସ୍ତେ। ହାତରେ ଗୋଲାପ ଓ ହୃଦୟରେ ପ୍ରେମ ରଖି ପାଳନ ହେବ ଭାଲେଣ୍ଟାଇନ୍ ସପ୍ତାହର ପ୍ରଥମ ଦିନ ଗୋଲାପ ଦିବସ(ରୋଜ୍ ଡେ) । କାହିଁ କେତେ ଦିନଧରି ମନ ଭିତରେ ଲୁଚେଇ ରଖିଥିବା ଭାବନାର ଆଜି ଖୋଲିବ ପେଡ଼ି । ସେଥିପାଇଁ ଫୁଲ ଦୋକାନରେ ଭରିଗଲାଣି ରଙ୍ଗ ବେରଙ୍ଗ ଗୋଲାପର ପସରା ।
ବିଶେଷକରି ରକ୍ତ ପରି ଲାଲ ଦେଖାଯାଉଥିବା ଗୋଲାପକୁ ଯୁବପିଢ଼ିମାନେ ଅଧିକ ପସନ୍ଦ କରୁଛନ୍ତି । ଲୋକମାନଙ୍କର ଚାହିଦାକୁ ଦେଖି ଫୁଲର ମୂଲ୍ୟ ମଧ୍ୟ ବଢ଼ିଯାଇଛି । ଦାମ ଅଧିକ୍ ଥିଲେ ବି କିଣିବାକୁ ପଛଘୁଞ୍ଚା ଦେଉନାହାନ୍ତି ଯୁବପିଢ଼ି । ସେଥିପାଇଁ ଶୁକ୍ରବାର ଫୁଲବଜାରରେ ଲାଗିଥିଲା ପ୍ରବଳ ଗହଳି । ଲାଲ ଗୋଲପର ମୂଲ୍ୟ ୪୦ ଟଙ୍କା ହୋଇଥିବା ବେଳେ ଏହାର ଆକାର ବଡ଼ ରହିଲେ ତାହାର ମୂଲ୍ୟ ୫୦ ଟଙ୍କା ରହିଛି । ସେହିପରି ରଙ୍ଗୀନ ଗୋଲାପର ମୂଲ୍ୟ ୪୦ ଟଙ୍କାରୁ ଆରମ୍ଭ ହୋଇଯାଉଛି।

  • Related Posts

    କାହିଁକି ହୋଇଥାଏ ପିଠି ଯନ୍ତ୍ରଣା ? କେମିତି କରିବେ ଏହାର ଉପଚାର ?

    ଆଜିକାଲି ଖରାପ ଜୀବନଶୈଳୀ ଯୋଗୁଁ ପିଠି ଯନ୍ତ୍ରଣା ବା ମାଂସପେଶୀ ଟାଣିହେବା ଏକ ସାଧାରଣ କଥା । ଯେଉଁମାନେ ଠିକ୍ ଭାବେ ବସନ୍ତି ନାହିଁ, ସେମାନଙ୍କ ଭିତରେ ପିଠି ଯନ୍ତ୍ରଣା ଭଳି ଗୁରୁତର ସମସ୍ୟା ଦେଖା ଦେଇଥାଏ । ଏହାବ୍ୟତୀତ ଶାରୀରିକ…

    Continue reading
    କେଉଁ ସମସ୍ୟା ଥିଲେ କଦଳୀ ଖାଇବା ଅନୁଚିତ୍‌

    ମେଦବହୁଳ ସମସ୍ୟା କଦଳୀରେ ଅଧିକ କ୍ୟାଲୋରି , କାର୍ବୋହାଇଡ୍ରେଟସ ଏବଂ ସୁଗାର ରହିଥାଏ । ଯ଼ାହା ମୋଟା ହେବାରେ ସହାୟକ ହୋଇଥାଏ। ତେଣୁ ମେଦବହୁଳ ସମସ୍ୟା ଦେଇ ଗତି କରୁଥିବା ଲୋକେ କଦଳୀଠୁ ଦୂରେଇ ରହିବା ଉଚିତ । ହାୟପରକେଲେମିଆ କଦଳୀରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ