ବରମୁଣ୍ଡା ଶ୍ରୀଜଗନ୍ନାଥ ମନ୍ଦିରରେ ଓଡ଼ିଆ ଚଳଚ୍ଚିତ୍ର ‘ତୁଳା’ର ଶୁଭ ମହୁରତ

ଭୁବନେଶ୍ବର,03/02:ଫୁଲବାଣୀର ଚର୍ଚ୍ଚିତ ତୁଳା ବେହେରାଙ୍କ ଜୀବନ କାହାଣୀ ଆଧାରିତ ଆର୍ଟମସ୍ ସ୍କ୍ରିନ୍‌ସର ଦ୍ବିତୀୟ ଓଡ଼ିଆ ଚଳଚ୍ଚିତ୍ର ସେବା, ସଂଘର୍ଷ ଓ ସମର୍ପଣର ଗାଥା… ‘ତୁଳା’ର ‘ଶୁଭ ମହୁରତ ’ ରବିବାର ଦିନ ଭୁବନେଶ୍ବର ବରମୁଣ୍ଡା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଠାରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି ଅବସରରେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମୁଖ୍ୟ ଅତିଥି ରୁପେ ଯୋଗଦେଇ କହିଥିଲେ ଯେ, ଏଭଳି ମହାନ ବିଭୁତିଙ୍କ ଚରିତ୍ର ଉପରେ ଚଳଚ୍ଚିତ୍ର ନିର୍ମାଣ ନିଶ୍ଚିତ ରୁପେ ଶୁଭ ସଂକେତ । ଏହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହେବା ସହିତ ସମାଜ ଉପରେ ଏକ ଉତ୍ତମ ପ୍ରଭାବ ବିସ୍ତାର କରିବ । ସ୍ବଂୟ ତୁଳା ବେହେରା ଏହି ଶୁଭ ମୁହୂର୍ତ୍ତରେ ଉପସ୍ଥିତ ରହି ସମସ୍ତଙ୍କୁ ଆଶୀର୍ବାଦ କରିଥିଲେ ।
ଭିକ୍ଷାବୃତି କରି ଚଳୁଥିବା ତୁଳା ବେହେରା ଏକ ସମୟରେ ନିଜର ସଂଚିତ ସମସ୍ତ ଜମାପୁଞ୍ଜି ଏକଲକ୍ଷ ଟଙ୍କା ଫୁଲବାଣୀର ଶ୍ରୀଜଗନ୍ନାଥ ମନ୍ଦିର ଜୀର୍ଣ୍ଣୋଧାର କାର୍ଯ୍ୟ ପାଇଁ ଦାନ କରି ଦେଇଥିଲେ । ତାଙ୍କର ଏହି ମହତ୍‌ କାର୍ଯ୍ଯ ସେ ସମୟରେ ଦେଶବ୍ଯାପୀ ପ୍ରଶଂସା ତଥା ଆଲୋଚନାର ବିଷୟ ପାଲଟି ଥିଲା । ପରବର୍ତ୍ତୀ ସମୟରେ ୨୦୨୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଫୁଲବାଣୀ ଗସ୍ତ ସମୟରେ ତୁଳା ବେହେରାଙ୍କୁ ସମ୍ମାନିତ କରିଥିଲେ । ଏହି ଐତିହାସିକ କ୍ଷଣର ଚିତ୍ର ଭାରତ ସରକାରଙ୍କ ବର୍ଷ-୨୦୨୫ କ୍ଯାଲେଣ୍ଡରର ଜାନୁଆରୀ ପୃଷ୍ଠାରେ ସ୍ଥାନିତ ହୋଇଥିଲା ।
ତୁଳା ବେହେରାଙ୍କ ତ୍ଯାଗ ଓ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ତାଙ୍କର ପ୍ରଗାଢ଼ ଭକ୍ତିକୁ ପରଦାରେ ଉପସ୍ଥାପନ କରିବ ଚଳଚ୍ଚିତ୍ର ‘ତୁଳା’ । ସିଦ୍ଧାନ୍ତ ମହାପାତ୍ର, ଶୀତଲ ପାତ୍ର, ଅଭିଷେକ ଗିରି ଓ ସମରେଶ ରାଉତରାୟଙ୍କ ଭଳି ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପ୍ରସିଦ୍ଧ କଳାକାର ମାନେ ଏହି ଚଳଚ୍ଚିତ୍ରରେ ଅଭିନୟ କରିବେ । ଚଳଚ୍ଚିତ୍ରର ପ୍ରଯୋଜନା ଅଜୟ କୁମାର ରାଉତ କରୁଥିବା ବେଳେ ଜିତେନ୍ଦ୍ର ଜେନା ନିର୍ଦ୍ଦେଶନାର ଦାୟିତ୍ବ ଗ୍ରହଣ କରିଛନ୍ତି । ଶ୍ରୀମତୀ ନିବେଦିତା ସାମନ୍ତରାୟ ସହ ପ୍ରଯୋଜକର ଭୂମିକାରେ ଥିବାବେଳେ କାର୍ଯ୍ୟକାରୀ ପ୍ରଯୋଜକର ଭାର ବିକାଶ କୁମାର ରାଉତ ତୁଲାଉଛନ୍ତି ।

  • Related Posts

    କାହିଁକି ହୋଇଥାଏ ପିଠି ଯନ୍ତ୍ରଣା ? କେମିତି କରିବେ ଏହାର ଉପଚାର ?

    ଆଜିକାଲି ଖରାପ ଜୀବନଶୈଳୀ ଯୋଗୁଁ ପିଠି ଯନ୍ତ୍ରଣା ବା ମାଂସପେଶୀ ଟାଣିହେବା ଏକ ସାଧାରଣ କଥା । ଯେଉଁମାନେ ଠିକ୍ ଭାବେ ବସନ୍ତି ନାହିଁ, ସେମାନଙ୍କ ଭିତରେ ପିଠି ଯନ୍ତ୍ରଣା ଭଳି ଗୁରୁତର ସମସ୍ୟା ଦେଖା ଦେଇଥାଏ । ଏହାବ୍ୟତୀତ ଶାରୀରିକ…

    Continue reading
    କେଉଁ ସମସ୍ୟା ଥିଲେ କଦଳୀ ଖାଇବା ଅନୁଚିତ୍‌

    ମେଦବହୁଳ ସମସ୍ୟା କଦଳୀରେ ଅଧିକ କ୍ୟାଲୋରି , କାର୍ବୋହାଇଡ୍ରେଟସ ଏବଂ ସୁଗାର ରହିଥାଏ । ଯ଼ାହା ମୋଟା ହେବାରେ ସହାୟକ ହୋଇଥାଏ। ତେଣୁ ମେଦବହୁଳ ସମସ୍ୟା ଦେଇ ଗତି କରୁଥିବା ଲୋକେ କଦଳୀଠୁ ଦୂରେଇ ରହିବା ଉଚିତ । ହାୟପରକେଲେମିଆ କଦଳୀରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ