
ଦେବଗଡ଼:ଦେବଗଡ ଜିଲ୍ଲାର ବିଭିନ୍ନ ପ୍ୟାକ୍ସରେ ଡିଏପି ଓ ଗ୍ରୋମର ସାର ଅଭାବ ଥିବା ନେଇ ଜିଲ୍ଲା କୃଷକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ତେବେ ଜିଲ୍ଲାର ସମସ୍ତ ପ୍ୟାକ୍ସକୁ ଡିଏପି ଓ ଗ୍ରୋମର ସାର ପ୍ରଦାନ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି।ଏନେଇ ଆଜି ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରାଯାଇଛି।ଦାବି ପତ୍ର ପ୍ରଦାନବେଳେ ସଂଘର ସଭାପତି ପ୍ରମୋଦ ଝାଙ୍କର, ସନ୍ତୋଷ ପ୍ରଧାନ,ସୀମାଞ୍ଜଳ ଦ୍ବିବେଦୀ ପ୍ରମୁଖ ଉପସ୍ଥିତ ଥିଲେ।ସୂଚନା ଅନୁଯାୟୀ,ଜିଲ୍ଲାରେ ବର୍ତ୍ତମାନ ବର୍ଷା ହେବା ପରେ ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। କିନ୍ତୁ ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ପ୍ୟାକ୍ସରେ ଆବଶ୍ୟକୀୟ ସାର ନଥିବା ଯୋଗୁଁ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି।ତେବେ ଚାଷୀଙ୍କୁ ସଠିକ ସମୟରେ ସାର ପ୍ରଦାନ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି।




