ଫସଲ ବୀମା ସମନ୍ୱୟ କମିଟି ବୈଠକ

ଭୁବନେଶ୍ୱର: ଲୋକସେବା ଭବନଠାରେ ୬୪ତମ ରାଜ୍ୟସ୍ତରୀୟ ଫସଲ ବୀମା ସମନ୍ୱୟ କମିଟି (State Level Crop Insurance Coordination Committee- SLCCCI) ବୈଠକ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ବୈଠକରେ ଖରିଫ-୨୦୨୬ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ନିରବଚ୍ଛିନ୍ନ ଓ ଫଳପ୍ରଦ କାର୍ଯ୍ୟକାରିତା ସହ ବିଭିନ୍ନ ନୀତିଗତ ପ୍ରସଙ୍ଗ ଉପରେ ବିସ୍ତୃତ ସମୀକ୍ଷା ହୋଇଛି । ରାଜ୍ୟରେ ପ୍ରଚଳିତ ୬୦:୧୩୦ କପ୍ ଓ କ୍ୟାପ୍ ମଡେଲ ଏବଂ ସ୍ଥାନୀୟ ବିପର୍ଯ୍ୟୟ ଓ ଅମଳ ପରବର୍ତ୍ତୀ କ୍ଷତି ଉପରେ ବିସ୍ତୃତ ଆଲୋଚନା ହୋଇଛି ।ବୈଠକରେ କେନ୍ଦ୍ର ସରକାରଙ୍କ ପରାମର୍ଶ ଅନୁଯାୟୀ ଖରିଫ୍ – ୨୦୨୬ରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ପୂର୍ବପରି ଜାରି ରଖିବା, ରାଜ୍ୟରେ ପ୍ରଚଳିତ ୬୦:୧୩୦ କପ୍ ଓ କ୍ୟାପ୍ ମଡେଲ ଏବଂ ସ୍ଥାନୀୟ ବିପର୍ଯ୍ୟୟ ଓ ଅମଳ ପରବର୍ତ୍ତୀ କ୍ଷତି ଉପରେ ଏକ ବିସ୍ତୃତ ଆଲୋଚନା ହୋଇଛି । ପାଣିପାଗ ସୂଚନା ନେଟୱାର୍କ ଏବଂ ତଥ୍ୟ ପ୍ରଣାଳୀ ପ୍ରକଳ୍ପ ଅଧୀନରେ ରାଜ୍ୟରେ ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର ଓ ବର୍ଷା ପରିମାପକ ସ୍ଥାପନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯାଇଛି । ଉପଯୁକ୍ତ ସ୍ଥାନ ଚିହ୍ନଟ ପାଇଁ ଜିଲ୍ଲା ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଅଧିକ ଦକ୍ଷ ଓ ସ୍ୱଚ୍ଛ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ପ୍ରକଳ୍ପ ମନିଟରିଂ ୟୁନିଟ ବା ଏସ୍‌ପିଏମ୍‌ୟୁ ଗଠନ କରାଯାଇଛି । ଏହି ୟୁନିଟରେ ଷ୍ଟେଟ ପ୍ରୋଜେକ୍ଟ ଲିଡ୍, ଆଇଇସି ବିଶେଷଜ୍ଞ, ଜିଆଇଏସ ଓ ସଫ୍ଟୱେର ବିଶେଷଜ୍ଞ, କ୍ଷମତା ବିକାଶ ବିଶେଷଜ୍ଞ ଏବଂ କ୍ରୟ ବିଶେଷଜ୍ଞଙ୍କ ସମେତ ଏକ ଦକ୍ଷ ଟିମ୍ କାର୍ଯ୍ୟ କରୁଛି । ଏହି ୟୁନିଟ ଯୋଜନାର ପର୍ଯ୍ୟବେକ୍ଷଣ, ଡିଜିଟାଲ ପ୍ଲାଟଫର୍ମ ପରିଚାଳନା, ସଚେତନତା କାର୍ଯ୍ୟକ୍ରମ, ତଥ୍ୟ ପରିଚାଳନା ଏବଂ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟ ଭଳି କାର୍ଯ୍ୟକୁ ସୁଦୃଢ଼ କରୁଛି । ବୈଠକରେ ରାଜ୍ୟ ପ୍ରକଳ୍ପ ମନିଟରିଂ ୟୁନିଟର କାର୍ଯ୍ୟକୁ ଅବ୍ୟାହତ ରଖିବା ସହ କୃଷି ଓ କୃଷକ ସଶକ୍ତିକରଣ ନିର୍ଦ୍ଦେଶାଳୟ ଏବଂ ସମବାୟ ବିଭାଗକୁ ଆବଶ୍ୟକ ଆର୍ଥିକ ସହାୟତା ଜାରି ରଖିବା ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହୋଇଛି ।ଫସଲ ବୀମା ଯୋଜନାରେ ଅଧିକରୁ ଅଧିକ ଚାଷୀଙ୍କୁ ସାମିଲ କରିବା, ଏଗ୍ରିଷ୍ଟାକ ଓ କିଷାନ କ୍ରେଡିଟ କାର୍ଡଧାରୀଙ୍କ ଶତ ପ୍ରତିଶତ ଅନ୍ତର୍ଭୁକ୍ତି, ଡିଜିଟାଲ କ୍ରପ ସର୍ଭେର ବ୍ୟବହାର, ଫସଲ କଟା ପରୀକ୍ଷଣ ତଥ୍ୟର ଶତ ପ୍ରତିଶତ ସଂଗ୍ରହ ଏବଂ ପ୍ରଯୁକ୍ତିଭିତ୍ତିକ ମନିଟରିଂ ଉପରେ ଗୁରୁତ୍ୱ ଦିଆଯାଇଛି ।ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ, ଉଦ୍ୟାନ କୃଷି ନିର୍ଦ୍ଦେଶକ କାଲୁଙ୍ଗେ ଗୋରଖ ୱାମନ, ସମବାୟ ସମିତି ନିବନ୍ଧକ ମନୀଷ ଅଗ୍ରୱାଲ, ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶକ ଡକ୍ଟର ବିଜୟ ଭୂଷଣ ନନ୍ଦ, ଓରସାକର ମୁଖ୍ୟ ନିର୍ବାହୀ ରଶ୍ମିତା ପଣ୍ଡାଙ୍କ ସମେତ ବିଭିନ୍ନ ସମ୍ପୃକ୍ତ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରତିଯୋଗିତା

    ରାଇକିଆ: ରାଇକିଆ ସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରଶିକ୍ଷଣ ତଥା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଉମାକାନ୍ତ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ନିଜସ୍ୱ ଉଦ୍ଭାବନ ଓ ନୂତନ…

    Continue reading
    ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

    କଟକ: ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ବିବା‌ଦକୁ ନେଇ ବୋଇଲରମ୍ୟାନ ଲିମିଟେଡ ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ