ଫେସବୁକ୍ ଆକାଉଣ୍ଟ ବ୍ୟାନ, ୨ସାଂସଦଙ୍କୁ ଦାୟୀ କଲେ ସୁଲତା

ଭୁବନେଶ୍ବର : ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକ୍ (ମେଟା)ରୁ ଆକାଉଣ୍ଟକୁ ବ୍ୟାନ କରାଯାଇଛି ବୋଲି ସାଂସଦ ସୁଲତା ଦେଓ ଅଭିଯୋଗ କରିଛନ୍ତି। ଆକାଉଣ୍ଟ ବ୍ୟାନ ହେବା ପାଇଁ ବିଜେପିର ଦୁଇ ସାଂସଦଙ୍କୁ ଦାୟୀ କରିଛନ୍ତି ସୁଲତା ଦେଓ ।
ସେ ଅଭିଯୋଗ କରିଛନ୍ତି ଯେ କିଛି ଦିନ ତଳେ ବିଜେପିର ଜଣେସାଂସଦ ଓ ତାଙ୍କ ଝିଅ ଶ୍ରୀମନ୍ଦିର ପାଖରେ ହେଲିକପ୍ଟର ଉଡାଇବା ଘଟଣାକୁ ନେଇ ଫେସବୁକ୍ରେ କିଛି ଫଟୋ ଓ ଭିଡ଼ିଓ ପୋଷ୍ଟ କରିଥିଲେ । ଯାହାକୁ ନେଇ ତାଙ୍କ ଆକାଉଣ୍ଟ ବନ୍ଦ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ସେହିପରି ବିଜେପିର ଅନ୍ୟ ଜଣେ ସାଂସଦ ବାରମ୍ବାର ନୋ ଫ୍ଲାଇଙ୍ଗ ଜୋନରେ ହେଲିକପ୍ଟର ଉଡ଼ାଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାର ଏଥିପାଇଁ ଫେସବୁକ୍ ଆକାଉଣ୍ଟ ବ୍ୟାନ କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବିଜେଡି ସାଂସଦ ସୁଲତା ଦେଓ ।

ସୁଲତା ଆହୁରି ମଧ୍ୟ କହିଛନ୍ତି ଯେ ନାରୀଙ୍କ କଥାକୁ ଚାପି ଦେବାକୁ ଚେଷ୍ଟା କରୁଛନ୍ତି ବିଜେପି ସରକାର । ଜଣେ ସାଂସଦ ଭାବେ ଓଡ଼ିଶା ଲୋକଙ୍କ କଥା ସଂସଦରେ ସର୍ବଦା ଉଠାଇଛି । ବାହାରେ ମଧ୍ୟ ନିଜ ସାମାଜିକ ଗଣମାଧ୍ୟମରେ ଲୋକଙ୍କ ସମସ୍ୟା ନେଇ ପ୍ରଶ୍ନ ଉଠାଇଛି । ସୁଲତା ଆହୁରି ମଧ୍ୟ କହିଛନ୍ତି ଯେ ନିଜ ଛୋଟ ଆଣ୍ଡ୍ରଏଡ ଫୋନ୍ ବ୍ୟବହାର କରି ଘଣ୍ଟା ଘଣ୍ଟା ଧରି ଲୋକଙ୍କ ସମସ୍ୟା ଓ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଲାଇଭ ମଧ୍ୟ କରିଛି । ହେଲେ ବିଜେପି ସରକାର ମୋ ନିଜ ଫେସବୁକ୍ ଆଇଡି କୁ ବନ୍ଦ କରିଛନ୍ତି । ଆଇନ ଗତ କାରଣ କହି,ଭାରତ ସରକାରଙ୍କ ଆଇନ ବିଭାଗ ଦ୍ୱାରା ଫେସବୁକ୍ ଆକାଉଣ୍ଟ କୁ ବନ୍ଦ କରିଦିଆଯାଇଛି । ଏହାକୁ ନେଇ ନାୟିକ ଲଢ଼େଇ ଲଢ଼ିବି ବୋଲି କହିଛନ୍ତି ସୁଲତା ଦେଓ ।

  • Related Posts

    ବିଜେଡି ସାଂସଦ ସଂଖ୍ୟା ଶୂନ ହୋଇଯିବ:ପ୍ରଦୀପ ପୁରୋହିତ

    ଭୁବନେଶ୍ୱର: ବିଜେଡିକୁ ନେଇ ବିଜେପି ସାଂସଦ ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ। କହିଛନ୍ତି, ବିଜେଡିର କିଛି ବଡ଼ ନେତୃତ୍ୱ ଆମ ଶୀର୍ଷ ନେତୃତ୍ୱ ସହିତ ଆଲୋଚନା କରୁଛନ୍ତି। ଆଗକୁ ବିଜେଡିରେ ବଡ଼ ବିସ୍ଫୋରଣ ହେବ, ବିଜେଡି ଡଙ୍ଗା ବୁଡ଼ୁଛି। ଜୀବନ ବଞ୍ଚାଇବା…

    Continue reading
    ନିଟ୍ ଓ ସିବିଏସ୍ଇ ପରୀକ୍ଷାରେ ବିଭ୍ରାଟ ପ୍ରସଙ୍ଗ:
ଇସ୍ତଫା ଦିଅନ୍ତୁ ଧର୍ମେନ୍ଦ୍ର- ବିଜେଡି

    ଭୁବନେଶ୍ୱର: ବିଜେପି ସରକାରକୁ ଆସିବା ଦିନଠୁ ପ୍ରାୟ ସବୁ ପରୀକ୍ଷାରେ ପେପର ଲିକ୍ ହୋଇ ପରୀକ୍ଷା ବାତିଲ ହୋଇଛି । । ବିଗତ ୬ ବର୍ଷ ମଧ୍ୟରେ ଚାରି ଚାରି ଥର ନିଟ୍ ପରୀକ୍ଷା ବାତିଲ୍ ହୋଇଥିବା ବେଳେ ସିବିଏସ୍ଇ ପରୀକ୍ଷା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ