ବଦଳିବ ଅନ୍ତ୍ୟୋଦୟ ଅନ୍ନ ଯୋଜନା ଚାଉଳ ବଣ୍ଟନ ନିୟମ

ନୂଆଦିଲ୍ଲୀ: ଅନ୍ତ୍ୟୋଦୟ ଅନ୍ନ ଯୋଜନା ଅଧୀନରେ ରେସନ ବଣ୍ଟନ ନିୟମରେ ବଡ଼ ପରିବର୍ତ୍ତନ ଆସିପାରେ। କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା (ସଂଶୋଧନ) ବିଲ୍-୨୦୨୬ର ଏକ ଚିଠା ପ୍ରସ୍ତୁତ କରିଛନ୍ତି। ଏହି ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ, ଅନ୍ତ୍ୟୋଦୟ ଅନ୍ନ ଯୋଜନା(ଏଏୱାଇ) ହିତାଧିକାରୀଙ୍କୁ ଖାଦ୍ୟଶସ୍ୟ ବଣ୍ଟନ ନିୟନ୍ତ୍ରଣ ନିୟମ ପରିବର୍ତ୍ତନ କରାଯାଇପାରେ। ନୂତନ ଡ୍ରାଫ୍ଟରେ ପ୍ରତି ପରିବାର ପାଇଁ ବର୍ତ୍ତମାନ ମିଳୁଥିବା ୩୫କେଜି ପରିବର୍ତ୍ତେ ପ୍ରତି ବ୍ୟକ୍ତିକୁ ୭କେଜି ଲେଖାଏଁ ଚାଉଳ ଯୋଗାଇବାର ପ୍ରସ୍ତାବ ଦିଆଯାଇଛି। ମାତ୍ର, କୌଣସି ପରିସ୍ଥିତିରେ ପ୍ରତି ପରିବାର ପାଇଁ ସର୍ବାଧିକ ସୀମା ୩୫କେଜିରୁ ଅଧିକ ହେବ ନାହିଁ। ଅର୍ଥାତ୍‌ ୫ରୁ ଊର୍ଦ୍ଧ୍ବ ସଦସ୍ୟ ବିଶିଷ୍ଟ ପରିବାରକୁ ୩୫କେଜିରୁ ଅଧିକ ଚାଉଳ ମିଳିବ ନାହିଁ। ସରକାର ସାଧାରଣ ଜନତା ଏବଂ ଅଂଶୀଦାରଙ୍କଠାରୁ ଏହି ଡ୍ରାଫ୍ଟ ସମ୍ପର୍କରେ ଆସନ୍ତା ୧୩ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ପରାମର୍ଶ ଏବଂ ଆପତ୍ତି ଲୋଡ଼ିଛନ୍ତି। ଏହି ପରିବର୍ତ୍ତନର ପ୍ରାଥମିକ ଉଦ୍ଦେଶ୍ୟ ଅନ୍ତ୍ୟୋଦୟ ଅନ୍ନ ଯୋଜନା
ଅଧୀନରେ ଖାଦ୍ୟ ଶସ୍ୟ ବଣ୍ଟନରେ ଥିବା ଅସମାନତା ଦୂର କରିବା ବୋଲି କୁହାଯାଉଛି। ସରକାରଙ୍କ କହିବା କଥା, ବର୍ତ୍ତମାନର ପରିବାର-ଭିତ୍ତିକ ଆବଣ୍ଟନ ଯୋଗୁଁ ଛୋଟ ପରିବାର ପ୍ରତି ବ୍ୟକ୍ତି ଅଧିକ ଶସ୍ୟ ପାଉଛନ୍ତି। କିନ୍ତୁ ବଡ଼ ପରିବାରରେ ମୁଣ୍ଡପିଛା ଅଂଶ କମ୍। ନୂତନ ପ୍ରସ୍ତାବର ଲକ୍ଷ୍ୟ ହେଉଛି ବଣ୍ଟନ ବ୍ୟବସ୍ଥାକୁ ପରିବାର-ଭିତ୍ତିକ ଆବଣ୍ଟନ ପରିବର୍ତ୍ତେ ବ୍ୟକ୍ତିଗତ-ଭିତ୍ତିକ ଆବଣ୍ଟନକୁ ସ୍ଥାନାନ୍ତର କରିବା।
ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ, ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ଗରିବ ପରିବାରଗୁଡ଼ିକୁ ମାସକୁ ୩୫ କେଜି ଚାଉଳ ଯୋଗାଇ ଦିଆଯାଉଛି।

  • Related Posts

    ମନ୍ଦିରରେ ଦଳାଚକଟା: ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

    ବିହାରର ଲକ୍ଷୀସରାଇ ଜିଲ୍ଲାସ୍ଥିତ ଅଶୋକ ଧାମ ମନ୍ଦିରରେ ସୋମବାର ଦଳାଚକଟାରେ ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏକ ବିଦ୍ୟୁତ୍ ତାର ଛିଣ୍ଡିଯିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା…

    Continue reading
    ହୋଟେଲରେ ଅଗ୍ନିକାଣ୍ଡ, 7 ମୃତ

    କଲିକତା : ଆଜି ସକାଳୁ ପଶ୍ଚିମବଙ୍ଗ ବୀରଭୂମିର ତାରାପୀଠରେ ଏକ ଘରୋଇ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ରାମପୁରହାଟ ମେଡିକାଲ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ