ବନ୍ଧୁକଚାଳନା ବିଶ୍ବ ରେକର୍ଡ ସହ ଶମ୍ଭାବୀ-ଦିବ୍ୟାଂଶୁଙ୍କୁ ସ୍ବର୍ଣ୍ଣ

କାଇରୋ (ଇଜିପ୍ଟ),୨୪/୦୪/୨୦୨୬: ଭାରତର ୧୦ ମିଟର ରାଇଫଲ ମିଶ୍ରିତ ଯୁଗଳ ଦଳ ଶମ୍ଭାବୀ ଖୀରସାଗର ଓ ଦିବ୍ୟାଂଶୁ ଦିୱାନ୍‌ଗାନ୍‌ ବିଶ୍ବ ରେକର୍ଡ ‌ସ୍କୋର୍‌ ସହ ଆଇଏସ୍‌ଏସ୍‌ଏଫ୍‌ କନିଷ୍ଠ ବିଶ୍ବକପ୍‌ରେ ସ୍ବର୍ଣ୍ଣ ପଦକ ଜିତିିଛନ୍ତି। ଶୁକ୍ରବାର ଫାଇନାଲ୍‌ରେ ଏହି ଭାରତୀୟ ଯୋଡ଼ି ୪୯୯.୦ ‌ସ୍କୋର୍‌ କରି ପ୍ରଥମ ସ୍ଥାନରେ ରହିଥିଲେ। ଚାଇନିଜ୍‌ ତାଇପେଇର ସାଇ ଚିଏ-ୟିଙ୍ଗ ସ ଚେନ୍‌ ୟୁ-ଆନ୍‌ (୪୯୮.୩) ରୌପ୍ୟ ଏବଂ ଫ୍ରାନ୍ସ ଯୋଡ଼ି ତିଫେନ ପୋମେସ ଓ ଜାସପାର୍ଡ ଲିଜର୍‌ (୪୩୪.୪) କାଂସ୍ୟ ଜିତିଥିଲେ।
ଭାରତୀୟ ଯୋଡ଼ି ଯୋଗ୍ୟତା ପର୍ଯ୍ୟାୟରେ ୬୩୨.୦ ସ୍କୋର୍‌ ସହ ଶୀର୍ଷରେ ରହି ଫାଇନାଲ୍‌ରେ ପହଞ୍ଚିଥିଲେ। ୨୫ ମିଟର ରାପିଡ୍‌ ଫାୟର ପିସ୍ତଲ ପୁରୁଷ ଯୋଗ୍ୟତା ପର୍ଯ୍ୟାୟରେ ୫୭୩ ‌‌ସ୍କୋର୍‌ ସହ ଦ୍ବିତୀୟ ସ୍ଥାନରେ ରହି ଫାଇନାଲ୍‌ରେ ପହଞ୍ଚିଥିଲେ। ହେଲେ ଫାଇନାଲ୍‌ରେ ସପ୍ତମ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଥିଲେ। ସଂପ୍ରତି ଭାରତ ଏହି ପ୍ରତିଯୋଗିତାରେ ୧୨ (୪ ସ୍ବର୍ଣ୍ଣ, ୫ ରୌପ୍ୟ, ୩ କାଂସ୍ୟ) ପଦକ ସହ ଶୀର୍ଷରେ ରହିଛି। ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତାରେ ଓଡ଼ିଶାର ମାନ୍ୟତା ସିଂହ ୧୦ ମିଟର ଏୟାର ରାଇଫଲ୍‌ ଯୋଗ୍ୟତା ପର୍ଯ୍ୟାୟରେ ୬୨୮.୩ ସ୍କୋର୍‌ କରିଥିଲେ ମଧ୍ୟ ଫାଇନାଲ୍‌ରେ ପହଞ୍ଚିବାରେ ବିଫଳ ହୋଇଥିଲେ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ