
ଆଳି: ମାରଣାସ୍ତ୍ର ଧରି ଘରେ ପଶିଲେ ୧୨ ଡକାୟତ। ଆଉ ବନ୍ଧୁକ ମୁନରେ ସବୁ ଲୁଟିନେଲେ। ୨୫ ଲକ୍ଷ ଟଙ୍କାର ସୁନା ରୁପା ଅଳଙ୍କାର ଲୁଟ୍। କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଖଣ୍ଡିଆପାଟଣା ଗାଁରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଲୁଟିନେଲେ ଦୁର୍ବୃତ୍ତ। ଆଲମାରୀ ଲକର ଭାଙ୍ଗି ସୁନା, ରୁପା, ଓ ନଗଦ ୯୫ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


